ଭରତପୁର କୋଇଲା ଖଣି ଦୁର୍ଘଟଣା:  ମୃତକଙ୍କ ପରିବାରକୁ ମିଳିବ ୩୦ ଲକ୍ଷ

ଅନୁଗୋଳ ଅଫିସ, ୭।୮: ଭରତପୁର କୋଇଲା ଖଣି ଦୁର୍ଘଟଣାରେ ୪ ମୃତ ଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ସହ ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ତ୍ରିପାକ୍ଷିକ ବୈଠକରେ ଏପରି ପ୍ରତିଶ୍ରୁତି ଦିଆଯିବା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉକ୍ତ ବୈଠକ ପରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଚେକ୍‌ ମାଧ୍ୟମରେ ପ୍ରଦାନ କରିଛନ୍ତି।
ଦୁର୍ଘଟଣା ପରେ ଖଣି ବନ୍ଦ ଆନ୍ଦୋଳନ ୧୪ ଦିନରେ ପହଞ୍ଚି ଥିବାବେଳେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କୁ ନେଇ ଏହି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ଯୋଗଦେଇଥିଲେ। ବୈଠକରେ କ୍ଷତିପୂରଣ ନେଇ ନିଷ୍ପତ୍ତି ହେବା ପରେ ୪ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏ ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଆସନ୍ତା ୧୦ ତାରିଖ ମଧ୍ୟରେ ଅବଶିଷ୍ଟ ୧୦ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ସେହିପରି ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଏଚ୍‌ପିସି କମ୍ପାନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ। ଉକ୍ତ ଚାକିରିକୁ ସ୍ଥାୟୀ କରିବା ପାଇଁ ୧ ମାସ ମଧ୍ୟରେ ଏମ୍‌ସିଏଲ୍‌ ବୋର୍ଡରେ ପ୍ରସ୍ତାବ ରଖାଯିବ। ଏପରି କି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲାପାଳଙ୍କ ଦ୍ୱାରା ଅନୁରୋଧପତ୍ର ମଧ୍ୟ ପଠାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏହାଛଡ଼ା ଆଗାମୀ ଦିନରେ ଏପରି ଦୁର୍ଘଟଣା ଯେପରି ନ ଘଟେ ସେଥିପାଇଁ ଡିଜିଏମ୍‌ଏସ୍‌ଙ୍କ ଦ୍ୱାରା ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖାଇ ସାରି ଥାଳି ଧୋଉଥିଲେ ହାଇଓ୍ବା ଚାଳକ, ପଛକୁ ବ୍ୟାକ୍‌ କରୁଥିବା ଡିଜେଲ୍‌ ଟ୍ୟାଙ୍କର ଚାପିଦେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର ଖୋଲାମୁହଁ କୋଇଲାଖଣିରେ ଦୁର୍ଘଟଣା ଘଟିଛି। ଗୁରୁବାର ରାତି ୭ଟାରେ ଏକ ଡିଜେଲ୍‌ ଟ୍ୟାଙ୍କର ଚାପାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟ ଘଟିଛି।...

ମଡେଲ ସିଟି ବ୍ରହ୍ମପୁର, ଛତ୍ରପୁରକୁ ମଡେଲ ଟାଉନ୍‌ ଲକ୍ଷ୍ୟ: ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ କମିଟି

ଛତ୍ରପୁର,୧ା୫(ଡି.ଏନ.ଏ)-ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲାକୁ ମଡେଲ ସିଟି ଏବଂ ଛତ୍ରପୁର, ଢେଙ୍କାନାଳ ଓ ଯାଜପୁରକୁ ମଡେଲ ଟାଉନ୍‌  କରିବା ପାଇଁ ଲକ୍ଷ୍ୟ ରଖି  ସରକାର ପାଇଲଟ୍‌ ପ୍ରକଳ୍ପ...

ମାଟ୍ରିକ ପରୀକ୍ଷାରେ କପି ରୋକିବ ୩୮ ସ୍ପେସାଲ ସ୍କ୍ବାଡ୍‌

କଟକ ଅଫିସ,୨୬।୪: ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ଗଠନ କରାଯାଇଛି। ରାଜ୍ୟର ୩୦ ଜିଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ...

ଶେଷରେ ଧାନ ଉଠାଇଲା ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ. ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଜିଲାର ଅତାବିରା ବ୍ଲକ ଅଧୀନ ଗୋଡ଼ଭଗା ମଣ୍ଡିରେ ଏହାର ଶୁଭାରମ୍ଭ କରାଯାଇଛି।...

ପରଲୋକରେ ଅଧ୍ୟାପକ ନୀଳମଣି ଘଡ଼ାଇ

ଗମ୍ଭାରୀମୁଣ୍ଡା,୧୩।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟ +୨ ଏଜୁକେଶନ ଅଧ୍ୟାପକ ନୀଳମଣି ଘଡ଼ାଇଙ୍କ ୫୩ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଜଣେ...

ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...

କଟକଣା ମଧ୍ୟରେ ଇଦ୍‌

ଭଦ୍ରକ ଅଫିସ,୧।୮: ତ୍ୟାଗ, ବଳିଦାନ ତଥା ସମର୍ପଣର ପର୍ବ ଇଦ୍‌- ଉଲ-ଜୁହାକୁ ଚଳିତ ବର୍ଷ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଇଛି। କରୋନା...

ସଚେତନତା, ଯାଞ୍ଚ କଡ଼ାକଡ଼ି ହେଉ ନ ଥିବାରୁ ଅସନ୍ତୋଷ

ଢେଙ୍କାନାଳ,୧୬ା୯(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶୁକ୍ରବାର ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ...

Advertisement
Archives

Model This Week