ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍‌ ଅଦର ଓ୍ବାର୍ଡସ, ତରକସ, ଖ୍ବାବ୍‌ କେ ଗାଓଁ ମେଁ, ଗୁଲସନ୍‌, ଭୋପାଲ : ଲର୍ନିଂ ଥ୍ରୋ ହେରିଟେଜ୍‌, କୁଇଭର, ଏ ଲିଟିଲ୍‌ ଫରଏଭର, ହିନ୍ଦୀ ରଙ୍ଗମଞ୍ଚ କି ଲୋକଧାରା, ହ୍ୟୁମାନ୍‌ ଆନାଟୋମି ଆଣ୍ଡ ଫିଜିଓଲୋଜି ଆଦି ପୁସ୍ତକ ତାଙ୍କ ସାହିତି୍ୟକ ଗତିଧାରାର ପରିଚୟ ବହନକରେ। ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତ୍‌କାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ ସ୍ମରଣୀୟ ଗୀତିକାର ଭାବରେ ସେ ନିଜର ପରିଚିତିକୁ ବେଶ୍‌ ସୁଦୃଢ଼ କରିସାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା, ଏକ୍‌ ଦୋ ତିନ୍‌, ସନ୍ଦେଶେ ଆତି ହୈ, ଜିନ୍ଦେଗୀ ନା ମିଲେ ଦୁବାରା, କଭି ଅଲବିଦା ନା କେହନା ଆଦି ଗୀତକୁ ତାଙ୍କର ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟ ବୋଲି କୁହାଯାଇପାରେ। ସେ ଏକାଧାରରେ ଜଣେ କବି, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ଗୀତିକାର ଏବଂ ରାଜନେତା। ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ଜାଭେଦଙ୍କୁ ତାଙ୍କର ସାହିତ୍ୟ ସାଧନା ପାଇଁ ମିଳିଛି ସମ୍ମାନଜନକ ସାହିତ୍ୟ ଏକାଡେମୀ ଆଓ୍ବାର୍ଡ। ଏତଦ୍‌ବ୍ୟତୀତ ସେ ପାଞ୍ଚଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ହାସଲ କରିଛନ୍ତି।
ପରିବାର: ୧୯୪୫ ମସିହାରେ ଗ୍ବାଲିୟରଠାରେ ଜାଭେଦ ଅଖତରଙ୍କ ଜନ୍ମ। ବାପା ଜନାବ ନିସାର ଅଖତର ଏବଂ ମା’ ସାଫିଆ ଅଖତର। ନିସାର ଅଖତର ଉର୍ଦ୍ଦୁ ତଥା ହିନ୍ଦୀ ଭାଷାର ଜଣେ ପ୍ରତିଷ୍ଠିତ କବି ଥିଲେ। ଏହାବ୍ୟତୀତ ସେ ବହୁ ଫିଲ୍ମରେ ଗୀତ ମଧ୍ୟ ରଚନା କରିଥିଲେ। ମା’ ସାଫିଆ ଅଖତର ଥିଲେ ଜଣେ ସୁଗାୟିକା, ଲେଖିକା ତଥା ଶିକ୍ଷୟିତ୍ରୀ। ତାଙ୍କର ଜେଜେବାପା ମୁଜ୍‌ତାର ଖାଇରାବାଦି ମଧ୍ୟ ଜଣେ କବି ଥିଲେ। ସେତିକି ନୁହେଁ, ତାଙ୍କର ବୁନିଆଦ ଥିଲା ଏକ କବିର ବୁନିଆଦ। ତାଙ୍କ ଜେଜେଙ୍କ ବଡ଼ଭାଇ ଫଜଲ ଏ-ହକ୍‌ ଖାଇରାବାଦି ଇସ୍‌ଲାମିକ୍‌ ଭାଷାର ଜଣେ ସ୍କଲାର ଥିଲେ। ୧୮୫୭ରେ ସଂଘଟିତ ପ୍ରଥମ ସ୍ବାଧୀନତା ସଂଗ୍ରାମରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜାଭେଦଙ୍କ ମୂଳନାମ ଥିଲା ଜାଦୁ। ତାଙ୍କ ବାପାଙ୍କର ଏକ ଖୁବ୍‌ ଲୋକପ୍ରିୟ ଫିଲ୍ମ ଗୀତର ଲାଇନ୍‌ ଥିଲା ଏହିପରି : ଲମ୍‌ହା ଲମ୍‌ହା କିଶି ଜାଦୁ କା ଫସାନା ହୋଗା। ଏହି ଲାଇନ୍‌ରେ ଥିବା ଜାଦୁ ଶବ୍ଦକୁ ନେଇ ତାଙ୍କର ଜେଜେବାପା ନାତିର ନାମକରଣ କରିଥିଲେ ଜାଦୁ। ଲକ୍ଷ୍ନୌରେ ତାଙ୍କର ପିଲାବେଳ ବିତିଥିଲା ଓ ସେ ସେଇଠି ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ। ଭୋପାଳର ସାଇଫିୟା କଲେଜରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ବାପା ଶିଖେଇଲେ କବିତା : ଜାଭେଦ ଅଖତରଙ୍କୁ ଆଜି ଯଦି ଆମେ ଜଣେ ଲୋକପ୍ରିୟ ଗୀତିକାର ତଥା ପ୍ରସିଦ୍ଧ କବି ବୋଲି ଜାଣିଛେ ତା’ହେଲେ ତାହା ପଛରେ ରହିଛି ତାଙ୍କ ବାପା ଜନାବ ନିସାର ଅଖତରଙ୍କ ସବୁଠୁ ବଡ଼ ଭୂମିକା। ରଜିଆ ସୁଲତାନ, ପ୍ରେମ ପର୍‌ବତ୍‌, ସୁଶୀଲା, କଳ୍ପନା ଭଳି ଫିଲ୍ମର ସେ ଥିଲେ ଗୀତିକାର। ତାଙ୍କ ବାପା ହିଁ ତାଙ୍କୁ କବିତା ଲେଖା ଶିଖାଇଥିଲେ। ଆଉ କବିତା ଲେଖିବାକୁ ପ୍ରେରଣା ଦେଇଥିଲେ। ସେ ଏକଦା ତାଙ୍କୁ କହିଥିଲେ ଯେ, ଜାଦୁ! ତୋର ଜନ୍ମ କେବଳ କବିତା ଲେଖିବାକୁ ହିଁ ହୋଇଛି। ତେଣୁ ତୁ ଯାହା ବି କର; କବିତାରୁ ଓହରି ଯିବୁନି। ଜାଭେଦ ଏକଦା ଏକ ଇଣ୍ଟରଭିୟୁରେ କହିଥିଲେ, ବାପାଙ୍କ ସହିତ ତାଙ୍କର ଅନେକ କାରଣରୁ ମତଭେଦ ଥିଲା। କାରଣ ତାଙ୍କ ବାପା ଜଣେ କମ୍ୟୁନିଷ୍ଟ ହୋଇଥିବା ହେତୁ ସବୁବେଳେ ପୋଲିସ୍‌ ନଜରରେ ରହୁଥିଲେ। ସେଥିଲାଗି ତାଙ୍କୁ ଅନେକ ସମୟରେ ଅଣ୍ଡରଗ୍ରାଉଣ୍ଡ ହେବାକୁ ପଡୁଥିଲା। ସବୁ ଦାୟିତ୍ୱ ମା’ଙ୍କୁ ମୁଣ୍ଡେଇବାକୁ ପଡୁଥିଲା। ମା’ଙ୍କର କଷ୍ଟ ଦେଖିଦେଖି ସେ ବାପାଙ୍କ ଉପରେ ଚିଡ଼ି ଯାଉଥିଲେ। ତାଙ୍କ ସହିତ ଯୁକ୍ତିତର୍କ କରୁଥିଲେ। ଏହାସତ୍ତ୍ୱେ ବି ସେ ଯେମିତି ବାପାଙ୍କର ସାହିତି୍ୟକ ମୂଲ୍ୟବୋଧକୁ ମର୍ଯ୍ୟାଦା ଦେଉଥିଲେ ବାପା ବି ସେମିତି ତାଙ୍କ ଭିତରର ସାରସ୍ବତ ପ୍ରତିଭାର ସ୍ଫୁରଣ ଦିଗରେ ଗୁରୁତ୍ୱାରୋପ କରୁଥିଲେ।
ଯୋଡ଼ିର ନଁା ସଲିମ୍‌-ଜାଭେଦ: ହିନ୍ଦୀ ସିନେମାର ସୁବର୍ଣ୍ଣଯୁଗକୁ ଯଦି ଲିପିବଦ୍ଧ କରାଯାଏ ତା’ହେଲେ ସେଥିରେ ଗୋଟିଏ ଯୋଡ଼ିର ନଁା ନିଶ୍ଚୟ ଆସିବ। ଆଉ ତାହା ହେଉଛି ସଲିମ୍‌-ଜାଭେଦ ସ୍କ୍ରିନ୍‌ ପ୍ଲେ ଯୋଡ଼ି। ଏଇ ସଫଳ ଯୋଡ଼ିର ସଫଳ ଟାଇଟଲ ମଧ୍ୟରେ ରହିଛି ଅନ୍ଦାଜ, ଅଧିକାର, ହାତୀ ମେରା ସାଥୀ, ସୀତା ଔର ଗୀତା, ୟାଦେଁା କି ବାରାତ୍‌, ଜଞ୍ଜିର, ମଜବୁର, ହାତ୍‌ କୀ ସଫାଇ, ଦିଓ୍ବାର, ଶୋଲେ, ଆଖ୍‌ରି ଦାଓ, ଇମାନ୍‌ ଧରମ୍‌, ଚାଚା ଭତିଜା, ତ୍ରିଶୂଲ୍‌, ଡନ୍‌, କାଲା ପଥର, ଦୋସ୍ତାନା, ଶାନ, କ୍ରାନ୍ତି, ଶକ୍ତି, ଜମାନା, ମିଷ୍ଟର ଇଣ୍ଡିଆ, ବାଗ୍‌ବାନ୍‌ ଭଳି ବହୁ ଫିଲ୍ମ। ଏକ ବିଚିତ୍ର ଅବସ୍ଥାରେ ଏହି ଦୁଇଯୋଡ଼ିର ସୃଷ୍ଟି ହୋଇଥିଲା। ସଲିମ୍‌ ଜଣେ ସୌଖୀନ କଳାକାର ଥିଲେ। ଫିଲ୍ମ ‘ଶରହଦୀ ଲୁଟେରା’ରେ ତାଙ୍କର ଏକ ଛୋଟ ଭୂମିକା ରହିଥିଲା। ସଂଯୋଗବଶତଃ ସେହି ଫିଲ୍ମରେ ଜଣେ କ୍ଲାପର ବୟ ଭାବେ କାମ କରୁଥିଲେ ଜାଭେଦ। ଏହି ଫିଲ୍ମ ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ, ସମ୍ପର୍କ ଓ ବନ୍ଧୁତା। ପରସ୍ପର ପରସ୍ପରକୁ ଏଭଳି ଭାବରେ ଚିହ୍ନି ପାରିଥିଲେ ଯେ, ସେଇଠି ସୃଷ୍ଟି ହୋଇଥିଲା ସଲିମ୍‌-ଜାଭେଦ ଯୋଡ଼ି। ଆଉ ତା’ପରେ ଯାହା ଘଟିଲା ତାହା ହେଉଛି ଏକ ସ୍ବର୍ଣ୍ଣିମ ଇତିହାସର ଇତିବୃତ୍ତ।
ବ୍ୟକ୍ତିଗତ ଜୀବନ : ଜାଭେଦ ଅଖତର ଧର୍ମତଃ ଜଣେ ମୁସଲିମ୍‌। ମାତ୍ର ସେ ଏକଦା କହିଥିଲେ ଯେ, ସେ ସବୁବେଳେ ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦେଇଥାନ୍ତି। ଆଉ ତାଙ୍କର ଦୁଇ ସନ୍ତାନଙ୍କୁ ସେ ସେହି ସଂସ୍କାର ସହିତ ପ୍ରତିପାଳିତ କରିଆଣିଛନ୍ତି। ଜାଭେଦଙ୍କର ପ୍ରଥମ ବିବାହ ହୋଇଥିଲା ହନୀ ଇରାନୀଙ୍କ ସହିତ। ହନୀ ଓ ଜାଭେଦଙ୍କ ଦୁଇ ସନ୍ତାନ ଯଥା- ଫରହାନ୍‌ ଅଖତର ଓ ଜୋୟା ଅଖତର। ହନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଇରାନ-ପାକିସ୍ତାନ ମଧ୍ୟରେ ହେଲା ‘ଟେବୁଲ ତଳେ ଚୁକ୍ତି’ , ସହି ପାରିବେ ନାହିଁ ଟ୍ରମ୍ପ

ଇସଲାମାବାଦ,୨୧।୫: ପାକିସ୍ତାନର ଶାସକମାନେ ନିଜ ଦେଶକୁ ଅପମାନିତ କରିବାରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଶାହବାଜ, ମୁନିର ଏବଂ ବର୍ତ୍ତମାନ ମୋହସିନ ନକଭି ସେମାନଙ୍କର ସାଧୁତା ବିକ୍ରୟ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri