ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍‌ କର୍ଟ ସୃଷ୍ଟି

ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍‌ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ ନଦୀରେ ଜଳ ପତନ ସାମାନ୍ୟତମ ବୃଦ୍ଧି ପାଇଥିବାରୁ ବନ୍ୟା ସମୟରେ ରେନ୍‌କର୍ଟ ସ୍ଥାନରେ ଘାଇ ହେବାର ଆଶଙ୍କା ରହିଥିବା ଜଳ ସମ୍ପଦ ବିଭାଗ କହିଛି। ଘାଇ ମରାମତି ନେଇ ଶନିବାର ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି। ଅପରପକ୍ଷେ ନଦୀବନ୍ଧ ଦୁର୍ବଳ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କାକୁ ନେଇ ଉଭୟ ପାର୍ଶ୍ୱରେଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟ ବାତାବରଣ ସୃଷ୍ଟି ହୋଇଛି। ୨୦୧୧ରୁ ୧୨ ପର୍ଯ୍ୟନ୍ତ ୮୪ କିମି ଘେରି ବନ୍ଧ ବନ୍ୟା ନିୟନ୍ତ୍ରଣ ଯୋଜନାରେ ନିର୍ମାଣଧୀନ ଚାଲିଥିଲା ବେଳେ ଜମି ଅଧିଗ୍ରହଣ ହୋଇପାରି ନ ଥିବାରୁ କେତେକ ସ୍ଥାନରେ ବନ୍ଧ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି। ଏହି ଯୋଜନାରେ ୬୨କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏବେ ବ୍ୟବୟବରାଦ ୧୦୦ କୋଟି ଟଙ୍କାରେ ପହଞ୍ଚତ୍ ଥିବା ଜଣାପଡିଛି। ତଥାପି ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରି ନାହଁି। ପୁନର୍ବାର ଏହି ବନ୍ଧବାଡ଼ର ସୁରକ୍ଷା ପାଇଁ ନାବାର୍ଡ଼ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଅର୍ଥ ମଞ୍ଜୁର ହୋଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀଙ୍କୁ ପଚାରିବାରୁ ବୁଧବାର ଶହେ ମିମି ବର୍ଷା ହୋଇଥିବାରୁ ରେନ୍‌ କର୍ଟ ସୃଷ୍ଟି ହୋଇଛି। ଏହାକୁ ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ପ୍ରକାଶ ଯେ, ଜାରକା ଜଳ ସମ୍ପଦ ଡିଭିଜନ୍‌ ଅଧୀନରେ ବରୀ ସବ୍‌ଡିଭିଜନ୍‌ ରହିଛି। ନଦୀ ବନ୍ଧର ସମ୍ପ୍ରସାରଣ, ପଥର ପ୍ୟାକିଂ ଓ ମରାମତି ବାବଦରେ ଠିକାଦାର ଜରିଆରେ କାମ କରାଯାଉଛି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ବନ୍ଧ ବାଡ଼ ନିର୍ମାଣ କରାଯାଉଥିବାରୁ ବର୍ଷାରେ ରେନ୍‌ କର୍ଟ ସୃଷ୍ଟି ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri