ବ୍ୟାୟାମରେ ତ୍ରୁଟି ଜଣାଇଦେବ ଯନ୍ତ୍ର

ଚଣ୍ଡିଗଡ଼: ବ୍ୟାୟାମ କରିବାର ଯଦି ଠିକ୍‌ ପଦ୍ଧତି ଜଣାନାହିଁ ତେବେ ଆଦୌ ଚିନ୍ତା କରନ୍ତୁନାହିଁ। ଚଣ୍ଡିଗଡସ୍ଥିତ କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ବା ସେଣ୍ଟ୍ରାଲ ସାଇଣ୍ଟିଫିକ ଇନ୍‌ଷ୍ଟ୍ରୁମେଣ୍ଟ ଅର୍ଗାନାଇଜେଶନ(ସିଏସ୍‌ଆଇଓ)ଏଭଳି ଯନ୍ତ୍ର ନିର୍ମାଣ କରିଛି ଯାହା ବ୍ୟାୟାମରେ କିଛି ତ୍ରୁଟି ଦେଖିବା ମାତ୍ରେ ଜଣାଇଦେଉଛି। ଏହି ଯନ୍ତ୍ରଟି ବ୍ୟାୟାମ କରିବାବେଳେ କୌଣସି ତ୍ରୁଟି ରହିଥିଲେ ଆଲାର୍ମ ବଜାଇ ସତର୍କ ବି କରିଦେଉଛି। କେବଳ ଏତିକି ନୁହେଁ କେମିତି ଠିକ୍‌ ଭାବେ ବ୍ୟାୟାମ କରିବେ ତାହା ମଧ୍ୟ ସୂଚାଇଦେଉଛି। ସିଏସ୍‌ଆଇଓର ଜୈବ ଚିକିତ୍ସକୀୟ ଉପକରଣ ବିଭାଗର ବୈଜ୍ଞାନିକମାନେ ରିୟଲିଟି ବେଷ୍ଟ ରିହାବିଲେଶନ ସିଦ୍ଧାନ୍ତ ଅନୁସାରେ ନିର୍ମାଣ କରିଛନ୍ତି। ଏଥିରେ ତିନୋଟି ଭିନ୍ନ ଭିନ୍ନ ବିଶେଷତା ବା ବର୍ଗ ରହିଛି। ଏଥିରେ ଥିବା ମୋଟର ଫଙ୍କ୍‌ସନ ସାହାଯ୍ୟରେ ଚାଲିବା, ଉଠିବା, ବସିବାରେ କିଛି ସମସ୍ୟା ଦେଖାଗଲେ ତାହା ସମଧାନ କରିଦେଉଛି। ଏହି ସମ୍ବନ୍ଧୀୟ ଇଂଜ୍ୟୁରି ଥିବା ବ୍ୟକ୍ତିଙ୍କୁ ଏହା ସାହାଯ୍ୟ କରିବ। ଦ୍ୱିତୀୟରେ ଏହା ନ୍ୟୁରୋ ଏବଂ ମାଂସପେଶୀ ମଧ୍ୟରେ ସନ୍ତୁଳନ ରକ୍ଷାକରେ। ତୃତୀୟରେ ଏହା ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କୁ ବି ବ୍ୟାୟାମ କରିବାରେ ସାହାଯ୍ୟ କରିପାରିବ। ଏହି ତିନୋଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏଥିରେ ତିନୋଟି ଅଲଗା ଅଲଗା ସେନ୍‌ସର ଲଗାଯାଇଛି। ବୈଜ୍ଞାନିକମାନେ ଏହା ପାଇଁ ସ୍ବତନ୍ତ୍ର ଭାବେ ସଫ୍ଟଓ୍ବେର ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାକୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ଉପଯୋଗ କରିହେବ। ଯନ୍ତ୍ରଟିକୁ ଏହି ସଫ୍ଟଓ୍ବେରରେ ସଂଯୋଗ କରିହେବ । ତିନୋଟି ବର୍ଗ ପାଇଁ ତିଆରି କରାଯାଇଥିବା ସେନ୍‌ସରକୁ ପୀଡ଼ିତଙ୍କ ପ୍ରଭାବିତ ଅଙ୍ଗରେ ଲଗାଇଲେ ବ୍ୟାୟାମ କରିବା ସମୟରେ ତ୍ରୁଟିକୁ ତାହା ଜଣାଇଦେବ। ବ୍ୟାୟାମରେ ରହିଥିବା ଭୁଲ୍‌କୁ କମ୍ପ୍ୟୁଟର କିମ୍ବା ମୋବାଇଲରେ ବି ଦେଖିହେବ। କେମିତି ବ୍ୟାୟାମ କରିବେ ଓ କେତେ ସମୟ କରିବେ ତାହା ମଧ୍ୟ ଜଣାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri