ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି।
ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର ପଞ୍ଚାୟତର ଭାନୁପୁର ଫେରିଘାଟ ମଧ୍ୟରେ ରହିଥିବା ଏହି କାଠପୋଲ ଉପରେ ରାଇବଣିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଆଜକୁ ୩୦ବର୍ଷ ହେଲା ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇ ସେହି ବାଟ ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଏପରିକି ଦମକଳ ଗାଡ଼ି, ପୋଲିସ୍‌ ଓ ପ୍ରଶାସନ ଗାଡି ମାନ ଯାତାୟାତ କରିଥାଏ ା ମାତ୍ର ଏହି ପୋଲ ଦୁଇଟି ନିର୍ମିତ ହେବା ଦ୍ୱାରା ନଦୀର ଗତିପଥ ବଦଳିଯିବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ସ୍ଥାନ ଓ ଘରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କେତେକ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୩୯୫/୨୨-୧-୨୦୨୦ରେ ବାଲେଶ୍ୱର ଏସ୍‌ପିଙ୍କୁ ଆସନ୍ତା ୩ତାରିଖରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଚିଠି ଲେଖି ଜଣାଇବା ସଙ୍ଗେ ସଙ୍ଗେ ଆବଶ୍ୟକ ପୋଲିସ୍‌ ଫୋର୍ସ ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ। ସେହି ଚିଠିର ନକଲ ମଧ୍ୟ ଜଳେଶ୍ୱର ତହସିଲଦାର, ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ, ଜଳେଶ୍ୱର ଏସ୍‌ଡ଼ିପିଓ ଓ ଜଳେଶ୍ୱର ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ନିର୍ଦ୍ଧାରିତ ସମୟରେ ସୋମବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ଜଳେଶ୍ୱର ସଦର ଆର୍‌ଆଇଙ୍କ ସମେତ ୭/୮ଜଣ କନଷ୍ଟେବଳ ସମ୍ପୃକ୍ତ ବେଆଇନ ପୋଲ ଉଚ୍ଛେଦ ପାଇଁ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଯାଇ ପୋଲ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହୋଇଥିଲା। ଯଦି ପୋଲ ଉଚ୍ଛେଦ କରାଯାଏ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେମାନେ ଚେତାବନୀ ଦେଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖି ତହସିଲଦାର ଫେରି ଆସିଥିଲେ।
ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟ ଆବଶ୍ୟକ ପୋଲିସ୍‌ଫୋର୍ସ ଅଭାବରୁ ସ୍ଥଗିତ ରଖାଗଲା। ଆଗାମୀ ଦିନରେ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri