ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନଗଦ ଅଭାବ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ରେକର୍ଡ ପୁଞ୍ଜି ଯୋଗାଣ, ସୁଧହାର ହ୍ରାସ ଭଳି ପଦକ୍ଷେପର ପ୍ରଭାବ କମ୍‌ ହୋଇଛି। ଏହି ସମୟରେ ନଗଦ ଅଭାବ ହାର ସାମାନ୍ୟ ଅବସ୍ଥାରେ ରହୁଥିବା ବେଳେ ଚଳିତ ବର୍ଷ ଟିକିଏ ଅଧିକ ରହିଥିବା ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଚାଟାର୍ଜୀ କହିଛନ୍ତି। ସରକାରୀ ଖର୍ଚ୍ଚ କମିବାରୁ ଆରବିଆଇ ନିକଟରେ ବର୍ତ୍ତମାନ ସରକାରଙ୍କ ଅଧିକ ବାଲାନ୍ସ ରହିଛି। ସେହିଭଳି ଉଚ୍ଚ ହାରରେ ଉଠାଣ, ବିଦେଶୀ ମୁଦ୍ରା ଆଗମନରେ ଦୁର୍ବଳ ଅବସ୍ଥା, ଉଚ୍ଚ କ୍ୟାଶ ରିଜର୍ଭ ରେସିଓ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଚାଟାର୍ଜୀ କହିଛନ୍ତି।

ବ୍ଲୂମବର୍ଗ ଇଣ୍ଡିଆ ବ୍ୟାଙ୍କିଙ୍ଗ୍‌ ଲିକ୍ୟୁଇଡ ଗଜ୍‌ ଡାଟା ମୁତାବକ ଏପ୍ରିଲ ୩ରେ ନଗଦ ଅଭାବ ୩୧,୩୯୬ କୋଟି ଟଙ୍କା ଥିବା ବେଳେ ଏପ୍ରିଲ ୧୬ରେ ଏହା ୭୦,୨୬୬ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ବିମୁଦ୍ରୀକରଣ ସତ୍ତ୍ୱେ ଏହି ଅବଧିରେ ସିଷ୍ଟମରେ ୩୩,୪୦୦ କୋଟି ଏବଂ ୮୬,୬୦୦ କୋଟି ଟଙ୍କାର ବଳକା କ୍ୟାଶ ରହିଥିଲା। ଏପ୍ରିଲରେ ସରକାରଙ୍କ ଅପ୍ରତ୍ୟାଶିତ ଖର୍ଚ୍ଚ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ ସୂଚନା ଦେଇଛନ୍ତି। ନଗଦ ଅଭାବ ଜନିତ ସ୍ଥିତି ଯୋଗୁ ମୁଦ୍ରାନୀତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

ଏପ୍ରିଲ ୧୬ ସୁଦ୍ଧା ସରକାରଙ୍କ ନିକଟରେ ୪୭,୩୩୩ କୋଟି ଟଙ୍କାର ବଳକା ନଗଦ ଅର୍ଥ ରହିଛି। ଗତ ବର୍ଷ ସମାନ ସମୟ ଅବଧିରେ ଏହି ପରିମାଣ ଶୂନ ରହିଥିଲା। ଚଳିତ ମାସ ଶେଷ ଆଡକୁ ଜିଏସ୍‌ଟି ଆଦାୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ନଗଦ ଅଭାବ ଏବଂ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ନ ହେବା ଯୋଗୁ ଏହା ବଳକା ନଗଦକୁ ଆହୁରି ବୃଦ୍ଧି କରିବ। ଏପ୍ରିଲ ଶେଷ ବେଳକୁ ବ୍ୟବସ୍ଥାରେ ନଗଦ ଅଭାବ ୧ ଲକ୍ଷ କୋଟି ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

୨୦୧୮-୧୯ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ୨.୯୮ ଲକ୍ଷ କୋଟି ଟଙ୍କାର ନଗଦ ବଜାରକୁ ଛାଡିଥିଲା। ମାର୍ଚ୍ଚରେ ୩୪,୫୦୦ କୋଟି ଟଙ୍କାର ଡଲାର ସ୍ବାପ ଅକ୍ସନ କରିଛି। ଚଳିତ ସପ୍ତାହରେ ଏଭଳି ଆଉ ଏକ ଅକ୍ସନ ଆରବିଆଇ କରିଥିଲା। ଟର୍ମ ରେପୋ ଦ୍ୱାରା ଆରବିଆଇ ଅର୍ଥ ବ୍ୟବସ୍ଥାରେ ନଗଦ ଛାଡିପାରେ ବୋଲି ଇଣ୍ଡିଆ ରେଟିଂର ସହଯୋଗୀ ନିର୍ଦ୍ଦେଶକ ସୌମ୍ୟଜିତ ନିୟୋଗୀ କହିଛନ୍ତି। ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଣ୍ଡ ନିଲାମ ଏହି ନଗଦ ଅଭାବ ସ୍ଥିତିକୁ ଆହୁରି ପ୍ରଭାବିତ କରିପାରେ ବୋଲି ନିୟୋଗୀ କହିଛନ୍ତି। ସରକାରଙ୍କ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ନଗଦ ସ୍ଥିତିରେ ଉନ୍ନତି ଆଣିବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?