ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ ଶନିବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜପଥ ପାର୍ଶ୍ୱରେ ଯେଉଁମାନେ ଦୀର୍ଘ ଦିନ ଧରି ବ୍ୟବସାୟ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ସେମାନଙ୍କୁ ରାଜପଥ ପ୍ରାଧିକରଣ ସଂସ୍ଥାର ଠିକା ସଂସ୍ଥା ପକ୍ଷରୁ ଉଚ୍ଛେଦ କରାଯାଉଛି।

ଭଣ୍ଡାରିପୋଖରୀ ନିକଟରେ ରାଜପଥ ପ୍ରଶସ୍ତୀକରଣ ସହ ଏକ ଗଳାପୋଲ ନିର୍ମାଣ କରାଯିବ । ଏଥିଲାଗି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରାଜପଥ କଡରେ ଦୋକାନ କରିଥିବା ବ୍ୟବସାୟୀମାନେ ସ୍ବଇଚ୍ଛାରେ ଜାଗା ଛାଡି ଦେଉଛନ୍ତି। ମଙ୍ଗଳବାର ସମ୍ପୃକ୍ତ ଠିକା ସଂସ୍ଥାର କର୍ମଚାରୀ ଗୋଟିଏ ଜେସିବି ମେଶିନ ନେଇ ୧୫ରୁ ଅଧିକ ଦୋକାନ ଉଚ୍ଛେଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଉଚ୍ଛେଦ କରାଯାଇ ସାରିଛି। ଏହି ସ୍ଥାନରେ ସ୍ଥାନୀୟ ଦକ୍ଷିଣବାଡ ପଞ୍ଚାୟତ ସମେତ ସରସଦା, ପାଟୁଳୀ, ରଣଜିତ, ନଗୁଁଆ, ତେସିଙ୍ଗା ପଞ୍ଚାୟତର ବହୁ ବ୍ୟବସାୟୀ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କୁ ଥଇଥାନ ନ କରି ଜିଲା ପ୍ରଶାସନ ଓ ରାଜପଥ ପ୍ରାଧିକରଣ ସଂସ୍ଥା ଉଚ୍ଛେଦ ଅଭିଯାନ ଚଳାଇଥିବାରୁ ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥଇଥାନ ଦାବି କରିଛନ୍ତି। ବ୍ଲକ ପ୍ରଶାସନ ଏଠାରେ ମାର୍କେଟ କମ୍ପ୍ଲେକ୍ସ କରି ବ୍ୟବସାୟୀଙ୍କୁ ଦୋକାନ ଘର ଯୋଗାଇଦେବା ସକାଶେ ସରପଞ୍ଚ ବିଜୟ ଶଙ୍କର ମହାନ୍ତିଙ୍କ ସମେତ ଅନ୍ୟ ଲୋକ ପ୍ରତିନିଧିମାନେ ଦାବି କରିଛନ୍ତି। ଦକ୍ଷିଣବାଡ ପଞ୍ଚାୟତ ପକ୍ଷରୁ ନିର୍ମିତ ଏକ ମାର୍କେଟ କମ୍ପ୍ଲେକ୍ସ ଅଧାପନ୍ତରିଆ ହୋଇ ପଡିଥିବାରୁ ଏହାକୁ ପୂର୍ଣ୍ଣାଙ୍ଗ କରି ବ୍ୟବସାୟୀଙ୍କୁ ଥଇଥାନ କରିବା ସକାଶେ ଦାବି କରାଯାଇଛି। ଏଠାକାର ବଜାରରେ ଜେରକ୍ସ ଦୋକାନ କରିଥିବା ବ୍ୟବସାୟୀ ମୃତ୍ୟୁଞ୍ଜୟ ସେନାପତି କହିଛନ୍ତି, ଏହି ଦୋକାନ ଯୋଗୁ ତାଙ୍କ ଘର ଚଳିଯାଉଥିଲା। ଦୋକାନ ଭଙ୍ଗାଯିବା ପରେ ତାଙ୍କୁ ଚାରିଦିଗ ଅନ୍ଧାର ଦିଶୁଛି। ସରପଞ୍ଚ ମହାନ୍ତି କହିଛନ୍ତି, ଉଚ୍ଛେଦ କାର୍ଯ୍ୟ ପରେ ଜୀବିକା ହରାଇଥିବା ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରିବା ସକାଶେ ସେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟିି ଆକର୍ଷଣ କରିଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବ୍ୟବସାୟୀଙ୍କ ରୋଷର ଶିକାର ହେବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri