ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ: ସିସି କ୍ୟାମେରା ଜଗୁଥିଲା କଳାବେପାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)/ ବାଲେଶ୍ୱର ଅଫିସ: ବ୍ରାଉନ୍‌ସୁଗାର ଡିଲର ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ରାଜସ୍ଥାନ, ନେପାଳ, ବାଂଲାଦେଶ, ଗୋଆରେ ରାଜାଙ୍କର ନେଟ୍‌ଓ୍ବର୍କ ରହିଛି। ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ଆଣି ବାଲେଶ୍ୱରରେ ପହଞ୍ଚାଇବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ଅନ୍ୟ ରାଜ୍ୟକୁ ଚାଲାଣ କରନ୍ତି ରାଜା। ତେବେ ତାଙ୍କ କଳା ସାମ୍ରାଜ୍ୟ ଓ ବହୁ କୋଟି ସମ୍ପତ୍ତିର ସୁରାକ ମିଳିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଅନୁମତି ଦେବା ପରେ ବୁଧବାରଠାରୁ ଏସ୍‌ଟିଏଫ୍‌ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିଛି। ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଏସ୍‌ପି ରାହୁଲ ପିଆର୍‌ଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେରା କରୁଛି। ଅନ୍ୟପକ୍ଷରେ ମଧ୍ୟାହ୍ନରେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଅରଡ଼ବଜାର ମସଜିଦ୍‌ ଗଳିସ୍ଥିତ ରାଜାଙ୍କ ବିଳାସପୂର୍ଣ୍ଣ ବାସଭବନ ଉପରେ ଚଢ଼ାଉ କରିଥିଲା। ସେଠାରୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ରାଜାଙ୍କ କଳାକାରବାରକୁ ସୁରକ୍ଷା ଦେବାକୁ ଘର ଓ ଗଳି ରାସ୍ତାକୁ ପୂରା ସିସିଟିଭି କ୍ୟାମେରା ଜଗୁଥିଲା। ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ପୋଲିସ ଓ ଅନ୍ୟ ଲୋକଙ୍କ ଯାତାୟାତ ଉପରେ ଏହା ନଜର ରଖୁଥିଲା। ସ୍ପେଶାଲ ସ୍କ୍ବାଡ୍‌ ଘର ଓ ବାହାରେ ଲାଗିଥିବା ୪ ସିସିିଟିଭି କ୍ୟାମେରା ସହ କମ୍ପ୍ୟୁଟର ହାର୍ଡଡିସ୍କକୁ ଜବତ କରିଛି। ହାର୍ଡଡିସ୍କକୁ ଯାଞ୍ଚ କଲାପରେ ରାଜାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବହୁ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି।
ଗତ ୧୬ ତାରିଖରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଯଦୁପୁର ଅଞ୍ଚଳରୁ ସେକ୍‌ ରାଜାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ନଗଦ ୧ଲକ୍ଷ ଟଙ୍କା, ଗୁଳି ଭର୍ତ୍ତି ପିସ୍ତଲ, ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଏବଂ ୬ଟି ମୋବାଇଲ ଫୋନ୍‌ ଜବତ ହୋଇଥିଲା। ପୂର୍ବରୁ ଖୋର୍ଦ୍ଧାରୁ ଗିରଫ ହୋଇଥିବା ପଥର ତଥା ବ୍ରାଉନସୁଗାର ବେପାରୀ ଛୋଟା ଓ ଅନ୍ୟ କେତେଜଣ ସହଯୋଗୀଙ୍କୁ ପଚରାଉଚରାବେଳେ କିଙ୍ଗ୍‌ପିନ୍‌ ରାଜାଙ୍କ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ତାଙ୍କୁ ଧରିବା ପରେ ପୂରା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ ଏସ୍‌ଟିଏଫ୍‌ ଅଭିଯାନ ଆରମ୍ଭ କରିଛି। ତେବେ ବୁଧବାର ପୋଲିସ ବାଲେଶ୍ୱର ଅରଡ଼ବଜାରସ୍ଥିତ ରାଜାଙ୍କ ବାସଭବନ ଉପରେ ଚଢ଼ାଉବେଳେ ତାଙ୍କ ଘର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ମସଜିଦ୍‌ ଗଳି ଆରମ୍ଭରୁ ତାଙ୍କ ଘର ଯାଏ ସିସି ଟିଭି କ୍ୟାମେରା ଲଗାଯାଇଥିବା ଦେଖି ପୋଲିସ ସତର୍କତାର ସହ ଆଗକୁ ବଢ଼ିଥିଲା। ତେବେ ସିସିଟିଭି କ୍ୟାମେରାର ହାର୍ଡଡିସ୍କ ରାଜାଙ୍କ ଭାଉଜ ସନ୍‌ୱାର ବିବିଙ୍କ ଘରେ ରହିଥିଲା। ସ୍ପେଶାଲ ସ୍କ୍ବାଡ୍‌ ସେସବୁକୁ ଜବତ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ରେ ଡିଏସ୍‌ପି ମନୋଜ ରାଉତ, ରେମୁଣା ଥାନା ଆଇଆଇସି ଶୁଭ୍ରାଂଶୁ ନାୟକ ପ୍ରମୁଖ ଥିଲେ।
ଏସ୍‌ଟିଏଫ୍‌ ଆଇଆଇସି ଆଲୋକ ଜେନା କହିଛନ୍ତି, ରାଜା ଅଧିକାଂଶ ସମୟରେ କଲିକତାରେ ରହି ଗୋଆ, ରାଜସ୍ଥାନ, ନେପାଳକୁ ଯାଉଥିଲେ। ସହଯୋଗୀ ଓ ଏଜେଣ୍ଟମାନେ ବ୍ରାଉନ୍‌ସୁଗାର ଠିକଣା ସ୍ଥାନରେ ପହଞ୍ଚାଉଥିଲେ। ତାଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri