ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ ଫିଲ୍ମ ‘ଦ ଲାୟନ ଅଫ୍‌ କିଙ୍ଗ’ର ନୂଆ ସଂସ୍କରଣ ଆସନ୍ତା ମାସ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ଶାହରୁଖ ଓ ଆର୍ୟନ ବାପ ପୁଅ ଚରିତ୍ର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ ଦେବେ ବୋଲି ଜଣାପଡ଼ିଛି। ଆଉ ଏଥିପାଇଁ ସେମାନେ ରାଜି ମଧ୍ୟ ହୋଇଯାଇଛନ୍ତି। ‘ଦ ଲାୟନ ଅଫ୍‌ କିଙ୍ଗ’ ପ୍ରଥମ ଥର ୧୯୯୪ରେ ରିଲିଜ୍‌ ହୋଇଥିଲା। ୨୫ ବର୍ଷ ପୁରା ହେବା ପରେ ଡିଜନୀ ଚଳିତ ଥର ଏହି ଫିଲ୍ମରେ ଆନିମେଶନ୍‌ର ନୂଆ ଆଧୁନୀକିକରଣର ବ୍ୟବହାର କରିଛି। ଏହି ଫିଲ୍ମରେ ଜଙ୍ଗଲର ରାଜା ମୁଫାସା ଓ ତାଙ୍କର ପୁଅ ସିମ୍ବାକୁ ନେଇ କାହାଣୀଟି ଗତିଶୀଳ ହୋଇଛି। ମୁଫାସା ଚରିତ୍ରରେ ଶାହରୁଖ କଣ୍ଠଦାନ କରୁଥିବା ବେଳେ ସିମ୍ବା ଚରିତ୍ର ପାଇଁ ଆର୍ୟନ କଣ୍ଠଦାନ କରିବେ। ଜନ୍‌ ଫଓ୍ବେର୍ୟୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଇଂରାଜୀ, ହିନ୍ଦୀ ସମେତ ତାମିଲ ଓ ତେଲଗୁ ଭାଷାରେ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରାଙ୍କ ଓ୍ବେବ୍‌ ସିରିଜ୍‌ ‘ରସଭରୀ’କୁ ହଟାଇଲା ଆମାଜନ୍‌ ପ୍ରାଇମ୍‌ !

ବମ୍ବେ: କିଛି ଦିନ ତଳେ ଅଭିନେତ୍ରୀ ସ୍ବରା ଭାସ୍କର ଅଭିନୀତ ଓ୍ବେବ୍‌ ସିରିଜ୍‌ ‘ରସଭରୀ’ର ରିଲିଜ ହୋଇଥିଲା। ଆମାଜନ ପ୍ରାଇମ୍‌ ଭିଡିଓରେ ଏହାକୁ ରିଲିଜ କରାଯାଇଥିଲା।...

ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ...

ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା

ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର...

ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା...

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ

ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟାଙ୍କ...

ରାତାରାତି ହିଟ୍‌ ହୋଇଥିବା ନାୟିକାଙ୍କର ଏବେ ବଳଦି ଯାଇଛି ଠିକଣା

ମୁମ୍ବାଇ: ରାତାରାତି ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ନାୟିକା ଅନୁ ଅଗ୍ରଓ୍ବାଲ କିନ୍ତୁ ଏବେ ଲାଇମ୍‌ ଲାଇଟ୍‌ରୁ ବହୁ...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *