ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏମ୍‌ଆଇଜି-୫୧ରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁରର ଆର୍‌. ରଞ୍ଜିତା ରାଓ(୩୧)। ରଞ୍ଜିତା ଅଶୋକ ନଗର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ଏଠାରେ ଘର ଭଡ଼ା ନେଇ ରହୁଥିଲେ। ବେକରେ ଚୁନି ବନ୍ଧା ଅବସ୍ଥାରେ ମୃତଦେହଟି ଝୁଲି ରହିଥିଲା। ଗୁରୁବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ୩୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବାବେଳେ ଝିଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ରାତିରେ ମା’ଙ୍କ ସହ ସ୍ବାଭାବିକ ଭାବେ କଥାବାର୍ତ୍ତା ହୋଇ ଶୋଇବାକୁ ଯାଇଥିବା ରଞ୍ଜିତା କାହିଁକି ଆତ୍ମହତ୍ୟା କଲେ ତାହା ସେମାନଙ୍କୁ ଚକିତ କରିଦେଇଛି।
ରଞ୍ଜିତା ଦୁଇବର୍ଷ ହେବ ଭୁବନେଶ୍ୱର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଦଶଦିନ ତଳେ ମା’ ଆସି ତାଙ୍କ ନିକଟରେ ରହୁଥିଲେ। ବୁଧବାର ମଧ୍ୟ ବାପା ଆସିଥିଲେ। ବାପା ଓ ମା’ଙ୍କ ସହ ସେ ବେଶ୍‌ ହସଖୁସିରେ ଥିଲେ। କିଛିଦିନ ହେବ ତାଙ୍କର ବିବାହ ପାଇଁ ବହୁ ପ୍ରସ୍ତାବ ଆସୁଥିଲା। ମା’ଙ୍କ କହିବାନୁଯାୟୀ, ବୁଧବାର ରାତି ୧୦ଟାରେ ଝିଅ ସହ ଖାଦ୍ୟ ଖାଇବା ପରେ ଲୁଡୁ ଖେଳିଥିଲେ। ଖେଳିବା ସମୟରେ ରଞ୍ଜିତା ବେଶ୍‌ ଖୁସି ଥିଲେ। ଏହାପରେ ସେ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ। ସକାଳୁ ଉକ୍ତ ରୁମ୍‌ କବାଟ ଭିତରପଟୁ ଅଧା ବନ୍ଦ ରହିଥିଲା। ମା’ ଡାକିବାକୁ ରୁମ୍‌ ଭିତରକୁ ଯାଇ ଝିଅର ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ରଞ୍ଜିତା କାହାକୁ ଭଲ ପାଉଥିବା ନେଇ କେତେବେଳେ ବି ପରିବାର ଲୋକଙ୍କୁ କହି ନ ଥିବା ମା’ କହିଛନ୍ତି। ଏପରିସ୍ଥଳେ ରଞ୍ଜିତାଙ୍କ ମୃତ୍ୟୁର କାରଣ ଖୋଜିବା ସହ ଅନ୍ୟ କେତେକ ଦିଗକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଛି ପୋଲିସ।
ଇତିମଧ୍ୟରେ ପୋଲିସ ତାଙ୍କ ଫୋନ୍‌ କଲ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ଯାଞ୍ଚ କରିଛି। ବୁଧବାର ଅପରାହ୍ନ ୩ଟା ୧୮ରେ ରଞ୍ଜିତା ଶେଷଥର ପାଇଁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ବଲିଉଡ୍‌ ମୁଭି ମେରି ପ୍ୟାରି ବିନ୍ଦୁର ଏକ ଦୁଃଖଭରା ଗୀତକୁ ଶେୟାର କରିଛନ୍ତି। ତା’ପୂର୍ବରୁ ମଧ୍ୟ ଜୀବନ ଓ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ଟାଇମ୍‌ ଲାଇନ୍‌ରେ। ରଞ୍ଜିତାଙ୍କ ବାପା କହିଛନ୍ତି, କିଛିଦିନ ହେଲା ସେ ଡିପ୍ରେସନ୍‌ ରହିବା ସହ ଭଲରେ ଖିଆପିଆ କରୁ ନ ଥିଲେ। ଗତ ୩ମାସ ତଳେ ରଞ୍ଜିତା ଅଚେତ ମଧ୍ୟ ହୋଇଯାଇଥିଲେ। ସେ କୌଣସି ଏକ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିଲେ ଓ ରୋଗ ଯନ୍ତ୍ରଣା ସହ୍ୟ କରି ନ ପାରି ରଞ୍ଜିତା ହୁଏତ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ ରଞ୍ଜିତାଙ୍କର ଚାକିରି କିମ୍ବା ପ୍ରେମଜନିତ ଚାପ ଥିଲା କି ନାହିଁ ତାହାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri