ବାହାନଗା, ୨୪ା୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ୍ କରି ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରୁଛନ୍ତି। ତେବେ ଆବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବିଭିନ୍ନ ସରକାରୀ ଅଫିସରେ କାମ ଚଳାଇବା ପାଇଁ ଆବଶ୍ୟକଠାରୁ ଅଳ୍ପ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ହେଉଛି ା ବ୍ୟାଙ୍କଗଡିକ ମଧ୍ୟ ସେଥିରୁ ବାଦ୍ ପଡିନାହାନ୍ତି ା ନିହାତି ଆବଶ୍ୟକ କାମ ବ୍ୟାଙ୍କ ମାଧ୍ୟମରେ କରାଯାଉଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଏକ ପଞ୍ଚାୟତର ପାସବୁକ୍ ଅପଡେଟ୍ କରିବା ନେଇ ମଙ୍ଗଳବାର ଅପରାହ୍ନରେ ଗୋପାଳପୁର ୟୁକୋ ବ୍ୟାଙ୍କରେ ଗଣ୍ଡଗୋଳ ହୋଇଥିଲା। ପଣ୍ଡାଶୁଣି ପଞ୍ଚାୟତର ପରୀକ୍ଷିତ ମାଝି ନାମକ ବ୍ୟକ୍ତି ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନାମରେ ଗୋପାଳପୁର ଫାଣ୍ଡିରେ ପାଲଟା ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୧୩୭/୨୦) ରୁଜୁ ହୋଇଛି ା ଗୋପାଳପୁର ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ସବିତା ହାସଁଦାଙ୍କ ପାଲଟା ଅଭିଯୋଗକ୍ରମେ ଥାନାରେ ୭ଜଣଙ୍କ ନାମରେ ଏକ ମାମଲା (ନଂ. ୧୩୮/୨୦) ରୁଜୁ କରଯାଇଛି। ଉକ୍ତ ଅଭିଯୋଗରେ ବ୍ୟାଙ୍କର ମହିଳ ଅଧିକାରୀଙ୍କୁ ଜାତି ଉଠାଇ ଗାଳିଗୁଲଜ କରାଯାଇଥିବା ଦର୍ଶାଯାଇଛି।
କେନ୍ଦ୍ର ସରକାର ଜନଧନ ଯୋଜନାରେ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ତାହାକୁ ଉଠାଇବା ପାଇଁ ୟୁକୋ ବ୍ୟାଙ୍କରେ ନାହିଁ ନ ଥିବା ଗହଳି ହେଉଛି ା ଫଳରେ ବ୍ୟାଙ୍କରେ ଟଙ୍କା ଉଠା, ଟଙ୍କା ଡିପୋଜିଟ୍ ଆଦି କାମ କରାଯାଉଛି। କର୍ମଚାରୀ କମ୍ ଆସୁଥିବାରୁ ପାସ୍ବୁକ୍ ଅପଡେଟ କରାଯାଉନାହିଁ ା ତେବେ ପଣ୍ଡାଶୁଣି ପଞ୍ଚାୟତ ତରଫରୁ ପରୀକ୍ଷିତ ମାଝୀ ପଞ୍ଚାୟତ ପାସ୍ବୁକ୍ ଅପଡେଟ କରିବା ପାଇଁ ଆସିଥିଲେ ମଧ୍ୟ ବ୍ୟାଙ୍କର ଅତିରିକ୍ତ ଶାଖା ପରିଚାଳକ ନ କରିବାରୁ ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ା
Posted inଆମ ଜିଲା ଖବର, ବାଲେଶ୍ୱର View All
ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…
ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ
ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…
ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି
ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…
ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…
ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…
ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…
ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…
ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…
ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ
ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…
ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…
ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…
Archives

