ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ:ଆଇଆରବି ନାଇଥ୍‌ ବାଟାଲିୟନ୍‌ ବିଜୟୀ

ଭବାନୀପାଟଣା,୨୮।୯(ଡି.ଏନ.ଏ.)
ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶୁକ୍ରବାର ୧୩ ତମ ମ୍ୟାଚ୍‌ରେ ଗୁଡମର୍ନିଂ କ୍ଲବ ବନାମ ଆଇଆରବି ନାଇଥ୍‌ ବାଟାଲିୟନ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇଆରବି ନାଇଥ୍‌ ବାଟାଲିୟନ୍‌ ୩-୦ରେ ଗୁଡମର୍ନିଂ କ୍ଲବକୁ ହରାଇ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅତିଥି ଭାବେ ମହାବୀର ସାଂସ୍କୃତି ଅନୁଷ୍ଠାନ ସାଧାରଣ ସମ୍ପାଦକ ତଥା ରାଜ୍ୟ ସଙ୍ଗୀତ ନାଟକ ଏକାଡେମି ସଦସ୍ୟ ସତ୍ୟ ନାରାୟଣ ସିଂ ଯୋଗଦେଇଥିଲେ। ଜିତେନ୍ଦ୍ର କୁମାର ରଥ, ରଞ୍ଜନ ଦାସ, ପିଭି ରାଓ ଓ ମହମ୍ମଦ ଅବଦୁଲ କାଦର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ମ୍ୟାଚ୍‌ରେ କ୍ରୀଡା ସଂସ୍ଥାର ସମ୍ପାଦକ ତଥା ଓଡିଶା ଆଥୋଲେଟିକ୍‌ ଆସୋସିଏଶନ୍‌ ସଭାପତି ଜଗମୋହନ ପଟ୍ଟନାୟକ ଓ ଉପସଭାପତି ସୁରେନ୍ଦ୍ର ନାଥ ତ୍ରୀପାଠି, ଫୁଟବଲ ସେକ୍ରେଟେରି କାଦର ଖାନ, ଆଥେଲେଟିକ୍‌ ସେକ୍ରେଟେରି ସମ୍ଭୁ ରାଉତ, ଆଇପିଇ ମହେନ୍ଦ୍ର ପଣ୍ଡା, ଜିଲାର ଭେଟେରାନ ଫୁଟବଲ ଖେଳାଳି ନଳିନୀ ମୁଣ୍ଡ, ଜଳେଶ୍ୱର ଗଉଡ, କିଶୋର ସାହୁ, ଅର୍ଜୁନ ନାଏକ, ଧିରେନ ପଟ୍ଟନାୟକ, ରାଜିବ ସାହୁ, ସନ୍ତୋଷ ପ୍ରଧାନ, ଭିକାରୀ ଚରଣ ମିଶ୍ର, ଝୁନୁ ପଣ୍ଡା, ଅଶୋକ ପଟ୍ଟନାୟକ, ସନତ୍‌ କୁମାର ମହାପାତ୍ର ଓ ଚକ୍ରଧର ସେଠୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri