ଭକ୍ତ, ସେବାୟତଙ୍କ ମନରେ କ୍ଷୋଭ: ରଥଯାତ୍ରା ହେବା ଦାବିରେ ଆଜି ୬ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ,୧୯ା୬: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚାଲିଥିଲା। କରୋନା କଟକଣା ତଥା ଲକ୍‌ଡାଉନ ପାଇଁ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଧାର୍ଯ୍ୟ ସମୟ ପୂର୍ବରୁ କାମ ସରିଥିଲା। ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପ୍ରସ୍ତୁତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କ ରାୟ ସମସ୍ତଙ୍କ ମନରେ ନିରାଶ ଭରିଦେଇଛି। ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଭକ୍ତ ଓ ସେବାୟତ। ସମସ୍ତଙ୍କ ମନରେ କୋହ ଓ କ୍ଷୋଭ। ରଥଯାତ୍ରା ହେବା ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି।
ଏପ୍ରିଲ ୨୬ ତାରିଖ ଅକ୍ଷୟତୃତୀୟାରେ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତି ପରେ ୧୨ଦିନ ବିଳମ୍ବରେ ଅର୍ଥାତ୍‌ ମେ ୫ରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ପ୍ରାୟ କାମ ସରିଛି। ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ରଥ ପ୍ରତିଷ୍ଠା ଲାଗି ଦେଉଳ ପୁରୋହିତଙ୍କୁ ଅନୁମତି ଦିଆଯିବା ସହ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରାଯାଇଥିଲା। ସେବାୟତମାନେ ରଥଯାତ୍ରା ହେବା ନେଇ ଏକପ୍ରକାର ନିଶ୍ଚିତ ଥିଲେ। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖରୁ ନୂତନ ଶେଡ୍‌ ଖୋଲାଯିବା, ବଡ଼ଦାଣ୍ଡ ସହ ସଂଯୋଗ ସାହିଗଳି ରାସ୍ତାକୁ ବନ୍ଦ ପାଇଁ ବ୍ୟାରିକେଡ କରାଯିବା, ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରୁ କ୍ୟାବିନ ହଟାଇବା କାର୍ଯ୍ୟ ଚାଲିଥିଲା। ତେବେ କରୋନା ପାଇଁ ଏଥର ପୁରୀ ସମେତ ଓଡ଼ିଶାର କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି କୋର୍ଟଙ୍କ ରାୟ ପରେ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ରଥ ନିର୍ମାଣରେ ସମ୍ପୃକ୍ତ ସେବକ କିଛି ସମୟ ପାଇଁ ଅଟକି ଯାଇଥିଲେ। ଯଦି ବିଶ୍ୱନିୟନ୍ତା ରଥରେ ବିରାଜମାନ କରିବେ ନାହିଁ ତେବେ ସେମାନେ କାହିଁକି ଘରଦ୍ୱାର ଛାଡ଼ି ସଙ୍ଗରୋଧରେ ରହି ଦିନରାତି ଏକ କରିଦେଇଥିଲେ ବୋଲି କହିଛନ୍ତି। ଅନ୍ୟ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ନାନପୂର୍ଣ୍ଣିମା ଯଦି ବିନା ଭକ୍ତରେ ହୋଇପାରିଲା ରଥଯାତ୍ରା କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଭକ୍ତମାନେ ମଧ୍ୟ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଗ୍ରହଣ କରିପାରିନାହାନ୍ତି। ସେମାନେ ବରଂ ସରକାରଙ୍କ ନିୟମ ମାନି ଘରେ ରହିବେ, କିନ୍ତୁ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡୁ ବୋଲି ମତ ରଖିଛନ୍ତି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରଥଯାତ୍ରା ହେବା ଦାବିରେ ଶୁକ୍ରବାର ପୁରୀ ବନ୍ଦ ଡାକରା ଦେଇଛନ୍ତି ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିବା ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ସ୍ବାଧୀନ କୁମାର ପଣ୍ଡା ଏବଂ ଶ୍ରୀଜଗନ୍ନାଥ ସେନାର ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri