ଭଗ୍ନାବଶେଷ ତଳେ ଜୀବନ ଗଲା

ବିନିଶ୍‌,୨୮ା୭: ଉତ୍ତର ସିରିଆରେ ଯୁଦ୍ଧବିମାନରୁ ଆକ୍ରମଣ ବେଳେ ଏକ ବିଲ୍ଡିଂ ଉପରେ ବୋମାମାଡ଼ ହୋଇଛି। ୫ ବର୍ଷର ଝିଅଟି ଝୁଲନ୍ତା ଅବସ୍ଥାରେ ଥିବା ତା’ର କୁନି ଭଉଣୀକୁ ଉଦ୍ଧାର ଲାଗି ଉଦ୍ୟମ କରି ତା’ର ଟି-ସାର୍ଟକୁ ଟାଣିଧରିଛି। ଏହି ସମୟରେ ବିଲ୍ଡିଂ ଭୁଶୁଡ଼ିପଡିବାରୁ ଭଗ୍ନାବଶେଷ ତଳେ ଚାପିହୋଇ ଝିଅର ଜୀବନ ଯାଇଛି। ସେମାନଙ୍କ ବାପା ଭଗ୍ନାବଶେଷ ଉପରେ ଛିଡ଼ାହୋଇ ଚିତ୍କାର କରିବା ସହ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି ହୃଦୟ ବିଦାରକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି କରିଛି। ଏହା ସିରିଆ ଯୁଦ୍ଧ ସମୟର ସ୍ମୃତିକୁ ମନେପକାଇଦେଉଛି।
ସ୍ଥାନୀୟ ନ୍ୟୁଜ୍‌ ଓ୍ବେବ୍‌ସାଇଟ ଏସ୍‌ଓ୍ବାଇ୨୪ରେ କାର୍ଯ୍ୟ କରୁଥିବା ବଶାର ଅଲ୍‌-ଶେଖ୍‌ ବୁଧବାର ଏହି ଫଟୋ ଉଠାଇଛନ୍ତି। ସିରିଆର ଉତ୍ତରପଶ୍ଚିମାଞ୍ଚଳରେ ଅବସ୍ଥିତ ଇଦ୍‌ଲିବ୍‌ ପ୍ରଦେଶର ଅରିହା ସହରରେ ଯୁ୍‌ଦ୍ଧବିମାନରୁ ବୋମାମାଡ଼ ହୋଇଥିଲା। ଜେହାଦୀମାନଙ୍କ ଅକ୍ତିଆରରେ ଥିବା ଉକ୍ତ ଅଞ୍ଚଳକୁ ଦାମାସ୍କସ୍‌ ଓ ଏହାର ସହଯୋଗୀ ରୁଷିଆ ଏପ୍ରିଲ ମାସରୁ ନିୟମିତ ଟାର୍ଗେଟ କରିଆସୁଛି। ରୁଷିଆ ସମର୍ଥତ୍ତ ସରକାର ବିଦ୍ରୋହୀ ଓ ଜେହାଦୀଙ୍କ କବଳରୁ ଇଦ୍‌ଲିବ୍‌ ସହରକୁ ମୁକ୍ତକରିବା ଲାଗି ଉଦ୍ୟମ ଜାରି ରଖିଛି। ଏପ୍ରିଲ ୨୯ରୁ ଉତ୍ତର ସିରିଆରେ ସରକାରଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇଥିବାବେଳେ ୩୫୦ରୁ ଊର୍ଦ୍ଧ୍ୱ ସାଧାରଣ ଜନତା ପ୍ରାଣ ହରାଇବା ସହ ୩ ଲକ୍ଷ ୩୦ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାଇଲେଣି ବୋଲି ଗତ ସପ୍ତାହରେ ଜାତିସଂଘ ପକ୍ଷରୁ କୁହାଯାଇଥିଲା।
ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ରିହାମ୍‌ (୫) ଓ ତାଙ୍କ ସାନଭଉଣୀ ତୁକାଙ୍କୁ ସ୍ଥାନୀୟ କ୍ଲିନିକ୍‌କୁ ନିଆଯାଇଥିଲା। ପରେ ଇଦ୍‌ଲିବ୍‌ର ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ରିହାମଙ୍କୁ ମୃତ ଘୋଷଣା କରିଥିଲେ। ତୁକା ହସ୍ପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେମାନଙ୍କର ବାପା ଅମଜାଦ୍‌ ଅଲ୍‌-ଅବ୍‌ଦୁଲ୍ଲା ବୋଲି ଜଣାପଡିଛି। ଏହି ଆକ୍ରମଣରେ ତାଙ୍କ ସ୍ତ୍ରୀ ଆସ୍‌ମା ନାକୁଲ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଭଗ୍ନାବଶେଷ ମଧ୍ୟରୁ ଜଣେ ଯୁବକଙ୍କୁ ସିରିଆ ସିଭିଲ୍‌ ଡିଫେନ୍ସ ବାହିନୀ ହ୍ବାଇଟ୍‌ ହେଲମେଟ୍ସ ଉଦ୍ଧାର କରିଥିବା କହିଛି। ବୁଧବାର ଉକ୍ତ ପ୍ରଦେଶର ୩ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍‌ ହୋଇଥିଲା। ଏଥିରେ ୫ ଶିଶୁଙ୍କ ସମେତ ୨୦ ଜଣ ନିହତ ହୋଇଥିବା ବ୍ରିଟେନର ଅବ୍‌ଜରଭେଟୋରି ଫର ହ୍ୟୁମାନ ରାଇଟ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?