ବେଆଇନ ବାଣ ଭିଡ଼ାବେଳେ ବିସ୍ଫୋରଣ ଘଟଣା: ବାପା ମୃତ, ପୁଅ ସଙ୍କଟାପନ୍ନ

ବିିଞ୍ଝାରପୁର,୬ା୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ପଶ୍ଚିମ ବାଛୋଳ ଗ୍ରାମର ରମାକାନ୍ତ ସାହୁ (୪୫)ଙ୍କ ଘରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡ଼ା ଯାଉଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ରମାକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଶନିବାର ରାତିରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରମାକାନ୍ତଙ୍କ ପୁଅ ସୌଭାଗ୍ୟ ସାହୁ(୨୧) ମଧ୍ୟ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ତେବେ ସୌଭାଗ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ୩ଜଣ ଯଥା ସୁଧାଂଶୁ ଦାସ(୨୩), ରମାକାନ୍ତଙ୍କ ମା’ ରୁକ୍ମୁଣୀ ସାହୁ(୮୦), ଭଉଣୀ ଶାନ୍ତିଲତା ସାହୁ (୫୦) ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି, ଶନିବାର ସନ୍ଧ୍ୟାରେ ବାଣ ଭିଡୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଏହା ଏତେ ତୀବ୍ର ଥିଲା ଯେ ରମାକାନ୍ତଙ୍କର ୬ ବଖରାର କାନ୍ଥ ଓ ଛାତ ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ ପୋଲିସ ଏକ ମାମଲା (ନଂ.୨୬୭/୧୯) ରୁଜୁ କରିବା ସହିତ ପୋଲିସ ଅଧିକ ଛାନଭିନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ।...

ଫଟା ପାଇପ୍‌ରେ ପାନୀୟ ଜଳ ଯୋଗାଣ: ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ପରଜଙ୍ଗ, ୧୦।୧(ଡି.ଏନ.ଏ.)- ‘ଜଳ ହିଁ ଜୀବନ’। ଜଳ ସଂରକ୍ଷଣ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳରେ ଏହା କେବଳ...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର...

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଘଟଣାରୁ ନଜର ହଟାଇବାକୁ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପାଟଣାଗଡ,୯।୫ (ଡି.ଏନ.ଏ.): ଗତ ଏପ୍ରିଲ ୨୯ ତାରିଖରେ ପାଟଣାଗଡ ବ୍ଲକ ତମିଆ ମୁଦଲସର ସୁକତେଲ ସେତୁରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଷଡି ୨...

ରାଉରକେଲାର ୩ ନୂଆ ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ...

୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ...

ମା’ ଆଗରେ ଚାଲିଗଲା ପୁଅ ଜୀବନ

କାମାକ୍ଷାନଗର, ୫।୩(ଡି.ଏନ.ଏ.) – ବିବାହ ଭୋଜିରେ ଯୋଗଦେବାକୁ ଖୁସି ମନରେ ବାହାରିଥିଲେ ଘରୁ। ସାଙ୍ଗରେ ଥିଲେ ୫ବର୍ଷର ପୁଅ। ଘଣ୍ଟାଏ ପରେ ପହଞ୍ଚତ୍ଥାନ୍ତେ ବିବାହ ଭୋଜିରେ।...

Coronavirus Update


Archives

Model This Week

Why Dharitri