ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରତ୍ନଗିରି,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ୟାସିପୁର ଖରଦାସାହି ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ମଙ୍ଗଳବାର ଏକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଯୁବକ ଜଣଙ୍କ ବାଲିବିଲି ପଞ୍ଚାୟତ ଅଧୀନ କୋରଡାପିପଲ ଗ୍ରାମର ବିଦ୍ୟାଧର ପାତ୍ର(୩୫)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୭/୨୦୧୯) ରୁଜୁକରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପ୍ରକାଶ ଯେ, ସକାଳେ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବରୀ ଥାନା ଅଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ର ଓ ସବ୍‌ ଇନ୍‌ସ୍ପେକ୍ଟର ନାରାୟଣ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଚୈତନ୍ୟ ମଲ୍ଲିକ, ହେମନ୍ତ ମଲ୍ଲିକ, ସାମାଜିକ କର୍ମୀ ପ୍ରଦୀପ ଜେନା ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନଦୀରୁ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ବ୍ଲକ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

ଗୋପାଳପୁର/କନିଷି,୨୦ା୧୨(ଡି.ଏନ.ଏ.)- ରଙ୍ଗେଇଲୁଣ୍ଡା ବିଡିଓଙ୍କୁ ମଙ୍ଗଳବାର ଅପରାହ୍ନରେ ଇନ୍ଦ୍ରାକ୍ଷୀ ସରପଞ୍ଚ ଗାଳିଗୁଲଜ ଓ ଠେଲାପେଲା କରିଥିବା ପ୍ରତିବାଦରେ ବୁଧବାର ବ୍ଲକ କର୍ମଚାରୀ, ସମନ୍ବିତ ଶିଶୁ ବିକାଶ କର୍ମଚାରୀ,...

ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ନେଇ ବଦଳିଲା ହାଇକୋର୍ଟଙ୍କ ଗାଇଡ୍‌ଲାଇନ୍‌: ‘ଜୁମ୍‌’ ବଦଳରେ ‘ଜିଟ୍‌ସି ମିଟ୍‌’ ଆପ୍‌ ହେବ ବ୍ୟବହାର

କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ...

ବିଧାୟିକା ମୀନାକ୍ଷୀଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଚମ୍ପୁଆ, ୩୦।୮(ଡି.ଏନ.ଏ.)-ନିର୍ବାଚନ ପରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଗୁରୁବାର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଉପୁଜୁଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ବିରକ୍ତି...

ଝାରସୁଗୁଡାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ

ଝାରସୁଗୁଡା ଅଫିସ,୧୩ା୪: ଝାରସୁଗୁଡା ସହରରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ମଙ୍ଗଲ ବଜାରସ୍ଥିତ ପୁରୁଣା ଜିଲା...

ଭରସା ପାଲଟିଛି ୨ଖଣ୍ଡ ବାଉଁଶ

ଜଳେଶ୍ୱର, ୨୫।୫(ସ୍ବ.ପ୍ର)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାଳିପାଳ ପଞ୍ଚାୟତ ଗୋହିରାଖାଳଠାରେ କାଳିକ-ବଜାରଶୋଳ ରାସ୍ତାରେ ବିଜୁ ସେତୁ ଯୋଜନାରେ ୬କୋଟି ୯ଲକ୍ଷ ୫୦ହଜାର ଟଙ୍କା ବ୍ୟୟବରାଦରେ ୪୫ମିଟର...

ଦୁର୍ଦ୍ଦାନ୍ତ ସୁନୀଲଙ୍କ ନଁ। ରେ ଏନ୍‌ଏସ୍‌ଏ ନୋଟିସ

ବ୍ରହ୍ମପୁର ଅଫିସ,୨୯ା୬-ବ୍ରହ୍ମପୁର ପୋଲିସ ଜିଲାର ୨୫ରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲାରେ ଜଡ଼ିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ବେହେରାଙ୍କ ନଁ। ରେ ପୋଲିସ ଏନ୍‌ଏସ୍‌ଏ(ନ୍ୟାଶନାଲ ସିକ୍ୟୁରିଟି...

ହୀରାକୁଦ ଡ୍ୟାମ୍‌ର ୯ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୬ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୯ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି।...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା...

Coronavirus Update


Archives

Model This Week

Why Dharitri