ବ୍ୟବଚ୍ଛେଦ ପୂର୍ବରୁ ଶିଶୁକନ୍ୟାର ଆଖି ଗାଏବ

ଅନୁଗୋଳ,୨୦ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ଜଣେ ଶିଶୁକନ୍ୟାର ମୃତଦେହରୁ ଦୁଇ ଆଖି ଗାଏବ ହୋଇଯାଇଛି। ମଧ୍ୟାହ୍ନରେ ପରିବାର ଲୋକେ ଏହା ଦେଖିବା ପରେ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଝିଅର ଆଖି ଚୋରି ହୋଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଏତଲା ଦିଆଯିବା ସହ କ୍ଷତିପୂରଣ ଦାବିରେ ସିଡିଏମ୍‌ଓଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଅନୁଗୋଳ ପୋଲିସ ବୁଝାଶୁଝା କରୁଥିଲେ ବି ଧାରଣାସ୍ଥଳକୁ ମେଡିକାଲ କର୍ତ୍ତୃପକ୍ଷ ନ ଆସିବାରୁ ଉତ୍ତ୍ୟକ୍ତ ଲୋକମାନେ କାଜୁଆଲ୍‌ଟିରେ ଚିକିତ୍ସା ବନ୍ଦ କରିବାକୁ କହିଥିଲେ। ଏପରି କି ଜଣେ ବ୍ୟକ୍ତିଙ୍କୁ ସେମାନେ ମାଡ଼ ମାରିଥିଲେ। ଉତ୍ତେଜନା ବଢ଼ୁଥିବାରୁ ମେଡିକାଲ ପରିସରରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଅପରାହ୍ନରେ ସିଡିଏମ୍‌ଓଙ୍କ ଉପସ୍ଥିତିରେ ଏକ ବୈଠକ ବସି ୨ଟି ଦାବି ପୂରଣ ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ପ୍ରତାପ କୁମାର ବେହେରା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ବଅଁରପାଳ ଥାନା ନୂଆହତା ଗ୍ରାମର ଅଞ୍ଜନ ଗୋଚ୍ଛାୟତ ଗୁରୁବାର ରାତି ସାଢ଼େ ୯ଟାରେ ୪ ବର୍ଷର ଝିଅ ପ୍ରୀତିଙ୍କୁ ଅନୁଗୋଳ ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଅନୁଗୋଳ ପୋଲିସକୁ ଖବର ଦେବା ସହ ଶୁକ୍ରବାର ବ୍ୟବଚ୍ଛେଦ କରାଯିବ କହି ଡାକ୍ତର ଶିଶୁକନ୍ୟାର ମୃତଦେହକୁ ଶବ ସଂରକ୍ଷଣ ଗୃହକୁ ପଠାଇ ଦେଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଡାକ୍ତର ଓ ବଅଁରପାଳ ପୋଲିସ ଉପସ୍ଥିତିରେ ଶବ ସଂରକ୍ଷଣ ଗୃହ ଖୋଲାଯାଇ ମୃତଦେହ ବାହାର କରାଯିବା ବେଳେ ପ୍ରୀତିଙ୍କ ୨ ଆଖି ନ ଥିବା ଦେଖିବାକୁ ମିଳିଥିଲା। ନାକ ମଧ୍ୟ କ୍ଷତବିକ୍ଷତ ହୋଇଥିଲା। ଏହା ଦେଖି ଝିଅର ଆଖି ଚୋରି କରି ନିଆଯାଇଥିବା ବାପା ଅଞ୍ଜନ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ
ଉପସ୍ଥିତ ବଅଁରପାଳ ଥାନାର ମହିଳା ଅଧିକାରୀ ରୀତାରାଣୀ ପ୍ରଧାନ ଏ ନେଇ କାଜୁଆଲିଟିରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ। ଘଟଣା ପ୍ରଚାର ହୋଇଯିବା ପରେ ମେଡିକାଲ ପରିସରକୁ ଲୋକଙ୍କ ସୁଅ ଛୁଟିଥିଲା। ଅଞ୍ଜନଙ୍କ ଗଁା ଲୋକେ ମଧ୍ୟ ପହଞ୍ଚିଥିଲେ। ତେବେ ମୃତଦେହକୁ ମୂଷା ଏପରି କ୍ଷତବିକ୍ଷତ କରିଥିବା ମେଡିକାଲ କର୍ମଚାରୀମାନେ କହିବା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା। ସେମାନେ ଶବ ବ୍ୟବଚ୍ଛେଦ କରାଇ ନ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଜଣକୁ ଚାକିରି ଓ ଶବ ସଂସ୍କାର ପାଇଁ ସହାୟତା ଦାବିରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖବରପାଇ ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁ, ମାଜିଷ୍ଟ୍ରେଟ ଦୋଳଗୋବିନ୍ଦ ସାହୁ ପ୍ରମୁଖ ପହଞ୍ଚତ୍ଥିଲେ ମଧ୍ୟ ସିଡିଏମ୍‌ଓ ଆସି ନ ଥିବାରୁ ଉତ୍ତ୍ୟକ୍ତ ଲୋକେ ମେଡିକାଲ କାଜୁଆଲିଟିରେ ରୋଗୀ ସେବା ବନ୍ଦ କରିବାକୁ କହିଥିଲେ। ଜନୈକ ବ୍ୟକ୍ତି ଏହାକୁ ବିରୋଧ କରିବାରୁ ଲୋକମାନେ ତାଙ୍କୁ ମାଡ଼ ମାରିଥିଲେ। ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଇ ଦେଇଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଅନୁଗୋଳ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମେଡିକାଲ ପରିସରରେ ମୁତୟନ କରାଯାଇଥିଲା। ପରେ ସିଡିଏମ୍‌ଓଙ୍କ ସହ ୫ ଜଣିଆ ଟିମ୍‌ ଓ ଅନୁଗୋଳ ଏସ୍‌ଡିପିଓ ମୃତ ଶିଶୁକନ୍ୟାଙ୍କ ପରିବାର ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ। ଶୁଦ୍ଧକ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ସହାୟତା ଓ ମୃତ ଶିଶୁକନ୍ୟାଙ୍କ ବାପାଙ୍କୁ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ଦିଆଯିବାକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ସହ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri