Posted inଖେଳ

ବୋଟାସ ଜିତିଲେ ୟୁଏସ୍‌ ଗ୍ରାଁପ୍ରି: ହାମିଲଟନଙ୍କୁ ୬ଷ୍ଠ ବିଶ୍ୱ ଟାଇଟଲ

ଅଷ୍ଟିନ, ୫ା୧୧ (ଏଏଫ୍‌ପିି)-ଲୁଇସ୍‌ ହାମିଲଟନ ୬ଷ୍ଠ ଥର ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ସହ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ଘଟଣାବହୁଳ ରେସ୍‌ରେ ହାମିଲଟନଙ୍କ ଟିମ୍‌ମେଟ ଭାଲଟେରୀ ବୋଟାସ ପ୍ରଥମ ସ୍ଥାନ ଅଧିକାର କରିବା ସହ ଏଠାରେ ଟାଇଟଲ ବିଜୟୀ ହୋଇଛନ୍ତି। ବ୍ରିଟେନର ୩୪ ବର୍ଷୀୟ ଡ୍ରାଇଭର ହାମିଲଟନ ଏଠାରେ ଗ୍ରୀଡ୍‌ର ୫ମ ସ୍ଥାନରୁ ରେସ୍‌ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ସ୍ଥାନ ସହ ବିଶ୍ୱ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିଲେ, ମାତ୍ର ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ଫିନ୍‌ଲାଣ୍ଡର ବେଟାସଙ୍କ ସହିତ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ରେସ୍‌ରେ ହାମିଲଟନ ଦୁଇଥର ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଅନ୍ତିମ ୩ଟି ଲାପ୍‌ରେ ବୋଟାସ ତାଙ୍କୁ ପଛରେ ପକାଇ ଦେଇଥିଲେ। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତାଙ୍କ କ୍ୟାରିୟରର ୧୫୦ତମ ପୋଡିୟମ ଫିନିଶ କରିବାରେ ସଫଳ ରହିଥିଲେ। ଏହାଛଡ଼ା ସେ କ୍ରମାଗତ ଭାବେ ୩୧ଥର ପଏଣ୍ଟ ଅର୍ଜନ କରିପାରିଛନ୍ତି। ୬ଷ୍ଠ ଫର୍ମୁଲା ଓ୍ବାନ ଡ୍ରାଇଭର୍ସ ଟାଇଟଲ ହାସଲ କରିବା ଦ୍ୱାରା ହାମିଲଟନ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷହେବାଠାରୁ ସେ ଆଉ ଏକ ପାଦ ପଛରେ ରହିଛନ୍ତି। ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହୋଇ ପାରିଛନ୍ତି। ହାମିଲଟନ ଏହା ପୂର୍ବରୁ ୨୦୦୮, ୨୦୧୪, ୨୦୧୫, ୨୦୧୭ ଏବଂ ୨୦୧୮ରେ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଟପ୍‌ ଟେନ୍‌ରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), ଆଲେକ୍‌ଜାଣ୍ଡର ଆଲବନ୍‌ (ରେଡ୍‌ବୁଲ୍‌), ଡାନିଏଲ ରିକାର୍ଡୋ(ରେନଲ୍‌ଟ), ଲାଣ୍ଡୋ ନୋରିସ (ମ୍ୟାକଲରେନ), କାର୍ଲୋସ ସେଞ୍ଜ ଜୁନିୟର (ମ୍ୟାକଲରେନ), ନିକୋ ହକେନବର୍ଗ (ରେନଲ୍ଟ), ସର୍ଗିଓ ପେରେଜ (ରେସିଂ ପଏଣ୍ଟ)। ହାମିଲଟନ କହିଛନ୍ତି ମୋ ପାଇଁ ଏହି ରେସ୍‌ ଖୁବ୍‌ କଠିନ ଥିଲା। ଟିମ୍‌ମେଟ ବୋଟାସଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri