ଭଦ୍ରକରେ ରାଜ୍‌ ବବର୍‌ଙ୍କ ରୋଡ୍‌ ଶୋ

ଭଦ୍ରକ ଅଫିସ, ୨୬।୪ – କଂଗ୍ରେସର ଭଦ୍ରକ ବିଧାନସଭା ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଓ ଲୋକ ସଭା ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ଗୁରୁବାର ନିର୍ବାଚନ ପ୍ରଚାର କରିଛନ୍ତି ବଲିଉଡ୍‌ ଅଭିନେତା ରାଜ୍‌ ବବର୍‌। ଏଥିପାଇଁ ଭଦ୍ରକ ସହରରେ ବିଶାଳ ରୋଡ୍‌ଶୋ କରାଯାଇଥିଲା। ରାଜ୍‌ ବବର୍‌ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନରେ ଭଦ୍ରକ ପୁରୁଣାବଜାର ମହବୀର ପଡ଼ିଆରେ ପହଞ୍ଚିଥିଲେ। ବବର୍‌ଙ୍କ ସହ ଓଡ଼ିଶା ପ୍ରଦେଶ ଦାୟିତ୍ୱରେ ଥିବା ସହପ୍ରଭାରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପହଞ୍ଚିବା ପରେ ଲୋକ ସଭା ପ୍ରାର୍ଥୀ ମଧୁମିତା ଓ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତଙ୍କ ସମେତ ବହୁ କଂଗ୍ରେସ ନେତା ସ୍ବାଗତ କରିଥିଲେ। ପରେ ମହାବୀର ପଡ଼ିଆଠାରୁ ଏକ ବିଶାଳ ବାଇକ୍‌ ରାଲି ସହ ଖୋଲାଜିପ୍‌ରେ ଭଦ୍ରକ ସହରର ପୁରୁଣାବଜାର, ଗରଦପୁର, ପାଟଣାସାହି, ସନ୍ଥିଆ, କଚେରି ବଜାର ଓ ନୂଆବଜାର ଦେଇ ଗୋଶାଳା ଛକ, କୁଆଁସ, କଦମ୍ବେଢା ହୋଇ ପୁଣି ପୁରୁଣାବଜାରରେ ଶୋଭାଯାତ୍ରା ପହଞ୍ଚିଥିଲା। କଂଗ୍ରେସ ନେତୃମଣ୍ଡଳୀ ଭଦ୍ରକ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁମତ ଦେଇ ଜୟଯୁକ୍ତ କରାଇବା ସହ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାସୀନ କରାଇବାକୁ ଅନୁରୋଧ କରିଥିଲେ।

ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ତାଙ୍କ ବକ୍ତବ୍ୟରେ ଭଦ୍ରକର ସାମୂହିକ ବିକାଶ, ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରକ୍ଷା କରିବା, ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ପୁରୁଣାବଜାରରେ ଏକ ଊର୍ଦ୍ଦୁ ସିଟି ସ୍କୁଲ ପ୍ରତିଷ୍ଠା, ଦମକଳ କେନ୍ଦ୍ର ସ୍ଥାପନ ଏବଂ ଭଦ୍ରକ ସହରର ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ ସେ ସଂକଳ୍ପବଦ୍ଧ ବୋଲି କହିଥିଲେ। ଟାଉନ ସଭାପତି ଅବଦୁଲ ମୋକିତ  ଖଁା, ପିସିସି ସମ୍ପାଦକ ସେକ୍‌ ଗୁଲାମ ମଇଉଦ୍ଦିନ, ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ଜିଲା ଉପସଭାପତି ଅତୁଲ୍ୟ ନାୟକ, କାଉନସିଲର ଦିଲୀପ ନାୟକ, ସେକ୍‌ ସମ୍‌ଦାନୀ, ଅସ୍‌ରଫ୍‌ ଅଲ୍ଲି ଖଁା, ଜିଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ, ଜିଲା ସେବାଦଳ ମୁଖ୍ୟ ସେକ୍‌ ନଇମ, ସତ୍ୟ ପୁହାଣ, ଚନ୍ଦ୍ରକାନ୍ତ ମହାପାତ୍ର, ସେକ୍‌ ଜକିରୁଦ୍ଦିନ, ସେକ୍‌ ବୁଗ୍‌ଦାଦ ଓ ଅନନ୍ତ ପଣ୍ଡା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri