ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି, ଫାୟାର ଫାଇଟର୍‌ ଓ ଆଷ୍ଟ୍ରୋନଟ୍‌ ଭଳି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ମଧ୍ୟ ମହିଳାମାନେ ନିଜ ପ୍ରଭାବ ବିସ୍ତାର କରିପାରିବେ। ପ୍ଲାଣ୍ଟ ଅପରେଶନରୁ ଆରମ୍ଭକରି ମାର୍କେଟିଂ, ମେଣ୍ଟେନାନ୍ସ ଓ ଆର୍‌ଆଣ୍ଡ୍‌ଡି ପର୍ଯ୍ୟନ୍ତ ମହିଳାଙ୍କ ପାଇଁ କୌଣସି କାମ କରିବା ଅସମ୍ଭବ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବେଦାନ୍ତର ଆଲୁମିନିୟମ୍‌ ଆଣ୍ଡ ପାଓ୍ବାର୍‌ ବିଜ୍‌ନେସ୍‌ ଶାଖା। ଦେଶର ଏହି ପ୍ରମୁଖ ଶିଳ୍ପାନୁଷ୍ଠାନ ମହିଳା ଓ ପୁରୁଷଙ୍କୁ ସର୍ବଦା ସମାନ ଭାବେ ଦେଖିଥାଏ। ପ୍ରତି ମୁହୂର୍ତ୍ତରେ ଶିଖିବା ଓ କିଛି ନୂଆ କରିବାର ଇଚ୍ଛାଶକ୍ତି ନେଇ ଆଗକୁ ଆସୁଥିବା ମହିଳାମାନଙ୍କୁ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ଦେଇଥାଏ। ତାହା ପ୍ଲାଣ୍ଟ୍‌ ଅପରେଶନ ହେଉ କି ସେଣ୍ଟ୍ରାଲ ସିକ୍ୟୁରିଟି ଟିମ୍‌, ବେଦାନ୍ତ କେବେ କାମରେ ମହିଳା ପୁରୁଷଙ୍କ ବାଛ ବିଚାର କରୁ ନ ଥିବା ବେଦାନ୍ତ ଲିମିଟେଡ୍‌ ଆଲୁମିନିୟମ୍‌ ଆଣ୍ଡ୍‌ ପାଓ୍ବାର ବିଜ୍‌ନେସ୍‌ର ସିଇଓ ଅଜୟ କୁମାର କହିଛନ୍ତି।

ଓଡ଼ିଶାର ଝାରସୁଗୁଡ଼ା ଏବଂ ଛତିଶଗଡ଼ର ବାଲ୍‌କୋରେ ଥିବା କମ୍ପାନୀର ଦୁଇଟି ପ୍ରମୁଖ ଅପରେଶନ୍‌ସ ଶାଖାର ସେଣ୍ଟ୍ରାଲ ସିକ୍ୟୁରିଟି ଏବଂ ସର୍ଭେଲାନ୍ସ ଟିମ୍‌ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସେହିଭଳି କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ଫ୍ୟାକ୍ଟ୍ରିର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ ମଧ୍ୟ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଡିଜିଟାଲ ଟେକ୍ନୋଲୋଜିରେ ପାରଙ୍ଗମ ଏହି ମହିଳାମାନେ ସଫଳତାର ସହ ସମସ୍ତ କାର୍ଯ୍ୟ କରିଥାନ୍ତି। ମହିଳାଙ୍କ ସୁରକ୍ଷା, କାର୍ଯ୍ୟସ୍ଥଳୀରେ ନିରାପତ୍ତା, ୨୪ ଘଣ୍ଟିଆ ଡେ’କେୟାର ବ୍ୟବସ୍ଥା ସହ ପ୍ରତ୍ୟେକ ମହିଳା କର୍ମଚାରୀଙ୍କୁ ନିଜ ଆତ୍ମରକ୍ଷା ପାଇଁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଏ।

କେବଳ ପାରମ୍ପରିକ ନୁହେଁ, ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ରୋଲ୍‌ ଦେବାକୁ ପସନ୍ଦ କରୁଥିବା ବେଦାନ୍ତ ବହୁ ପୁରୁଷ ପ୍ରାଧାନ୍ୟ କାମରେ ମହିଳାଙ୍କୁ ନିୟୋଜିତ କରିଛି। ତୃଣମୂଳସ୍ତରରୁ ଆରମ୍ଭକରି ଡେସିସନ୍‌ ମେକିଂ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଏ। କମ୍ପାନୀର ସ୍ମେଲ୍‌ଟର୍‌, କାଷ୍ଟ୍‌ ହାଉସ୍‌, କୋଲ୍‌ ପ୍ରୋକ୍ୟୁରମେଣ୍ଟ, କମର୍ସିଆଲ, ମାର୍କେଟିଂ, ଫିନାନ୍ସ ଏବଂ ଏଚ୍‌ଆର୍‌ଏମ୍‌ ଭଳି କ୍ଷେତ୍ରରେ ବହୁସଂଖ୍ୟାରେ ମହିଳା କାମ କରୁଥିବାବେଳେ ସିକ୍ୟୁରିଟି, ଅକ୍ୟୁପେଶନାଲ ହେଲ୍‌ଥ, ଟ୍ୟାଲେଣ୍ଟ ଆକ୍ୟୁଜିଶନ, ଡେଭଲପ୍‌ମେଣ୍ଟ ଏବଂ ଏନ୍‌ଗେଜ୍‌ମେଣ୍ଟ ଭଳି କ୍ଷେତ୍ରରେ ଅଧିକାଂଶ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳିଥାଏ। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନେରିରେ ମହିଳାମାନେ ଆସେଟ୍‌ ଅପ୍ଟିମାଇଜେଶନ, ହେଲ୍‌ଥ, ସେଫ୍‌ଟି ଆଣ୍ଡ ଏନ୍‌ଭଇରନ୍‌ମେଣ୍ଟ, ସଷ୍ଟେନେବିଲିଟି, କ୍ୱାଲିଟି ଆସ୍ୟୁରାନ୍ସ ଓ କ୍ୱାଲିଟି କଣ୍ଟ୍ରୋଲ, ପ୍ରୋସେସ୍‌ କଣ୍ଟ୍ରୋଲ ଗ୍ରୁପ୍‌ ଓ ଡିଷ୍ଟ୍ରିବ୍ୟୁଟେଡ୍‌ କଣ୍ଟ୍ରୋଲ ସିଷ୍ଟମ(ଡିସିଏସ୍‌) ଭଳି ବହୁ ଟେକ୍ନିକାଲ କ୍ଷେତ୍ରରେ କାମ କରିଥାନ୍ତି। ଟେକ୍ନିକାଲ ଫଙ୍କଶନ୍‌ ଭଳି ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ କାମ କରି ଆମ ଜ୍ଞାନକୌଶଳ ଏବଂ ଦକ୍ଷତା ପ୍ରତି ମୁହୂର୍ତ୍ତରେ ବଢ଼ୁଥିବା କମ୍ପାନୀର ଟେକ୍ନିକାଲ୍‌ ସେଲ୍‌ ଇନ୍‌ଚାର୍ଜ ସସ୍ମିତା ସାମଲ କହିଥିବାବେଳେ ମହିଳାଙ୍କ ସୁରକ୍ଷା ଓ ସମାନତାକୁ ବେଦାନ୍ତ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଝାରସୁଗୁଡା ପ୍ଲାଣ୍ଟର ମୁଖ୍ୟ ସିକ୍ୟୁରିଟି ଅଫିସର ହିମାନୀ ଥାପ୍ଲିୟାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri