ବୋଝ ଉପରେ ବୋଝ

ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କପିଳାସ ଚିଡ଼ିଆଖାନାରେ ଏକ ନରହନ୍ତା ଦନ୍ତାକୁ ଆଣି ରଖାଯିବା ନୂଆ ଅଡୁଆ ସୃଷ୍ଟି କରିଛି। ଭିତ୍ତିଭୂମି ଅଭାବ, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ହିଂସ୍ର ହାତୀକୁ ଆଣି ରଖାଯିବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଏବଂ ପରିବେଶବିତ୍‌ ା କପିଳାସ ଜୁ’ରେ ରଖାଯାଇଥିବା ଦନ୍ତାର ପ୍ରବୃତ୍ତି ବେଶ୍‌ ହିଂସ୍ର। ତାଳଚେର-ପରଜଙ୍ଗ ସୀମାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏହି ହାତୀ ନେଇଛି ୧୩ ଜୀବନ। ଏହାପରେ ଦନ୍ତାକୁ ଟ୍ରାଙ୍କୁଲାଇଜ କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସ୍‌କ୍ୟୁ ସେଣ୍ଟରରେ ରଖାଯାଇଛି। କପିଳାସ ରେଞ୍ଜ୍‌ କର୍ତ୍ତୃପକ୍ଷଙ୍କ ହାତରେ କପିଳାସ ଜୁ’ ପରିଚାଳନା ଦାୟିତ୍ୱ ରହିଛି। କେନ୍ଦ୍ର ସରକାରଙ୍କ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏହାକୁ ସ୍ବତନ୍ତ୍ର କରାଯାଉନାହିଁ। ଏପରି କି ସ୍ବତନ୍ତ୍ର ଭାବେ ଦାୟିତ୍ୱ ପରିଚାଳନା କରା ନ ଗଲେ ଚିଡ଼ିଆଖାନାର ମାନ୍ୟତା ଫେରାଇ ନିଆଯିବ ବୋଲି ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ଜିଲା ବନ ବିଭାଗକୁ ଚେତାବନୀ ଦେଇସାରିଛି। ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଥିବାବେଳେ ନୂଆ ଆସିଥିବା ଦନ୍ତାର ରକ୍ଷଣାବେକ୍ଷଣ, ଖାଦ୍ୟପେୟ, ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ ତାହା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ରେସ୍‌କ୍ୟୁ ସେଣ୍ଟରରେ ପୂର୍ବରୁ ୪ ହାତୀ ଅଛନ୍ତି। ସେମାନଙ୍କ ଦେଖାରଖା କରିବାକୁ ଆବଶ୍ୟକ କର୍ମଚାରୀ କି ମାହୁନ୍ତ ନାହାନ୍ତି। ଏପରି ସ୍ଥିତିରେ ହିଂସ୍ର ଦନ୍ତାକୁ ଆଣି ରଖାଯିବା ବୋଝ ଉପରେ ବୋଝ ବୋଲି ଆଲୋଚନା ହେଉଛି। ଏସବୁ ଭିତରେ ଯାଜପୁର ଦାନଗଦି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ଅନ୍ୟ ଏକ ଦନ୍ତାକୁ କପିଳାସ ଆଣିବା ପାଇଁ ମସୁଧା କରାଯାଉଛି। ଏହା ଜଣାପଡ଼ିବା ପରେ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜ୍ୟରେ ବାଘବଂଶ ବୃଦ୍ଧି ଲାଗି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଜାତୀୟ ଐତିହ୍ୟ ପ୍ରାଣୀ ଘୋଷଣା କରାଯିବା ସତ୍ତ୍ୱେ ହାତୀବଂଶର ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଧୀରେ ଧୀରେ ହାତୀମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବେଳ ଥାଉ ଥାଉ ଏ ଦିଗରେ ଚିନ୍ତା କରା ନ ଗଲେ ହାତୀ ଭଳି ବିଶାଳକାୟ ଜୀବ କେବଳ ଇତିହାସ ପୃଷ୍ଠାରେ ସୀମିତ ହୋଇ ରହିଯିବ ବୋଲି ପ୍ରାଣୀପ୍ରେମୀ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri