ବ୍ୟବଚ୍ଛେଦ ପୂର୍ବରୁ ଶିଶୁକନ୍ୟାର ଆଖି ଗାଏବ

ଅନୁଗୋଳ,୨୦ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ଜଣେ ଶିଶୁକନ୍ୟାର ମୃତଦେହରୁ ଦୁଇ ଆଖି ଗାଏବ ହୋଇଯାଇଛି। ମଧ୍ୟାହ୍ନରେ ପରିବାର ଲୋକେ ଏହା ଦେଖିବା ପରେ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଝିଅର ଆଖି ଚୋରି ହୋଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଏତଲା ଦିଆଯିବା ସହ କ୍ଷତିପୂରଣ ଦାବିରେ ସିଡିଏମ୍‌ଓଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅନୁଗୋଳ ପୋଲିସ ବୁଝାଶୁଝା କରୁଥିଲେ ବି ଧାରଣାସ୍ଥଳକୁ ମେଡିକାଲ କର୍ତ୍ତୃପକ୍ଷ ନ ଆସିବାରୁ ଉତ୍ତ୍ୟକ୍ତ ଲୋକମାନେ କାଜୁଆଲ୍‌ଟିରେ ଚିକିତ୍ସା ବନ୍ଦ କରିବାକୁ କହିଥିଲେ। ଏପରି କି ଜଣେ ବ୍ୟକ୍ତିଙ୍କୁ ସେମାନେ ମାଡ଼ ମାରିଥିଲେ। ଉତ୍ତେଜନା ବଢ଼ୁଥିବାରୁ ମେଡିକାଲ ପରିସରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଅପରାହ୍ନରେ ସିଡିଏମ୍‌ଓଙ୍କ ଉପସ୍ଥିତିରେ ଏକ ବୈଠକ ବସି ୨ଟି ଦାବି ପୂରଣ ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ପ୍ରତାପ କୁମାର ବେହେରା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ବଅଁରପାଳ ଥାନା ନୂଆହତା ଗ୍ରାମର ଅଞ୍ଜନ ଗୋଚ୍ଛାୟତ ଗୁରୁବାର ରାତି ସାଢ଼େ ୯ଟାରେ ୪ ବର୍ଷର ଝିଅ ପ୍ରୀତିଙ୍କୁ ଅନୁଗୋଳ ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅନୁଗୋଳ ପୋଲିସକୁ ଖବର ଦେବା ସହ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ କହି ଡାକ୍ତର ଶିଶୁକନ୍ୟାର ମୃତଦେହକୁ ଶବ ସଂରକ୍ଷଣ ଗୃହକୁ ପଠାଇ ଦେଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଡାକ୍ତର ଓ ବଅଁରପାଳ ପୋଲିସ ଉପସ୍ଥିତିରେ ଶବ ସଂରକ୍ଷଣ ଗୃହ ଖୋଲାଯାଇ ମୃତଦେହ ବାହାର କରାଯିବା ବେଳେ ପ୍ରୀତିଙ୍କ ୨ ଆଖି ନ ଥିବା ଦେଖିବାକୁ ମିଳିଥିଲା। ନାକ ମଧ୍ୟ କ୍ଷତବିକ୍ଷତ ହୋଇଥିଲା। ଏହା ଦେଖି ଝିଅର ଆଖି ଚୋରି କରି ନିଆଯାଇଥିବା ବାପା ଅଞ୍ଜନ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ
ଉପସ୍ଥିତ ବଅଁରପାଳ ଥାନାର ମହିଳା ଅଧିକାରୀ ରୀତାରାଣୀ ପ୍ରଧାନ ଏ ନେଇ କାଜୁଆଲିଟିରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ। ଘଟଣା ପ୍ରଚାର ହୋଇଯିବା ପରେ ମେଡିକାଲ ପରିସରକୁ ଲୋକଙ୍କ ସୁଅ ଛୁଟିଥିଲା। ଅଞ୍ଜନଙ୍କ ଗଁା ଲୋକେ ମଧ୍ୟ ପହଞ୍ଚିଥିଲେ। ତେବେ ମୃତଦେହକୁ ମୂଷା ଏପରି କ୍ଷତବିକ୍ଷତ କରିଥିବା ମେଡିକାଲ କର୍ମଚାରୀମାନେ କହିବା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା। ସେମାନେ ଶବ ବ୍ୟବଚ୍ଛେଦ କରାଇ ନ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଜଣକୁ ଚାକିରି ଓ ଶବ ସଂସ୍କାର ପାଇଁ ସହାୟତା ଦାବିରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବରପାଇ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ, ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁ ପ୍ରମୁଖ ପହଞ୍ଚତ୍ଥିଲେ ମଧ୍ୟ ସିଡିଏମ୍‌ଓ ଆସି ନ ଥିବାରୁ ଉତ୍ତ୍ୟକ୍ତ ଲୋକେ ମେଡିକାଲ କାଜୁଆଲିଟିରେ ରୋଗୀ ସେବା ବନ୍ଦ କରିବାକୁ କହିଥିଲେ। ଜନୈକ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ। ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଇ ଦେଇଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଅନୁଗୋଳ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମେଡିକାଲ ପରିସରରେ ମୁତୟନ କରାଯାଇଥିଲା। ପରେ ସିଡିଏମ୍‌ଓଙ୍କ ସହ ୫ ଜଣିଆ ଟିମ୍‌ ଓ ଅନୁଗୋଳ ଏସ୍‌ଡିପିଓ ମୃତ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ। ଶୁଦ୍ଧକ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ସହାୟତା ଓ ମୃତ ଶିଶୁକନ୍ୟାଙ୍କ ବାପାଙ୍କୁ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯିବାକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri