Posted inଖେଳ

ବୋଲର ପ୍ରଭାବୀ, ରାହାନେଙ୍କ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ ସହାୟତାରେ ସଂଘର୍ଷ ଜାରି ରଖିଛି। ଖବର ମିଳିବା ବେଳକୁ ଭାରତ ୪ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଛି। ଅଜିଙ୍କ୍ୟ ରାହାନେ ୫୦ ଓ ହନୁମା ବିହାରି ୧୮ ରନ କରି ଅପରାଜିତ ରହିଛନ୍ତି।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ପ୍ରଥମେ ଭାରତକୁ ବ୍ୟାଟିଂପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ମେଘୁଆ ପାଗ ଓ ପିଚ୍‌ ପରିବେଶରୁ ଫାଇଦା ଉଠାଇ କେମର ରୋଚ୍‌ ଓ ଶାନନ ଗାବ୍ରିଏଲ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦଳୀୟ ସ୍କୋର ମାତ୍ର ୫ ଥିବାବେଳେ ରୋଚ୍‌ଙ୍କ ବଲ୍‌ରେ ଶାଇ ହୋପ୍‌ଙ୍କୁ କ୍ୟାଚ ଦେଇ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ। ୧୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମୟଙ୍କ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଦଳୀୟ ସ୍କୋରରେ ଆଉ ୨ ରନ ଯୋଗ ହେବାପରେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ସମାନ ବୋଲର ଓ ଫିଲ୍ଡରଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ପୂଜାରା ୪ ବଲ୍‌ରୁ ମାତ୍ର ୨ ରନ କରି ଆଉଟ ହେବାରୁ ୫ ଓଭର ବେଳକୁ ଭାରତୀୟ ସ୍କୋର ୭/୨ ହୋଇ ଯାଇଥିଲା। ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର କୋହଲି ୧୨ ବଲ୍‌ରୁ ୨ଟି ଦର୍ଶନୀୟ ଚୌକା ସହାୟତାରେ ୯ ରନ କରିଥିବାବେଳେ ଶାନନ ଗାବ୍ରିଏଲଙ୍କ ବଲ୍‌ରେ ଶାମରା ବ୍ରୁକ୍ସଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲିଙ୍କ ଆଉଟ ପରେ ସ୍ବାଭାବିକଭାବେ ଓ୍ବେଷ୍ଟଇଣ୍ଡିଜ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ୨୫ ରନରେ ଭାରତ ୩ୟ ଉଇକେଟ ହରାଇଥିଲା। ତେବେ ଲୋକେଶ ଓ ଅଜିଙ୍କ୍ୟ ରାହାନେ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଦଳୀୟ ସ୍କୋରକୁ ୬୮/୩ରେ ପହଞ୍ଚାଇଥିଲେ। ସେତେ ବେଳକୁ ରାହୁଲ ୭୦ ବଲ୍‌ରୁ ୪ ଚୌକା ସହାୟତାରେ ୩୭ ଓ ରାହାନେ ୪୩ ବଲ୍‌ରୁ ୨ ଚୌକା ସହ ୧୦ ରନ କରି ଅପରାଜିତ ରହିଥିଲେ। ୪ର୍ଥ ଉଇକେଟ ଯୋଡ଼ିରେ ୬୮ ରନ ଯୋଗ ହେବାପରେ ରାହୁଲ ବ୍ୟକ୍ତିଗତ ୪୪(୯୭ ବଲ, ୫ ଚୌକା) ରନ କରି ଆଉଟ ହୋଇଥିଲେ। ରଷ୍ଟନ ଚେଜ୍‌ ଓ୍ବେଷ୍ଟଇଣ୍ଡିଜକୁ ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ରାହାନେ କିନ୍ତୁ ପ୍ରତିପକ୍ଷ ବୋଲରଙ୍କୁ ସଫଳତାର ସହ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୭ ବଲ୍‌ରୁ ୭ ଚୌକା ସହାୟତାରେ ୫୦ ରନ ପୂରଣ କରିଥିଲେ। ଟେଷ୍ଟରେ ଏହାଥିଲା ତାଙ୍କର ୧୮ତମ ଅର୍ଦ୍ଧଶତକ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରୋଚ୍‌ ୨ଟି ଏବଂ ଗାବ୍ରିଏଲ ଓ ଚେଜ୍‌ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚରେ ରୋହିତ ଶର୍ମା, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ଉମେଶ ଯାଦବଙ୍କୁ ବାଦ୍‌ ଦେଇ ପଡ଼ିଆକୁ ଓହ୍ଲାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri