ଭଗ୍ନାବଶେଷ ତଳେ ଜୀବନ ଗଲା

ବିନିଶ୍‌,୨୮ା୭: ଉତ୍ତର ସିରିଆରେ ଯୁଦ୍ଧବିମାନରୁ ଆକ୍ରମଣ ବେଳେ ଏକ ବିଲ୍ଡିଂ ଉପରେ ବୋମାମାଡ଼ ହୋଇଛି। ୫ ବର୍ଷର ଝିଅଟି ଝୁଲନ୍ତା ଅବସ୍ଥାରେ ଥିବା ତା’ର କୁନି ଭଉଣୀକୁ ଉଦ୍ଧାର ଲାଗି ଉଦ୍ୟମ କରି ତା’ର ଟି-ସାର୍ଟକୁ ଟାଣିଧରିଛି। ଏହି ସମୟରେ ବିଲ୍ଡିଂ ଭୁଶୁଡ଼ିପଡିବାରୁ ଭଗ୍ନାବଶେଷ ତଳେ ଚାପିହୋଇ ଝିଅର ଜୀବନ ଯାଇଛି। ସେମାନଙ୍କ ବାପା ଭଗ୍ନାବଶେଷ ଉପରେ ଛିଡ଼ାହୋଇ ଚିତ୍କାର କରିବା ସହ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି ହୃଦୟ ବିଦାରକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି। ଏହା ସିରିଆ ଯୁଦ୍ଧ ସମୟର ସ୍ମୃତିକୁ ମନେପକାଇଦେଉଛି।
ସ୍ଥାନୀୟ ନ୍ୟୁଜ୍‌ ଓ୍ବେବ୍‌ସାଇଟ ଏସ୍‌ଓ୍ବାଇ୨୪ରେ କାର୍ଯ୍ୟ କରୁଥିବା ବଶାର ଅଲ୍‌-ଶେଖ୍‌ ବୁଧବାର ଏହି ଫଟୋ ଉଠାଇଛନ୍ତି। ସିରିଆର ଉତ୍ତରପଶ୍ଚିମାଞ୍ଚଳରେ ଅବସ୍ଥିତ ଇଦ୍‌ଲିବ୍‌ ପ୍ରଦେଶର ଅରିହା ସହରରେ ଯୁ୍‌ଦ୍ଧବିମାନରୁ ବୋମାମାଡ଼ ହୋଇଥିଲା। ଜେହାଦୀମାନଙ୍କ ଅକ୍ତିଆରରେ ଥିବା ଉକ୍ତ ଅଞ୍ଚଳକୁ ଦାମାସ୍କସ୍‌ ଓ ଏହାର ସହଯୋଗୀ ରୁଷିଆ ଏପ୍ରିଲ ମାସରୁ ନିୟମିତ ଟାର୍ଗେଟ କରିଆସୁଛି। ରୁଷିଆ ସମର୍ଥତ୍ତ ସରକାର ବିଦ୍ରୋହୀ ଓ ଜେହାଦୀଙ୍କ କବଳରୁ ଇଦ୍‌ଲିବ୍‌ ସହରକୁ ମୁକ୍ତକରିବା ଲାଗି ଉଦ୍ୟମ ଜାରି ରଖିଛି। ଏପ୍ରିଲ ୨୯ରୁ ଉତ୍ତର ସିରିଆରେ ସରକାରଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ସାଧାରଣ ଜନତା ପ୍ରାଣ ହରାଇବା ସହ ୩ ଲକ୍ଷ ୩୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଲେଣି ବୋଲି ଗତ ସପ୍ତାହରେ ଜାତିସଂଘ ପକ୍ଷରୁ କୁହାଯାଇଥିଲା।
ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ରିହାମ୍‌ (୫) ଓ ତାଙ୍କ ସାନଭଉଣୀ ତୁକାଙ୍କୁ ସ୍ଥାନୀୟ କ୍ଲିନିକ୍‌କୁ ନିଆଯାଇଥିଲା। ପରେ ଇଦ୍‌ଲିବ୍‌ର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ରିହାମଙ୍କୁ ମୃତ ଘୋଷଣା କରିଥିଲେ। ତୁକା ହସ୍ପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କର ବାପା ଅମଜାଦ୍‌ ଅଲ୍‌-ଅବ୍‌ଦୁଲ୍ଲା ବୋଲି ଜଣାପଡିଛି। ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ଆସ୍‌ମା ନାକୁଲ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ମଧ୍ୟରୁ ଜଣେ ଯୁବକଙ୍କୁ ସିରିଆ ସିଭିଲ୍‌ ଡିଫେନ୍ସ ବାହିନୀ ହ୍ବାଇଟ୍‌ ହେଲମେଟ୍ସ ଉଦ୍ଧାର କରିଥିବା କହିଛି। ବୁଧବାର ଉକ୍ତ ପ୍ରଦେଶର ୩ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍‌ ହୋଇଥିଲା। ଏଥିରେ ୫ ଶିଶୁଙ୍କ ସମେତ ୨୦ ଜଣ ନିହତ ହୋଇଥିବା ବ୍ରିଟେନର ଅବ୍‌ଜରଭେଟୋରି ଫର ହ୍ୟୁମାନ ରାଇଟ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri