ବ୍ରେନ୍‌ ଷ୍ଟ୍ରୋକ କମ୍‌କରେ ଫଳ, ତାଜା ପରିବା

ସତେଜ ପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ଏହା ବ୍ରେନ୍‌ ଷ୍ଟ୍ରୋକରୁ ମୁକ୍ତି ଦେଇଥାଏ। ନିକଟରେ ୟୁରୋପୀୟ ହାର୍ଟ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏହା ୨ଟି ପ୍ରମୁଖ ଷ୍ଟ୍ରୋକ୍‌ ଡାଏଟ୍‌ ସହିତ ଜଡିତ।
ତେବେ ଏହି ଗବେଷଣାରେ ୟୁରୋପରେ ୪ ଲକ୍ଷ ୧୮ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କର ଖାଦ୍ୟପେୟ, ଜୀବନଶଳୀ ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ଜଣାପଡ଼ିଥିଲା, ଯେଉଁମାନଙ୍କ ଖାଦ୍ୟରେ ଫଳ, ପନିପରିବା, କ୍ଷୀର ଏବଂ ପନିର ଅଧିକ ଥାଏ, ସେମାନଙ୍କଠାରେ ରକ୍ତହୀନତା (ଇସ୍‌କେମିକ୍‌) ଷ୍ଟ୍ରୋକ ହେବାର ଆଶଙ୍କା କମ ଥାଏ। ଏହା ମଧ୍ୟ ଜଣାପଡ଼ିଛି ଯେ, ଅଧିକ ଅଣ୍ଡା ଖାଇବା ଦ୍ୱାରା ରକ୍ତସ୍ରାବ ହେବାର ଆଶଙ୍କା ଥାଏ।

* ଅକ୍ସଫୋର୍ଡ ୟୁନିଭରସିଟିରେ କାର୍ଯ୍ୟ କରୁଥିବା ଡକ୍ଟର ଟମି ଟୋଙ୍ଗଙ୍କ କହିବା ଅନୁଯାୟୀ, ଫାଇବର ସମୃଦ୍ଧ ଖାଦ୍ୟ ତଥା ଫଳ-ପନିପରିବା ଖାଇବା ଦ୍ୱାରା ରକ୍ତହୀନତାର କମ ଆଶଙ୍କା ଥାଏ। ଯେଉଁମାନେ ଫଳ ଏବଂ ପନିପରିବା କମ ଖାଉଛନ୍ତି ସେମାନେ ଏହି ଖାଦ୍ୟ ବେଶି ଖାଇବା ଉଚିତ।

* ଗବେଷକଙ୍କ କହିବା ଅନୁଯାୟୀ, ପ୍ରତିଦିନ ୧୦ ଗ୍ରାମ ଫାଇବର ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ୨୩% ରକ୍ତହୀନତାର ଆଶଙ୍କା କମିଯାଏ। ଏଥିସହିତ ୨୦ ଗ୍ରାମ ଅଣ୍ଡାରୁ ଅଧିକ ଖାଇବା ଦ୍ୱାରା ୨୫% ହେମୋରାଜିକ ଷ୍ଟ୍ରୋକ ହେବାର ଆଶଙ୍କା ଦେଖାଯାଇଥାଏ।

* ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତିଯେ, ଖାଦ୍ୟ ବ୍ୟତୀତ ସାମାଜିକ-ଆର୍ଥିକ କାରଣ ଏବଂ ଠିକ୍‌ ଜୀବନଶଳୀ ମଧ୍ୟ ଷ୍ଟ୍ରୋକ୍‌ର ଆଶଙ୍କା ହ୍ରାସ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri