ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ ସୁନା ନଦୀର ଜଳ ପ୍ରଦୂଷିତ କରୁଥିବା ଅଭିଯୋଗ ହୋଇଛି। ଯୋଡ଼ା ପୌରପାଳିକାର ୱାର୍ଡ ନଂ ୪ ତଥା ଯୋଡ଼ା ମୁଖ୍ୟ ରାସ୍ତାର ସୁନା ନଦୀ ପୋଲ ପାର୍ଶ୍ୱରେ ଦୀର୍ଘ ବର୍ଷ ହେବ ଏକ ବେଆଇନ ଭାବେ ସର୍ଭିସିଂ ସେଣ୍ଟର କରି ସୁନା ନଦୀରୁ ସିଧାସଳଖ ଜଳ ନେଇ ଦୈନିକ ଶହ ଶହ ଛୋଟ ବଡ଼ ଯାନବାହାନ ଧୋଇ ଏଥିରୁ ନିର୍ଗତ ମୋବିଲ ଓ ତେଲ ମିଶ୍ରିତ ଦୂଷିତ ଜଳକୁ ସିଧାସଳଖ ସୁନା ନଦୀରେ ଛାଡ଼ିଦିଆଯାଉଛି। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପୌରପାଳିକା ନୀରବ ରହୁଛି। ଏ ନେଇ ସୋମବାର ସର୍ଭିସିଂ ସେଣ୍ଟରର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ନାମ ପ୍ରକାଶ ନ କରି କହିଛନ୍ତି ଯେ, ପୌରପାଳିକାକୁ ପ୍ରତିମାସ ଏହି ସର୍ଭିସିଂ ସେଣ୍ଟର ବାବଦକୁ ପ୍ରାୟ ୩ହଜାର ଟଙ୍କା ଦିଆଯାଉଛି। ଏହାର ରସିଦ କଥା ପଚାରିବାରୁ, ରସିଦ ମିଳେ ନାହିଁ ବୋଲି ସେ କହିଥିଲେ। ଏ ନେଇ ଯୋଡ଼ା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ ଟଙ୍କା ନିଆଯିବା କଥା ସେ ଜାଣିନାହାନ୍ତି। ସୁନା ନଦୀରୁ ଜଳ ନେବାର ତଦାରଖ କରିବା ଦାୟୀତ୍ୱ ଜଳ ସମ୍ପଦ ବିଭାଗର ବୋଲି ସେ କହିଛନ୍ତି। ତଥାପି ସେ ସୋମବାର ଅପରାହ୍ନ ସୁଦ୍ଧା ସର୍ଭିସିଂ ସେଣ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ ହଜାର ଟଙ୍କା କିଏ ନେଉଛି, ଏହାର ମଧ୍ୟ ତଦନ୍ତ କରିବେ ବୋଲି ସେ କହିଛନ୍ତି। ସେପଟେ ତଳ ମୁଣ୍ଡର ଜନସାଧାରଣ ଏହି ନଦୀରେ ଗାଧୋଇବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଶୀଘ୍ର ଦୃଷ୍ଟି ଦେବା ସହିତ ପୌରପାଳିକାର କେଉଁ ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଲାଞ୍ଚ ନେଇ ଏହି ସର୍ଭିସିଂ ସେଣ୍ଟରକୁ ସୁରକ୍ଷା ଦେଉଛନ୍ତି ଏହାର ମଧ୍ୟ ତଦନ୍ତ କରିବା ଉଚିତ ବୋଲି ମତାମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

୫୩ନଂ ରାଜ୍ୟ ରାଜପଥରେ ଗେଟିଏ ପରେ ଗେଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

୫ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରି ଅଖାରେ ପୂରାଇ ଦେଲେ ଧନେଶ୍ୱର: ଆଉ ତା’ପରେ…

ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri