ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡ୍‌ନୀ ବାହାର କରିବାର ୧୨ ଘଣ୍ଟା ମଧ୍ୟରେ ପ୍ରତିରୋପଣ କରିବା ଭଲ। ମେଡିକାଲ ସାଇନ୍ସ କୁହେ ଯେଉଁ ଅଙ୍ଗକୁ ଯେତେଶୀଘ୍ର ପ୍ରତିରୋପଣ କରାଯିବ ତାହା ସେତେ ଅଧିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଥାଏ। ହେଲେ ବୈଜ୍ଞାନିକମାନେ ଏବେ ଏମିତି ଏକ ମେଶିନ ତିଆରି କରିଛନ୍ତି ଯାହା ମଣିଷର ଲିଭରକୁ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରଖିପାରିବ ବୋଲି କୁହାଯାଏ। ଇଟିଏଚ୍‌ ଜୁରିଚ୍‌ ଇନ୍‌ ସ୍ବିଜରଲାଣ୍ଡ(ETH Zurich in Switzerland)ର ବୈଜ୍ଞାନିକମାନେ କହିଛନ୍ତି ଏହି ମେଶିନ ଦ୍ୱାରା ଖରାପ ହୋଇଥିବା ଲିଭରର ଚିକିତ୍ସା ମଧ୍ୟ ସହଜ ହେବ। ଏହାଦ୍ୱାରା ଲିଭର ଶରୀର ବାହାରେ ମଧ୍ୟ ସୁସ୍ଥ ରହିପାରିବ ବୋଲି ଏମାନେ କହିଛନ୍ତି। ଏହି ମେଶିନ ସମ୍ପର୍କରେ journal Nature Biotechnologyରେ ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ ଦାକି କରିଛନ୍ତି ଏହି ମେଶିନ ସାହାଯ୍ୟରେ କ୍ୟାନସର ପୀଡିତଙ୍କ ଚିକିତ୍ସା ମଧ୍ୟ କରାଯାଇ ପାରିବ। ଉକ୍ତ ଜର୍ଣ୍ଣାଲ ଏହି ମେଶିନକୁ complex perfusion system ଭାବେ ଅଭିହିତ କରିଛି। ଇଟିଏଚ୍‌ ଜୁରିଚ୍‌ର ବିଶେଷଜ୍ଞ Pierre Alain Clavien କହିଛନ୍ତି ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଏକ ଦଳ ୪ ବର୍ଷ ଧରି କାମ କରିବା ପରେ ଏହି ମେଶିନ ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା...

ଓମିକ୍ରନ୍‌ ନେଲା ପ୍ରଥମ ଜୀବନ

ଲଣ୍ଡନ,୧୪।୧୨:ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣରେ ପ୍ରଥମ ମୃତ୍ୟୁ ବ୍ରିଟେନରେ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏହି ସୂଚନା ଦେବା...

ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ...

କ୍ୟାମେରା ପରି ଘର କରିଛନ୍ତି ଫଟୋଗ୍ରାଫର: ପିଲାମାନଙ୍କ ନାଁ ବି ସେମିତି ନିଆରା

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ...

ଅଷ୍ଟ୍ରିଜ୍ ସହ ରେସ୍‌ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ

ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ...

ଲିଭିଯାଇଛି ଶୈଶବର ହସ: ହସି ଖେଳି ବୁଲିବା ବୟସରେ କରୋନା ଛଡ଼େଇ ନେଇଛି…

ବୟସ ହସି ଖେଳି ବୁଲିବାର। ହେଲେ ଭାଗ୍ୟ ଖେଳିଛି ସେମାନଙ୍କ ସହ ବଡ଼ ଦାରୁଣ ଖେଳ। ବୁଝିବା ଶୁଝିବା ବୟସ ହେବା ପୂର୍ବରୁ ଛଡ଼େଇ ନେଇଛି...

ଚାଇନାରୁ ମିଳିଲା ଡାଇନୋସର ଭ୍ରୂଣ

ବେଜିଂ, ୨୩ା୧୨: ଦକ୍ଷିଣ ଚାଇନାର ଗାନ୍‌ଝୌରୁ ବୈଜ୍ଞାନିକମାନେ ଡାଇନୋସରର ଏକ ଭ୍ରୂଣକୁ ପାଇଛନ୍ତି। ପ୍ରାୟ ୬.୬ରୁ ୭.୨ କୋଟି ବର୍ଷ ତଳୁ ଏହା ସଂରକ୍ଷିତ ଅବସ୍ଥାରେ...

ଟିକ୍‌ଟକ୍‌ ବ୍ୟାନ୍‌କୁ ସହିପାରିଲେନି ଏହି ଯୁବତୀ, ନେଲେ ଏଭଳି ଚରମ ପଦକ୍ଷେପ

ଭାରତରୁ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଖବର ଅନେକଙ୍କୁ ଆଘାତ ଦେଇଛି। ବିଶେଷକରି ଟିକ୍‌ଟକ ବ୍ୟବହାରକାରୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ପ୍ଲାଟଫର୍ମ ଦ୍ୱାରା କିଛି...

Advertisement
Archives

Model This Week