ଭଡ଼ାଘରୁ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୨ା୮(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡି ଅଧୀନ ଏକାତାଳି ଗ୍ରାମର ଏକ ଭଡ଼ାଘରୁ ସୋମବାର ସ୍ଥାନୀୟ ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ମୁର୍ସିଦାବାଦର ଫାଶିଦୁଲ ରେହେମନ(୩୨)ବୋଲି ଜଣାପଡିଛି।
ପ୍ରକାଶ ଯେ, ଗତ କିଛି ମାସହେବ ଫାଶିଦୂଲ ଏକାତାଳି ଗ୍ରାମ ଢିପୁପଡ଼ାରେ ଏକ ଭଡ଼ାଘରେ ୭ ଶ୍ରମିକଙ୍କ ସହ ମିଶି ରହୁଥିଲେ। ଫାଶିଦୁଲ ଠିକାଦାର ଭାବେ ଆଖପାଖରେ ଘର ନିର୍ମାଣ କରୁଥିଲେ। ଗତ କିଛିଦିନହେବ ଶ୍ରମିକମାନେ ସେଠାରେ ନ ରହି ଅନ୍ୟତ୍ର ରହୁଛନ୍ତି । ମାତ୍ର ପୂର୍ବ ଭଡ଼ାଘରୁ ପଚାଗନ୍ଧ ହେଉଥିବା ଜାଣି ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଚଳାଇଛି । ପୋଲିସ ଅନୁମାନ କରୁଛି ଠିକାଦାର ଓ ଶ୍ରମିକଙ୍କ ମଧ୍ୟରେ କୌଣସି କଥାକୁନେଇ ଝଗଡ଼ା ହୋଇଥିଲା। ଫଳରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ…

ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର…

ଜିତିବା ଟେଷ୍ଟ ଡ୍ର’କୁ ନେଇ ଗାଙ୍ଗୁଲି ଉଠାଇଲେ ବଡ଼ ପ୍ରଶ୍ନ: ଗମ୍ଭୀରଙ୍କୁ ଘେରିଲେ

ନୂଆଦିଲ୍ଲୀ,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଦଳର ରଣନୀତିକୁ ନେଇ ଉଠିଛି ପ୍ରଶ୍ନ। ଭାରତୀୟ ଦଳ ପଞ୍ଚମ ଦିନରେ ନିର୍ଦ୍ଧରିତ ସମୟର…

ବାଲେଶ୍ବରରେ ଚାଞ୍ଚଲ୍ୟ, ସ୍କୁଲ ଭିତରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

ବାଲେଶ୍ୱର,୨୩ା୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ପବ୍ଲିକ୍‌ ହାଇସ୍କୁଲ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ସ୍କୁଲ…

ପାକିସ୍ତାନଠୁ ହାରିଲା ଭାରତ: ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାଖରେ ଅଛି ଏହି ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ପାକିସ୍ତାନ ବିପକ୍ଷରେ ଶୋଚନୀୟ ପରାଜୟର ସାମ୍ନା କରିଛି ଇଣ୍ଡିଆ-A ଦଳ। ନଭେମ୍ବର ୨୨ରେ ଦୋହାର ୱେଷ୍ଟ ଏଣ୍ଡ ପାର୍କ…

ବଢିଲା ବୈଭବଙ୍କ ଅଡୁଆ: ଟିମ ଇଣ୍ଡିଆରୁ ପଡ଼ିବେ ବାଦ୍‌ ! ଆସିଲା ସାଂଘାତିକ ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ଭାରତୀୟ ଦଳର ଆରମ୍ଭ ବିଶେଷ ଭଲ ରହିନାହିଁ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ…

୨୦୨୫ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀଙ୍କୁ ନୂଆ ଦାୟିତ୍ୱ, କେନ୍ଦୁଝରଗଡ଼ ପୌରପାଳିକାରେ ଯୋଗଦେଲେ ଜିତେନ୍ଦ୍ର

କେନ୍ଦୁଝର,୨୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ୨୦୨୫ ବ୍ୟାଚର ଆଇଏଏସ୍‌ ପ୍ରୋବେସନର ଜିତେନ୍ଦ୍ର କୁମାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।…

ଜକର ଗାଁରେ ଶ୍ରୀଜଗନ୍ନାଥ ମନ୍ଦିରର ନବୀକରଣ, ମହାଯଜ୍ଞ ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି

ଦିଗପହଣ୍ଡି,୨୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଜୀର୍ଣ୍ଣଦ୍ଧାର ପୂର୍ବକ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?