ବ୍ୟବସାୟୀଙ୍କୁ ଲୁଟ୍‌ ଘଟଣାରେ ୧୧ ଗିରଫ: ୧୨.୫୯ଲକ୍ଷ ଟଙ୍କା, ଖଣ୍ଡା ଓ ବନ୍ଧୁକ ଜବତ

ଶେରଗଡ଼/ସୋରଡା/ଧରାକୋଟ,୨ା୬(ଡି.ଏନ୍‌.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବଡ଼ଗଡ଼ ଥାନାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ। ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨ଲକ୍ଷ ୫୯ହଜାର ୫ଶହ ଟଙ୍କା ଜବତ ହୋଇଛି। ଗିରଫମାନେ ହେଲେ ଖଣ୍ଡବନ୍ଧ ଗ୍ରାମର ଅନିଲ ଡାକୁଆ, ଜାହାଡ଼ାର କୃଷ୍ଣଚନ୍ଦ୍ର ଜେନା, ବଳରାମପୁରର ମିଲିକେଶନ ବେହେରା, ବାଟଶାସନର ଲକ୍ଷ୍ମୀନାରାୟଣ ବେହେରା, ଜଗନ୍ନାଥପୁରର ସୁଜିତ ବିଷୋୟୀ, ଢଉଗଁାର ରାଜେଶ୍ୱର ନାୟକ, ମଙ୍ଗଳପୁରର ଶ୍ରୀକାନ୍ତ ଗୌଡ, ଡାକିବଜାର କବି ଗୌଡ, ଭାଲିଆଗୋଚ୍ଛା ଗ୍ରାମର ବସନ୍ତ କୁମାର ବିଷୋୟୀ, ପଲ୍ଲିଗୁମୁଳାର ଅମର ନାଥ ମୁନି, ମେଣ୍ଟିବାଉଁଶର ଅରୁଣ ନାୟକ। ସମସ୍ତ ଅଭିଯୁକ୍ତଙ୍କୁ ଆସିକା କୋର୍ଟକୁ ଚାଲାଣ କରାଯାଇଛି।
କେନ୍ଦୁପଲ୍ଲୀର ବ୍ୟବସାୟୀ ବି.ବାୟା ପାତ୍ର, ସୋରଡାର ଏ.ଗଣେଷ ପାତ୍ର ଓ ଏସ୍‌. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶରେ ଛେଳିବିକି ୧୬ ଲକ୍ଷ ୮୦ ହଜାର ଟଙ୍କା ଧରି ଗତ ୨୭ତାରିଖ ସନ୍ଧ୍ୟାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲାରେ ପହଞ୍ଚତ୍ଥିଲେ। ପୂର୍ବରୁ ପରିଚିତ ଡ଼ାକିବଦା ଗ୍ରାମର ଅଟୋ ଚାଳକ କବି ଗୌଡ଼ଙ୍କୁ ଘରେ ନେଇ ଛାଡିବାକୁ ଡାକିଥିଲେ। ପୂର୍ବରୁ ଥରେ ଛେଳିବିକି ଲକ୍ଷାଧିକ ଟଙ୍କା ଧରି କବିଙ୍କ ଅଟୋରେ ଏମାନେ ଯାଇଥିବାରୁ ତାଙ୍କର ଲୋଭ ହୋଇଥିଲା। ସେ ଭାଲିଆଗୋଚ୍ଛା ଗ୍ରାମର ବସନ୍ତ ବିଷୋୟୀଙ୍କୁ ଡାକି ଲୁଟ୍‌ ଯୋଜନା କରିଥିଲେ। ବସନ୍ତ ତାଙ୍କ ପରିଚିତ ଜାହାଡାର କୃଷ୍ଣଚନ୍ଦ୍ରଙ୍କୁ ବାଦଗଡ ଛକରେ ଲୁଟ୍‌ ପାଇଁ ଯୋଜନା କରିବାକୁ କହିଥିଲେ। କବି ଓ ବସନ୍ତ ଚାଳକ କ୍ୟାବିନ୍‌ରେ ବସିଥିବାବେଳେ ବାୟା, ଗଣେଶ ଓ ତ୍ରିପତି ଅଟୋ ଡ଼ାଲାରେ ବସିଥିଲେ। ବାଦଗଡ ଛକରେ ସେମାନଙ୍କଠାରୁ ଲୁଟ୍‌ ହୋଇଥିଲା। ଧରାକୋଟ ଥାନାରେ ବାୟା ଏତଲା ଦେବାପରେ ପୋଲିସ ନଂ.୮୩/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଧରାକୋଟ, ଆସିକା, ବଡଗଡ ଓ ସୋରଡା ଥାନା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଅଟୋ ଚାଳକ କବି ଓ ବସନ୍ତଙ୍କୁ ଡାକି ଜେରାପରେ ସେମାନେ ସତ ମାନି ଯାଇଥିଲେ। ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri