ବେଦାନ୍ତ ହସ୍ପିଟାଲକୁ ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

ଲାଞ୍ଜିଗଡ,୧୪।୧୦(ଡି.ଏନ.ଏ.):କଳାହାଣ୍ଡି ଓ ରାୟଗଡା ଜିଲାର ଦୁର୍ଗମରୁ ଅତିଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲକୁ ଇଏସଆଇ ହସ୍ପିଟାଲର ମାନ୍ୟତା ମିଳିଛି। ଏଥିପାଇଁ ଗୁରୁବାର ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ସମାରୋହରେ ଭୁବନେଶ୍ୱରସ୍ଥିତ ଇଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଗୋପାଳ ପାଲଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ଇଏସଆଇ ରାଜ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ମିଶ୍ର, ମେଡିକାଲ ରେଫରୀ ଡା. ଏସ. ଦତ୍ତା, ରାୟଗଡା କେଜେପୁରସ୍ଥିତ ମେଡିକାଲ ଅଧୀକ୍ଷକ ଡା. ବି.ଏନ ପଣ୍ଡା ଏବଂ ଜେକେପୁର ଇଏସଆଇ ଶାଖା ପରିଚାଳକ ରାଜେନ୍ଦ୍ର ବେହେରାଙ୍କ ସହିତ ବେଦାନ୍ତ ଲିମିଟେଡ ସିଏସଆର୍‌ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଏଚଆର୍‌ ମୁଖ୍ୟ ବିଶାଳ ସିଂହ, ଏଚଏସଇ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ସିଏଲଏମ ମୁଖ୍ୟ ଆଲୋକ ଗୟା, ଏଡମିନ ମୁଖ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସିଏସଆର୍‌ ବିଭାଗ ଉପମୁଖ୍ୟ ଦିଲୀପ ପ୍ରଜାପତି, ଏଡମିନ ଶ୍ରୀକାନ୍ତ ବହିଦାର, ଲୋକସମ୍ପର୍କ ବିଭାଗ ଋଷଭ ଗର୍ଗ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଅଶୋକ ଖୋରାଙ୍କ ସହିତ ବେଦାନ୍ତ ଲିମିଟେଡ ଏବଂ ବେଦାନ୍ତ ହସ୍ପିଟାଲ କର୍ମଚାରୀମାନେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲାର ପ୍ରଥମ ହସ୍ପିଟାଲ ଭାବେ ବେଦାନ୍ତ ହସ୍ପିଟାଲ ଏହି ମାନ୍ୟତା ପାଇଥିବାରୁ ଶ୍ରମିକ ଓ ଇଏସଆଇ ଅନ୍ତର୍ଭୁକ୍ତ କର୍ମଚାରୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ଇଏସଆଇ ବା କର୍ମଚାରୀ ରାଜ୍ୟ ବୀମା ନିଗମ ଦ୍ୱାରା ଶ୍ରମିକ ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟସେବା ମାଗଣାରେ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri