Posted inଜାତୀୟ

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ୍‌ ପଡ଼ିଲେ ସାଜିଦ୍‌:ବୋରିସ୍‌ ମୁଖ୍ୟ ଦାବିଦାର

ଲଣ୍ଡନ,୨୧।୬(ପି.ଟି./ଏ.ଏଫ୍‌.ପି.):ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ଇସ୍ତଫା ପରେ ତାଙ୍କ ପଦରେ କିଏ ଅବସ୍ଥାପିତ ହେବ ତାକୁ ନେଇ କଞ୍ଜର୍ଭେଟିଭ୍‌ ପାର୍ଟିରେ ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଏହି କ୍ରମରେ ପୂର୍ବତନ ବହିର୍ବ୍ୟାପାର ସଚିବ ବୋରିସ୍‌ ଜନ୍‌ସନ୍‌ଙ୍କୁ ଗୁରୁବାର ସଫଳତା ମିଳିଛି। ବୋରିସ୍‌ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନୀ ବଂଶୋଦ୍ଭବ ତଥା ସ୍ବରାଷ୍ଟ୍ର ସଚିବ ସାଜିଦ୍‌ ଜାଭିଦ୍‌ଙ୍କୁ ପଛରେ ପକାଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରୁ ସାଜିଦ୍‌ ବାଦ୍‌ ପଡ଼ିଥିବାବେଳେ ଅନ୍ୟ ଦୁଇ ପ୍ରମୁଖ ଦାବିଦାର ମାଇକେଲ୍‌ ଗୋଭ୍‌ ଏବଂ ଜେରେମି ହଣ୍ଟଙ୍କ ମଧ୍ୟରୁ କିଏ ବୋରିସ୍‌ଙ୍କ ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଲଢ଼େଇ କରିବେ ତାକୁ ନେଇ କସରତ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁସାରେ ମାଇକେଲ ଗୋଭ୍‌ ଭଲ ପ୍ରଦର୍ଶନ କରି ଜେରେମି ହଣ୍ଟଙ୍କୁ ଟିପିଯାଇଛନ୍ତି। ଫଳରେ ବୋରିସ୍‌ ଓ ମାଇକେଲଙ୍କ ମଧ୍ୟରୁ ଜଣେ ଏହି ପଦରେ ଆସୀନ ହେବେ ବୋଲି କୁହାଯାଉଛି।
ସଂଘ(ଇୟୁ)ରୁ ବ୍ରିଟେନ ଅଲଗା ହେବା ନେଇ ଚାଲିଥିବା ଆଲୋଚନ ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଗତ ୭ ତାରିଖରେ ଇସ୍ତଫା ଦେଇଥିଲେ। କଞ୍ଜର୍ଭେଟିଭ୍‌ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଟ ୧୦ ପ୍ରତିଦ୍ୱନ୍ଦ୍ୱୀ ରହିଥିଲେ। ଗୁରୁବାର ଚତୁର୍ଥ ପର୍ଯ୍ୟାୟ ଭୋଟରେ ପାର୍ଲାମେଣ୍ଟର ସମସ୍ତ ଟୋରି ସଦସ୍ୟଙ୍କ ମଧ୍ୟରୁ ମାତ୍ର ୩୪ ଏମ୍‌ପି ବ୍ରେକ୍‌ଜିଟ ସପକ୍ଷବାଦୀ ଜାଭିଦ୍‌ଙ୍କୁ ସମର୍ଥନ କରିଥିଲେ। ବୋରିସ୍‌ଙ୍କ ସପକ୍ଷରେ ସର୍ବାଧିକ ୧୫୭ ଭୋଟ ପଡ଼ିଥିବାବେଳେ ପରିବେଶ ସଚିବ ମାଇକେଲ ଗୋଭ୍‌ ୬୧ ଏମ୍‌ପିଙ୍କ ସମର୍ଥନ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବହିର୍ବ୍ୟାପାର ସଚିବ ଜେରେମି ହଣ୍ଟ ତାଙ୍କଠାରୁ ୨ ଖଣ୍ଡ କମ୍‌ ଅର୍ଥାତ୍‌ ୫୯ ଖଣ୍ଡ ପାଇ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ବୋରିସ୍‌ଙ୍କ ସହ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଖୁବ୍‌ଶୀଘ୍ର ହେବାକୁ ଥିବା ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନରେ ସ୍ପଷ୍ଟ ହେବ। ଏମାନଙ୍କ ମଧ୍ୟରୁ ଯିଏ ବିଜୟୀ ହୋଇ ଜୁଲାଇ ଦ୍ୱିତୀୟାର୍ଦ୍ଧରେ ପ୍ରଧାନମନ୍ତ୍ରୀ ହେବେ ତାଙ୍କୁ ଅକ୍ଟୋବର ୩୧ରେ ହେବାକୁ ଥିବା ବ୍ରେକ୍‌ଜିଟ୍‌ ସମ୍ପର୍କିତ ଚୂଡ଼ାନ୍ତ ନିର୍ଣ୍ଣୟର କଠିନ ପଦକ୍ଷେପ ନେବାକୁ ପଡ଼ିବ। ବ୍ରେକ୍‌ଜିଟ୍‌ ରଣନୀତିକୁ ନେଇ ଗତବର୍ଷ ଥେରେସାଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥବା ବୋରିସ୍‌ ଜନ୍‌ସନ୍‌ ଦଳର ଅର୍ଦ୍ଧାଧିକ ଏମ୍‌ପିଙ୍କ ସମର୍ଥନ ହାସଲ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri