ବ୍ୟବସାୟ ଋଣ ଶୁଝିପାରିଲେନି ବନ୍ଧକ ଘର ସିଲ କଲା ବ୍ୟାଙ୍କ

ପୋଲସରା,୨୭ା୧୨(ଡି.ଏନ.ଏ.): ବ୍ୟବସାୟ ପାଇଁ ଆଣିଥିବା ଋଣ ଶୁଝି ନ ପାରିବାରୁ ଜଣେ ବ୍ୟକ୍ତି ବନ୍ଧକ ରଖିଥିବା ଘରକୁ ବ୍ୟାଙ୍କ ପକ୍ଷରୁ ସୋମବାର ସିଲ କରାଯାଇଛି। ପୋଲସରା ବ୍ଲକ ହାତୀଓଟ ଗ୍ରାମର ଫକୀର କୁମାର ଜେନା ବ୍ୟବସାୟ ପାଇଁ ନିଜ ଦୋକାନ ନାମରେ ୨୦୧୯ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ହାତୀଓଟ ଶାଖାରୁ ନିଜ ଘର ବନ୍ଧକ ଆକାରରେ ରଖି ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେ ଠିକ ସମୟରେ ଋଣ ପରିଶୋଧ କରିପାରି ନ ଥିଲେ। ଋଣ ଭାର ୩୦ ଲକ୍ଷରେ ପହଞ୍ଚିଥିଲା। ବ୍ୟାଙ୍କ ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ଟଙ୍କା ଶୁଝି ନ ଥିଲେ। ତେଣୁ ବ୍ୟାଙ୍କ ପ୍ରଶାସନ ପକ୍ଷରୁ ସରଫେସି ଆକ୍ଟ ଅନୁଯାୟୀ ଫକୀରଙ୍କର ତିନୋଟି ସ୍ଥାନରେ ଥିବା ୩ କୋଠାକୁ ଜଉମୁଦ ସହ ସିଲ କରାଯାଇଛି। ଜଉମୁଦ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଅଜୟ କୁମାର ନାୟକ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ହାତୀଓଟ ଶାଖା ପରିଚାଳକ ସ୍ବପ୍ନ ସରିତଙ୍କ ସମେତ ବାଲିଛାଇ ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

ଫିକା ପଡିଲା ପହିଲି ରଜ

ଭଦ୍ରକ ଅଫିସ, ୧୪ା୬-ଭଦ୍ରକ ଜିଲାରେ ସପ୍ତାହର ଦୁଇଦିନ ଶଟ୍‌ଡାଉନ ଥିବାରୁ ପହିଲି ରଜ ଫିକା ପଡ଼ିଛି । ଆଉ କିଏ ଘର ଭିତରେ ରଜ ପାଳିଛି...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି...

ଗୋଟିଏ ରାତିରେ ୫ ଲକ୍ଷ ଜରିମାନା ଆଦାୟ

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର...

୨୧ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି

ପୁରୁଷୋତ୍ତମପୁର,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୨୧ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଶିକ୍ଷକ ଭାବରେ ମାନ୍ୟତା ମିଳିଛି। ଏହି...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ...

ଟ୍ରକ୍‌ ମାଲିକଙ୍କ ଅନଶନ ଜାରି, ଦାୟିତ୍ୱ ହସ୍ତାନ୍ତର ନ କଲେ ସଂଘ କାର୍ଯ୍ୟାଳୟ ଘେରାଉ ଚେତାବନୀ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ଅବଧି ଶେଷ ହୋଇଯାଇଥିଲେ ହେଁ ନିର୍ବାଚନ ହେଉ ନ ଥିବାରୁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...

Advertisement
Archives

Model This Week