ବ୍ରାଉନସୁଗାର ପରେ ଟାର୍ଗେଟରେ କୋଲ୍‌ ମାଫିଆ

ଅନୁଗୋଳ ଅଫିସ୍‌, ୨୬ା୧ – ଅନୁଗୋଳ ଜିଲାକୁ ଅପରାଧ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଉପାନ୍ତରୁ ସହର, ଗ୍ରାମାଞ୍ଚଳରୁ ନଗର ଯାଏ ଆପରାଧିକ କାର୍ଯ୍ୟକଳାପର ଡାଟା ବେସ୍‌ ପ୍ରସ୍ତୁତ କରୁଛି ପୋଲିସ। ବିଶେଷ କରି ଖାକି ଟାର୍ଗେଟରେ ଏବେ ରହିଛନ୍ତି ଧଳା ଜହର ବ୍ୟବସାୟୀ ଏବଂ କୋଲ୍‌ ମାଫିଆ। ଆପରାଧିକ କାର୍ଯ୍ୟକଳାପ ଦମନ ସହ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ଏପରି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ଏସ୍‌ପି ଜଗମୋହନ ମୀନା।
୨୦୧୯ ଅଗଷ୍ଟ ୨୩ରେ ଜିଲା ପୋଲିସର ମଙ୍ଗ ଧରିଥିଲେ ଏସ୍‌ପି ମୀନା। ଏହା ପରଠାରୁ ଆରମ୍ଭ ହୋଇଛି ଅପରାଧୀଙ୍କ ଡାଟା ବେସ୍‌ ପ୍ରସ୍ତୁତି। ଅଦ୍ୟାବଧି ଚୋରି, ରାହାଜାନି, ଲୁଟ, ଡକାୟତି ଭଳି ଅପରାଧରେ ସମ୍ପୃକ୍ତ ୨୬୦ ଜଣଙ୍କ ଡାଟାବେସ୍‌ ପ୍ରସ୍ତୁତ ସରିଲାଣି। ଜିଲାର ଲୁଟେରାଙ୍କ ସହ ଜିଲା ବାହାରୁ ଆସୁଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅପରାଧ ଦମନ ସମ୍ପର୍କରେ ସୂଚନା ଦେଇ ଏସ୍‌ପି କହିଛନ୍ତି, କୌଣସି ଅପରାଧୀଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରିବ ନାହିଁ। ଜିଲାରେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଉଛି। ଲୋକମାନେ ନିଜ ହକ୍‌ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ କୌଣସି ସମସ୍ୟା ନାହିଁ। ହେଲେ ଆକ୍ରୋଶମୂଳକ ମନୋଭାବ ନେଇ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁଗୋଳ ସହରକୁ ଧଳା ଜହର ହବ୍‌ କରିଥିବା ବ୍ରାଉନ୍‌ ସୁଗାର ମାଫିଆଙ୍କୁ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅଦ୍ୟାବଧି ବ୍ରାଉନସୁଗାର ଏବଂ କଫ ସିରପ୍‌ ବ୍ୟବସାୟୀଙ୍କ ବିରୋଧରେ ୧୦ମାମଲା ରୁଜୁ କରାଯାଇଛି। ଏପରି ନିଶା କାରବାରରେ ସମ୍ପୃକ୍ତ ୨୪ଜଣ ବନ୍ଧା ହେଲେଣି। ୮ଜଣଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଏବେ ନିଶା ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ସେହିପରି କୋଲ୍‌ମାଫିଆଙ୍କୁ ଧରିବାକୁ ମଧ୍ୟ ସ୍ବତନ୍ତ୍ର ଜାଲ ବିଛାଯାଇଛି। ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୧୮ଜଣଙ୍କୁ ଗିରଫ କରାଯାଇଛି। ଅନୁଗୋଳ, ବଅଁରପାଳ, ବିକ୍ରମପୁର, ଜରପଡ଼ା, କୋଲିୟାରୀ, ତାଳଚେର ଏବଂ ଛେଣ୍ଡିପଦା ଥାନା ଅଞ୍ଚଳରେ ସମ୍ପୃକ୍ତ କୋଇଲା ମାଫିଆ ଧରାପଡ଼ିଛନ୍ତି। କୋଇଲା ଚାଲାଣରେ ବ୍ୟବହୃତ ବହୁ ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ଜିଲାରେ ଚାଲିଥିବା ଚୋରା କୋଇଲା ମାଫିଆଙ୍କ କିଙ୍ଗପିନ୍‌ଙ୍କୁ ସାବାଡ୍‌ କରିବାକୁ ପଦକ୍ଷେପ ନିଆଯାଉଛି। ଅପରାଧର ମୂଳୋତ୍ପାଟନ ସହ ଚୋରା ବନ୍ଧୁକ କାରବାର ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri