ଭତାରୁ ବଁଚିତ୍‌ ତୁଳସୀ: ଦାଉ ସାଧୁଛେ କିଡ଼୍‌ନୀ ରୋଗ୍‌

ଲୋଇସିଂହା,୨୪।୧୦ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗାଁର ବିଧବା ତୁଳସୀ ନାଗ(୫୦)। ଆପନେ ଚାଲିଯିବାର ଆଏଜ୍‌କେ ବଛ୍‌ରେ ବିତିଯାଇଥିଲେ ବି ସେ ବିଧବା ଭତାରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କର୍ଲିପାଟ ଗାଁର ବିଧବା ତୁଳସୀ ନାଗକଁର ପରିବାର କହେଲେ ଦୁଇ ପୁଓକୁ ନେଇ ସଁସାର। ଆପ୍‌ନେ ଗଜରାଜ ଲୋଇସିଂହା କଲେଜରେ ପିଅନ ହିସାବେ କାମ୍‌ କରୁଥିଲେ। ଗଲା ବଛର ସେ କିଡ଼୍‌ନୀ ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଛନ୍‌। ହେଲେ ପରିବାର ଲୋକ୍‌ ଯାହା ସଁଚିଥିଲେ ସବୁ ତାକର ଚିକିଛାରେ ସାରି ସରବ୍‌ସୁଆଁତ ହେଇଯାଇଛନ୍‌। ଇଆଡ଼େ ବିଧବା ତୁଳସୀ ବି କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ମାସିକ୍‌ ହଜାରେ ଟଁକା ଉଷୋ ଖାଉଛନ୍‌। ସେନ୍‌ତା ତୁଳସୀ କଲେଜରୁ ଆପ୍‌ନେର ଇପିଏଫ୍‌ ଟଁକାରୁ ମାସିକ ୬ ଟଁକା ଭତା ଆର ପଁଚେତ୍‌ରୁ ୧୫ କେ.ଜି. ଚାଉଲ ପାଉଛନ୍‌। ହେଲେ ଇ ସବୁ ୩ ପରାନୀ କୁଟୁମ ଆର ତୁଳସୀକଁର ଉଷୋକଷାକେ ନିଅଁଟ ହେଉଛେ। ତୁଳସୀ ଭିଧବା ଭତା ଆଶ୍‌ରେ ଥାନୀଅ ସରପଁଚ୍‌ ଆର ବିଏସ୍‌ଏସ୍‌ଓକୁଁ କାଗଜପତର ଦେଇ ଗୁହାରି କରିଛନ୍‌। ହେଲେ ଆଏଜ୍‌ତକ ସେ ଭତା ନାଇଁ ପାଇଥିବାର କହିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ତୁଳସୀକୁଁ ଭତା, ୩୫ କେ.ଜି. ଚାଉଲ ଆର ସରକାରୀ ଯୋଜନାରେ ମାହାଲିଆ ଉଷୋକଷା ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri