Posted inଖେଳ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। ବୋମା ବିସ୍ଫୋରଣ ଘଟଣାରେ ୩୨୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ୨୭ବର୍ଷୀୟ ଅଲରାଉଣ୍ଡର ଦିନକ ପୂର୍ବରୁ ଦୀର୍ଘ ପଥ ଯାତ୍ରା କରି ଘରକୁ ଫେରିଥିବାରୁ କ୍ଳାନ୍ତ ହୋଇ ପଡ଼ିଥିଲେ। ଫଳରେ ଇଷ୍ଟରସଣ୍ଡେ ଦିନ ସେ ସେଣ୍ଟ୍‌ ସେବାଷ୍ଟିଆନ୍ସ ଚର୍ଚ୍ଚକୁ ସେ ପ୍ରାର୍ଥନା କରିବା ଲାଗି ଯାଇପାରି ନ ଥିଲେ, ଯାହା ଫଳରେ ସେ ବର୍ତ୍ତି ଯାଇଥିଲେ। ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ସେ ଦିନ ୬ଟି ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ କରିଥିଲେ। ଏଥିରେ ୩୨୦ରୁ ଅଧିକ ଆହତ ହୋଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ହାତ ଥିବା ସ୍ଥାନୀୟ ସରକାର ଅନୁମାନ କରୁଛନ୍ତି।  ଶାନକା କହିଛନ୍ତି, ରବିବାର ସକାଳେ ମୁଁ ନିଜ ବାସଭବନରେ ଥିବାବେଳେ ବୋମା ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲି। ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିବା ମୁଁ ଲୋକମାନଙ୍କଠାରୁ ଶୁଣିବାକୁ ପାଇଥିଲି। ଘଟଣାସ୍ଥଳକୁ ଯାଇ ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲି ତାହା ଭୁଲି ହେବ ନାହିଁ। ଚର୍ଚ୍ଚଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଲୋକେ ତନ୍ମଧ୍ୟରୁ  ମୃତାହତଙ୍କୁ ବାହାର କରିବାରେ ଲାଗିଥିଲେ। ଘଟଣାସ୍ଥଳକୁ ଦେଖିଲେ କେହି ଜୀବିତ ଥିବା କଥା କହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ...

ରୋହିତ ଆହତ

ନୂଆଦିଲ୍ଲୀ,୧।୧୧- ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ...

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ : ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୦।୧: କୋଭିଡ୍‌-୧୯ ମହାମାରୀ କାରଣରୁ ଦେଶରେ କୌଣସି ପ୍ରକାର କ୍ରିକେଟ ଇଭେଣ୍ଟ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ବାତିଲ ହେବା ପରେ...

ଏସିଆ କପ୍‌ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ନଜର

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର...

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନ୍‌ବାଗୋର କ୍ରମାଗତ ଷଷ୍ଠ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୩୧।୮(ପି.ଟି.): କିରନ ପୋଲାର୍ଡଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଚଳିତ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଷଷ୍ଠ ବିଜୟ...

କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ...

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ...

ଇଣ୍ଡିଆନ ସୁପର ଲିଗ୍‌: ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ...

Advertisement
Archives

Model This Week