ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା ବିତି ଯାଇଥିବାବେଳେ ୪ ନିଖୋଜଙ୍କ ପତ୍ତା ମିଳୁନାହିଁ। ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ସେବା କର୍ମଚାରୀ ମିଳିତ ଭାବେ ନଦୀର ଉଭୟ ପାର୍ଶ୍ୱରେ ତଲାସି ଅଭିଯାନ ଚଳାଇଛନ୍ତି। ରବିବାର ସକାଳୁ ରୋଡ୍‌ଘାଟଠାରୁ କମଗରା ଏବଂ ନଦୀ ଅପରପାର୍ଶ୍ୱରେ ଥିବା ଖଡଗପ୍ରସାଦ ଘାଟଠାରୁ କମଗରା ଯାଏ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଅପରାହ୍ନ ୨ଟା ସୁଦ୍ଧା ନିଖୋଜଙ୍କ ସନ୍ଧାନ ମିଳିପାରିନାହିଁ। କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ବସନ୍ତ କୁମାର ମଲ୍ଲିକ, ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ପ୍ରମୁଖ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।
ଅପରପକ୍ଷେ ଏପରି ଦୁର୍ଘଟଣା ପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଆଶା ଆଶଙ୍କା ଭିତରେ ଅଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେବା ଏବଂ ମନୋବଳ ବଢ଼ାଇବାକୁ ବିଭିନ୍ନ ଦଳର ରାଜନେତା ଗ୍ରାମରେ ପହଞ୍ଚତ୍ଛନ୍ତି। ଜିଲା ଭାଜପା ସଭାପତି ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୮ଟାରେ ନଦୀ ଉପରେ ଟଣାଯାଇଥିବା କେବୁଲ ତାରରେ ଛନ୍ଦି ହୋଇ ଏକ ହୁଲି ଡଙ୍ଗା ଓଲଟି ପଡ଼ିଥିଲା। ନାଉରିଆ, ତାଙ୍କ ପୁଅ ଏବଂ ଅନ୍ୟ ୩ଜଣ କୌଣସି ମତେ ପହଁରି କୂଳରେ ପହଞ୍ଚତ୍ଥିବାବେଳେ ନଦୀର ପ୍ରଖର ସ୍ରୋତରେ ଅନ୍ୟ ୪ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ୍‌, ରୋଡ୍‌ ଗ୍ରାମର ବିନୋଦ ସାହୁଙ୍କ ପୁଅ ରମେଶ, ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ଏବଂ ରାଜକିଶୋର ନାୟକଙ୍କ ବଡ଼ପୁଅ ବିଜୟ ଅଛନ୍ତି।
ଏ ନେଇ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ପରଜଙ୍ଗ ବ୍ଲକରେ କୌଣସି ନଦୀଘାଟ ନିଲାମ ଦିଆଯାଇନାହିଁ। କିଛିଦିନ ତଳେ ଖଡଗପ୍ରସାଦ ଘାଟକୁ ନିଲାମ ଦିଆଯାଇଛି। ଏଠାରୁ ନିୟମିତ ଡଙ୍ଗା ଚଳାଚଳ ହେଉଛି। ତେବେ ସନ୍ଧ୍ୟା ପରେ ନଦୀରେ ଡଙ୍ଗା ଚଳାଇବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହାକୁ ଅମାନ୍ୟ କରି ଉକ୍ତ ଘାଟରୁ ଡଙ୍ଗା ଯାତ୍ରୀଙ୍କୁ ଆଣିଥିବା ଜଣାପଡ଼ିଛି। ମଝି ନଈରେ କେବୁଲ ତାରରେ ଛନ୍ଦି ହୋଇଯିବାରୁ ଡଙ୍ଗାଟି ଦୁର୍ଘଟଣାର ଶିକାର ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri