ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନଗଦ ଅଭାବ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ରେକର୍ଡ ପୁଞ୍ଜି ଯୋଗାଣ, ସୁଧହାର ହ୍ରାସ ଭଳି ପଦକ୍ଷେପର ପ୍ରଭାବ କମ୍‌ ହୋଇଛି। ଏହି ସମୟରେ ନଗଦ ଅଭାବ ହାର ସାମାନ୍ୟ ଅବସ୍ଥାରେ ରହୁଥିବା ବେଳେ ଚଳିତ ବର୍ଷ ଟିକିଏ ଅଧିକ ରହିଥିବା ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଚାଟାର୍ଜୀ କହିଛନ୍ତି। ସରକାରୀ ଖର୍ଚ୍ଚ କମିବାରୁ ଆରବିଆଇ ନିକଟରେ ବର୍ତ୍ତମାନ ସରକାରଙ୍କ ଅଧିକ ବାଲାନ୍ସ ରହିଛି। ସେହିଭଳି ଉଚ୍ଚ ହାରରେ ଉଠାଣ, ବିଦେଶୀ ମୁଦ୍ରା ଆଗମନରେ ଦୁର୍ବଳ ଅବସ୍ଥା, ଉଚ୍ଚ କ୍ୟାଶ ରିଜର୍ଭ ରେସିଓ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଚାଟାର୍ଜୀ କହିଛନ୍ତି।

ବ୍ଲୂମବର୍ଗ ଇଣ୍ଡିଆ ବ୍ୟାଙ୍କିଙ୍ଗ୍‌ ଲିକ୍ୟୁଇଡ ଗଜ୍‌ ଡାଟା ମୁତାବକ ଏପ୍ରିଲ ୩ରେ ନଗଦ ଅଭାବ ୩୧,୩୯୬ କୋଟି ଟଙ୍କା ଥିବା ବେଳେ ଏପ୍ରିଲ ୧୬ରେ ଏହା ୭୦,୨୬୬ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ବିମୁଦ୍ରୀକରଣ ସତ୍ତ୍ୱେ ଏହି ଅବଧିରେ ସିଷ୍ଟମରେ ୩୩,୪୦୦ କୋଟି ଏବଂ ୮୬,୬୦୦ କୋଟି ଟଙ୍କାର ବଳକା କ୍ୟାଶ ରହିଥିଲା। ଏପ୍ରିଲରେ ସରକାରଙ୍କ ଅପ୍ରତ୍ୟାଶିତ ଖର୍ଚ୍ଚ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ ସୂଚନା ଦେଇଛନ୍ତି। ନଗଦ ଅଭାବ ଜନିତ ସ୍ଥିତି ଯୋଗୁ ମୁଦ୍ରାନୀତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

ଏପ୍ରିଲ ୧୬ ସୁଦ୍ଧା ସରକାରଙ୍କ ନିକଟରେ ୪୭,୩୩୩ କୋଟି ଟଙ୍କାର ବଳକା ନଗଦ ଅର୍ଥ ରହିଛି। ଗତ ବର୍ଷ ସମାନ ସମୟ ଅବଧିରେ ଏହି ପରିମାଣ ଶୂନ ରହିଥିଲା। ଚଳିତ ମାସ ଶେଷ ଆଡକୁ ଜିଏସ୍‌ଟି ଆଦାୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ନଗଦ ଅଭାବ ଏବଂ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ନ ହେବା ଯୋଗୁ ଏହା ବଳକା ନଗଦକୁ ଆହୁରି ବୃଦ୍ଧି କରିବ। ଏପ୍ରିଲ ଶେଷ ବେଳକୁ ବ୍ୟବସ୍ଥାରେ ନଗଦ ଅଭାବ ୧ ଲକ୍ଷ କୋଟି ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

୨୦୧୮-୧୯ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ୨.୯୮ ଲକ୍ଷ କୋଟି ଟଙ୍କାର ନଗଦ ବଜାରକୁ ଛାଡିଥିଲା। ମାର୍ଚ୍ଚରେ ୩୪,୫୦୦ କୋଟି ଟଙ୍କାର ଡଲାର ସ୍ବାପ ଅକ୍ସନ କରିଛି। ଚଳିତ ସପ୍ତାହରେ ଏଭଳି ଆଉ ଏକ ଅକ୍ସନ ଆରବିଆଇ କରିଥିଲା। ଟର୍ମ ରେପୋ ଦ୍ୱାରା ଆରବିଆଇ ଅର୍ଥ ବ୍ୟବସ୍ଥାରେ ନଗଦ ଛାଡିପାରେ ବୋଲି ଇଣ୍ଡିଆ ରେଟିଂର ସହଯୋଗୀ ନିର୍ଦ୍ଦେଶକ ସୌମ୍ୟଜିତ ନିୟୋଗୀ କହିଛନ୍ତି। ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଣ୍ଡ ନିଲାମ ଏହି ନଗଦ ଅଭାବ ସ୍ଥିତିକୁ ଆହୁରି ପ୍ରଭାବିତ କରିପାରେ ବୋଲି ନିୟୋଗୀ କହିଛନ୍ତି। ସରକାରଙ୍କ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ନଗଦ ସ୍ଥିତିରେ ଉନ୍ନତି ଆଣିବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ;ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା...

ଆପଣ ଏସବୁ ପାସଓ୍ବାର୍ଡ ରଖିଛନ୍ତି କି, ତୁରନ୍ତ ବଦଳାନ୍ତୁ: ନଚେତ୍‌…

ନୂଆଦିଲ୍ଲୀ,୨୦।୧୧: ୨୦୨୦ର ସବୁଠୁ ଦୁର୍ବଳ ପାସୱାର୍ଡର ତାଲିକା ପ୍ରକାଶ ପାଇଛି। ଏଥିରେ କେତେଥର ପାସୱାର୍ଡ ଲିକ ହୋଇଛି କିମ୍ବା କେତେ ଥର ବ୍ୟବହାର କରାଯାଇଛି ସେ...

୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୬-୩: ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ ସଂଘଗୁଡିକ ଚଳିତ ମାସ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡିକ ମଧ୍ୟରେ ଅଲ ଇଣ୍ଡିଆ...

ମେ’ରେ ସର୍ଭିସ ସେକ୍ଟର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୬-୬: ଦେଶର ସେବା କ୍ଷେତ୍ର ଗତିବିଧି ବୃଦ୍ଧି ହାର ମେ’ର ଏକ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନିର୍ବାଚନ ଯୋଗୁ ଏହା ପ୍ରଭାବିତ ହୋଇଛି...

ହ୍ରାସ ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୧: ଗତ ବର୍ଷର ଶେଷ ମାସରେ ଭାରତୀୟ ଅଟୋ ବଜାରରେ ଗାଡ଼ି ବିକ୍ରି ମାନ୍ଦା ରହିଥିବା ସୂଚନା ମିଳିଛି। ଏପରିକି ୨୦୨୨ ଅକ୍ଟୋବର ଏବଂ ନଭେମ୍ବର...

‘ଭୋକାଲ ଫର୍‌ ଲୋକାଲ’ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: ସ୍ଥାନୀୟ ଅର୍ଥ ବ୍ୟବସ୍ଥାର ବିକାଶ ଲାଗି ଯୋଗଦାନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଦିଓ୍ବାଲିରେ ଲୋକମାନେ ସ୍ଥାନୀୟ ସାମଗ୍ରୀକୁ ବ୍ୟବହାର...

୯ ରାଜ୍ୟରେ ସମ୍ପ୍ରସାରଣ ହେବ ରେଳପଥ, ଖର୍ଚ୍ଚ ହେବ ୩୨,୫୦୦ କୋଟି…

ନୂଆଦିଲ୍ଲୀ,୧୭।୮ : ଅଥନୈତିକ ବ୍ୟାପାର ଉପରେ କ୍ୟାବିନେଟ କମିଟି ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ରେଳର ସାତୋଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ...

ନୂତନ ଯୁଗର ବଜେଟ

ଭୁବନେଶ୍ୱର,୨।୨: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଚଳିତ ଥରର ୟୁନିୟନ ବଜେଟ ଲାଇଭ୍‌ ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ...

Advertisement
Archives

Model This Week