ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଉକ୍ତ ଫିଲ୍ମରୁ ଆଲିଆ ଓ ରଣବୀରଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ମଙ୍ଗଳବାର ଫିଲ୍ମର ଶୁଟିଂ ପାଇଁ ଏହି ଲଭ୍‌ ବାର୍ଡ ହିମାଚଳ ପ୍ରଦେଶର ମନାଲିରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ଆଲିଆ ଓ ରଣବୀରଙ୍କ ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଦୁହଁିଙ୍କୁ ହିମାଚଳି ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ଦୁହେଁ ପାରମ୍ପରିକ ଟୋପି, ମଫଲର ଓ ହାତରେ ଫୁଲତୋଡା ଧରିଥିବା ନଜର ଆସିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଓ ରଣବୀରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା। ଦୁହିଁଙ୍କ କାର୍ଯ୍ୟ କଥା କହିବାକୁ ଗଲେ, ବଲିଉଡ୍‌ରେ ଦୁହେଁ ବେଶ୍‌ ସକ୍ରିୟ ରହିଛନ୍ତି। ଦୁହେଁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ବ୍ରାହ୍ମାସ୍ତ୍ର ଜରିଆରେ ପ୍ରଥମ ଥର ବଡ଼ ପରଦାରେ ଏହି ଯୋଡିଙ୍କୁ ଦର୍ଶକେ ଏକାଠି ଦେଖିପାରିବେ। ଅୟାନ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଲିଆ ଓ ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନି ରୟ, ଓ ନାଗାର୍ଜୁନଙ୍କ ଭଳି ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ରେ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଏ ନେଇ...

ଗୋଟିଏ ଦିନରେ ରିଲିଜ ହେବ ଦୁଇଟି ବିଗ୍‌ ବଜେଟ ଫିଲ୍ମ

ନୂଆଦିଲ୍ଲୀ,୨୦।୧୧: ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇଟି ବିଗ୍‌ ବଜେଟ ଫିଲ୍ମ। ଗୋଟିଏ ପଟେ ଅମିର ଖାଁଙ୍କ ଲାଲ ସିଂ ଚଢ଼ା ଥିବା ବେଳେ...

ଭାଙ୍ଗିଲା ‘ବାଳିକା ବଧୁ’ ଯୋଡ଼ି; ନାୟିକାଙ୍କ ଆତ୍ମହତ୍ୟା ପରେ ଏବେ ହୃଦ୍‌ଘାତରେ ଚାଲିଗଲେ…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୁ’ରୁ ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ। ଦୀର୍ଘ ୮...

କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ...

ଦୀପଙ୍କୁ ମନେପକାଇ ଏମିତି ଲେଖିଲେ ଗର୍ଲଫ୍ରେଣ୍ଡ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ୧୬ ଫେବୃୟାରୀରେ ମତ୍ୟୁ ହୋଇଯାଇଛି । ଦୁର୍ଘଟଣା ବେଳେ ଗାଡ଼ିରେ ତାଙ୍କ ଗର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ...

ଓଟିଟିରେ ରିଲିଜ୍‌ ହେବ ‘ଲାଲ ସିଂ ଚଢା’

ବଲିଉଡ୍‌ ଅଭିନେତା ଅମୀର ଖାନଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ପ୍ରେକ୍ଷାଳୟକୁ ଆସିବ। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ...

ସତ ହେବ କି ଶାହରୁଖଙ୍କ ଭବିଷ୍ୟବାଣୀ

ବଲିଉଡ ଅଭିନେତା ରଣବୀର ସିଂ ଜବରଦସ୍ତ ଅଭିନୟ ବ୍ୟତୀତ ଚମତ୍କାର ଫ୍ୟାଶନ ପାଇଁ ଜଣାଶୁଣା। ଅନେକ ଥର ତାଙ୍କୁ ଭିନ୍ନ ଫ୍ୟାଶନ ପାଇଁ ଟ୍ରୋଲ ମଧ୍ୟ...

ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର...

Advertisement
Archives

Model This Week