Posted inଫୁରସତ

ବ୍ୟକ୍ତିତ୍ୱ: ଅନୁରାଧା ଭଟ୍ଟାଚାର୍ଯ୍ୟ

ପ୍ରଥମେ ମନରେ ଜନ୍ମନିଏ ଫାଣ୍ଟାସୀ। ଏହାକୁ ନେଇ ଜଣେ ମନ ଭିତରେ ଚିତ୍ର ଆଙ୍କେ। ତା’ପରେ ତାହା କଳା ବା ସାହିତ୍ୟର ରୂପ ନିଏ। ତେବେ ମନରେ ସୃଷ୍ଟି ହେଉଥିବା ଫାଣ୍ଟାସୀ ଉପରେ ଲଗାମ ଦେବା ନିହାତି ଦରକାର। କାରଣ ମନ ସବୁବେଳେ ଚଳଚଞ୍ଚଳ। ତାହା ସଦାସର୍ବଦା ଆକାଶରେ ଉଡୁଥାଏ। ଆକାଶରେ ଉଡୁଥିବା ସେହି ମନକୁ ଆଣି ମାଟିରେ ଠିଆ କରେଇବା ଦରକାର। ଏକଥା କହନ୍ତି ଜଣେ ଭାରତୀୟ ଯୁବପିଢ଼ିର ଲେଖିକା ଅନୁରାଧା ଭଟ୍ଟାଚାର୍ଯ୍ୟ। ଅନୁରାଧା ଇଂରାଜୀରେ ଲେଖୁଥିବା ଭାରତୀୟ ଯୁବପିଢ଼ିର ଏକ ବଳିଷ୍ଠ ସ୍ବର। ସେ କବିତା ଲେଖନ୍ତି। ପୁଣି ଗପ, ଉପନ୍ୟାସ ବି ଲେଖନ୍ତି। ତାଙ୍କ ଏକାଧିକ କବିତା ସଂକଳନ ତଥା ଗଳ୍ପ ଓ ଉପନ୍ୟାସ ସଂକଳନ ରହିଛି। ସେ ଚଣ୍ଡିଗଡ଼ ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ବୃତ୍ତିରେ ଜଣେ ଇଂରାଜୀ ଅଧ୍ୟାପିକା ହୋଇଥିଲେ ମଧ୍ୟ ତାଙ୍କର ପ୍ରବୃତ୍ତି ହେଉଛି ସାହିତ୍ୟ ସୃଷ୍ଟି କରିବା। ସମ୍ପ୍ରତି ସେ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ ଗଭର୍ନମେଣ୍ଟ କଲେଜର ଜଣେ ଆସୋସିଏଟ୍‌ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି। ୨୦୧୬ ମସିହାରେ ଏକାଡେମୀ ଦ୍ୱାରା ସମ୍ମାନିତ ହେଇଥିଲେ। ମନସ୍ତତ୍ତ୍ୱ ସହିତ ସାମ୍ପ୍ରତିକ ସମୟର ବିଚାରବୋଧ ହେଉଛି ତାଙ୍କ ରଚନାର ବିଶେଷତ୍ୱ।
ଜନ୍ମ ଓ ପାଠପଢ଼ା : ୧୯୭୫ ମସିହାରେ କୋଲକାତାରେ ଅନୁରାଧା ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ। ପିତା ତପନ କୁମାର ଭଟ୍ଟାଚାର୍ଯ୍ୟ ଏବଂ ମା’ ଚିତ୍ରା ଭଟ୍ଟାଚାର୍ଯ୍ୟ। ପଦ୍ମ ପୁରସ୍କାରପ୍ରାପ୍ତ ଅଶୋକ କୁମାର ଭଟ୍ଟାଚାର୍ଯ୍ୟ ଥିଲେ ତାଙ୍କର ଅଜା। ୨୦୧୭ରେ ଅଶୋକ କୁମାର ଭଟ୍ଟାଚାର୍ଯ୍ୟଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ତାଙ୍କ ଜନ୍ମର କିଛି ବର୍ଷ ପରେ ତାଙ୍କ ପରିବାର ରୁର୍‌କି ଚାଲିଆସିଲେ। ସେଣ୍ଟ ଆନ୍ସ ସିନିୟର ସେକେଣ୍ଡାରୀ ସ୍କୁଲରେ ତାଙ୍କର ପାଠପଢ଼ା ଆରମ୍ଭ ହେଲା। ପରେ ପରେ ସେ ରାଜସ୍ଥାନର ବନସ୍ଥଳୀ ବିଦ୍ୟାପୀଠରେ ଆସି ନାମ ଲେଖାଇଲେ। ଇଂରାଜୀ ପଢ଼ିବାକୁ ସେ ବେଶି ଭଲ ପାଉଥିଲେ। ତେଣୁ ବଡ଼ ହୋଇ ଇଂରାଜୀ ସାହିତ୍ୟ ପଢ଼ିବାକୁ ଲକ୍ଷ୍ୟ ରଖିଥିଲେ। ସ୍ନାତକ ଶେଷ କରିବା ପରେ ସେ କୋଲକାତାର ଯାଦବପୁର ୟୁନିଭର୍ସିଟିକୁ ଆସି ଇଂରାଜୀ ସାହିତ୍ୟରେ ପୋଷ୍ଟ ଗ୍ରାଜୁଏଶନ କଲେ। ସେତେବେଳକୁ ସେ ଲେଖାଲେଖି କରିବା ଆରମ୍ଭ କରି ସାରିଥିଲେ। ସେ ମୁଖ୍ୟତଃ ଇଂରାଜୀରେ ହିଁ ଲେଖୁଥିଲେ। ଯାଦବପୁର ୟୁନିଭର୍ସିଟିରେ ପୋଷ୍ଟ ଗ୍ରାଜୁଏଶନ କରିବା ବେଳେ ହିଁ ତାଙ୍କର ପ୍ରଥମ କବିତା ବହି ପ୍ରକାଶିତ ହୋଇଥିଲା। ଏହା ହେଉଛି ୧୯୯୮ ମସିହା କଥା। ପି.ଲାଲ୍‌ ନାମକ ଜଣେ ବ୍ୟକ୍ତି ତାଙ୍କର ନିଜସ୍ବ ପ୍ରକାଶନୀ ସଂସ୍ଥା ‘ରାଇଟର୍ସ ଓ୍ବାର୍କଶପ୍‌’ରେ ହିଁ ତାଙ୍କର ପ୍ରଥମ ବହି ପ୍ରକାଶ କରିଥିଲେ।

ଗବେଷଣା: ଅନୁରାଧା ଥିଲେ ଜଣେ ରିସର୍ଚ୍ଚ ସ୍କଲାର। ଖଡ଼ଗପୁରସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ହ୍ୟୁମାନିଟିଜ୍‌ ଆଣ୍ଡ ସୋସିଆଲ ସାଇନ୍ସ ବିଭାଗରେ ସେ ଗବେଷଣା କରୁଥିଲେ। ତାଙ୍କ ଗବେଷଣାର ବିଷୟ ଥିଲା ସାହିତ୍ୟ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣ। ୨୦୦୫ରେ ସେ ଗବେଷଣା ଶେଷକଲେ ଏବଂ ଡକ୍ଟର ଉପାଧି ଲାଭକଲେ। ୨୦୦୬ରେ ତାଙ୍କର ଚାକିରି ଜୀବନ ଆରମ୍ଭ ହେଲା। ସେ ନିୟମିତ ଭାବରେ କବିତା ଲେଖୁଥିଲେ ଏବଂ ତାଙ୍କର କବିତା ସବୁ ନିୟମିତ ଭାବରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା। ଖୁବ୍‌ କମ୍‌ ବୟସରୁ ସେ ସାହିତ୍ୟ ଜଗତରେ ନିଜର ଏକ ପରିଚିତି ହାସଲ କରିପାରିଥିଲେ। ଅନୁରାଧା ବିବାହିତା। ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି।

କବିତାରୁ ଉପନ୍ୟାସ : ୨୦୧୦ ପରେ ସେ ଉପନ୍ୟାସ ରଚନାରେ ହାତଦେଲେ। ତାଙ୍କର ପ୍ରଥମ ଉପନ୍ୟାସ ‘ଦି ରୋଡ୍‌ ଟେକେନ୍‌’। ଏହା କ୍ରିଏଟିଭ କ୍ରୋ ପ୍ରକାଶନୀ ସଂସ୍ଥା ଦ୍ୱାରା ୨୦୧୫ରେ ପ୍ରକାଶ ପାଇଲା। କ୍ରିଏଟିଭ କ୍ରୋର ମୁଖ୍ୟ କଲୋନେଲ ମହିପ ଚଢ଼ା ଏହି ଉପନ୍ୟାସକୁ ଏକ ଉଚ୍ଚକୋଟିର ଉପନ୍ୟାସ ଭାବରେ ବିବେଚନା କରିଥିଲେ। ଉପନ୍ୟାସ ଲେଖିବା ସହିତ ସେ ଗଳ୍ପ ରଚନାରେ ମଧ୍ୟ ମନୋନିବେଶ କଲେ। ବିଭିନ୍ନ ପତ୍ରପତ୍ରିକା ତଥା ଇ-ଜର୍ନାଲରେ ତାଙ୍କର ଗଳ୍ପ ସବୁ ପ୍ରକାଶ ପାଇ ତାଙ୍କୁ ଖ୍ୟାତି ଆଣିଦେଲା। ୨୦୧୬ରେ କାଫ୍‌ଲା ଇଣ୍ଟରକଣ୍ଟିନେଣ୍ଟାଲ ତାଙ୍କୁ ‘ସାହିତ୍ୟଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲା। ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଓ୍ବାନ୍‌ ଓ୍ବାର୍ଲଡ’କୁ ଚଣ୍ଡିଗଡ଼ ସାହିତ୍ୟ ଏକାଡେମି ବେଷ୍ଟ ବୁକ୍‌ ଅଫ୍‌ ଦି ଇୟର ବୋଲି ଘୋଷଣା କରିଥିଲା।
କମ୍‌ ବୟସରୁ ଲେଖିକା : ଖୁବ୍‌ କମ୍‌ ବୟସରୁ ଅନୁରାଧା କବିତା ଲେଖା ଆରମ୍ଭ କରିଥିଲେ। ସବୁଠୁ କୌତୂହଳର ବିଷୟ ସେ ଜାଣି ନ ଥିଲେ ଯେ, ସେ ଯାହା ସବୁ ଲେଖୁଛନ୍ତି ସେସବୁ ହେଉଛି କବିତା। ଏ ବିଷୟରେ ସେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ସେ ଯେତେବେଳେ ମାଇନର ସ୍କୁଲରେ ପଢୁଥିଲେ ସେତେବେଳେ ତାଙ୍କ ଭିିତରେ ଏକ ବିଚିତ୍ର ଅନୁଭବ ସୃଷ୍ଟି ହେଉଥିଲା। କଲମ ଧରିବାକୁ ତାଙ୍କର ହାତ ଚାଲିଯାଉଥିଲା। ଆଉ ସେ କିଛି ନା କିଛି ଲେଖିବାକୁ ଇଚ୍ଛା କରୁଥିଲେ। ତେବେ କ’ଣ ଲେଖିବେ ସେକଥା ଜାଣିପାରୁ ନ ଥିଲେ। ସେ ସବୁବେଳେ ତାଙ୍କ ପାଖରେ ଏକ ଡାଏରି ରଖୁଥିଲେ। ଘରେ ତାଙ୍କୁ ପଢ଼ିବା ପାଇଁ ଅନେକ ବହି ଆଣିଦେଇଥିଲେ। ସେ ପଢ଼ାବହି ଛାଡ଼ି ସେସବୁ ବହି ପଢୁଥିଲେ। ଧୀରେଧୀରେ ତାଙ୍କ ମନକୁ ଭାବନା ଆସିଲା ଆଉ ସେ ଯାହା ଭାବୁଥିଲେ ସେସବୁକୁ ପାଖରେ ରଖିଥିବା ଡାଏରିରେ ଲେଖି ରଖୁଥିଲେ।

ଅନ୍ତର୍ଦୃଷ୍ଟିରୁ ଆସେ ସାହିତ୍ୟ : ଏକ ସୃଷ୍ଟିଶୀଳ ରଚନା କରିବା ପାଇଁ ଉଚ୍ଚଶିକ୍ଷା ହାସଲ କରିବା ନିହାତି ଦରକାର ନୁହେଁ ବୋଲି କହନ୍ତି ଅନୁରାଧା ଭଟ୍ଟାଚାର୍ଯ୍ୟ। ସର୍ଜନଶୀଳତା ଈଶ୍ୱର ପ୍ରଦତ୍ତ। ସମସ୍ତେ ଚାହିଁଲେ ଲେଖିଦେଇପାରିବେ। ମାତ୍ର ସେ ଲେଖା ସବୁକୁ ସମୟ ସ୍ବୀକାର କରିବନି। ଶହଶହ ବହି ପଢ଼ିଲେ ଯେ ଜଣେ ଲେଖକ ହୋଇଯିବ ତାହା ଭାବିବା ବୋକାମି। ସାହିତ୍ୟ ହୃଦୟରୁ ସୃଷ୍ଟିହୁଏ। ଭଗବାନ ସମସ୍ତଙ୍କୁ ଅନ୍ତର୍ଦୃଷ୍ଟି ଦେଇ ନ ଥାନ୍ତି। କେବଳ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ତାହା ମିଳିଥାଏ। ଆଉ ସେହିମାନେ ହିଁ ଲେଖକ, ଚିତ୍ରକର ଭାବରେ ନିଜର ପରିଚୟ ତିଆରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri