ବେଆଇନ୍‌ ଭାବେ ଚାଲୁଛି ଇଟାଭାଟି: ଯାଞ୍ଚ ପାଇଁ ନିିର୍ଦ୍ଦେଶ

ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି।  ଏହା ଉପରେ ଦୃଢ଼ ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ ହାନୀ ସହ ପରିବେଶ ପ୍ରଦୂଷିତ ହେଉଛି। ଏପରିକି ରୁଷିକୂଲ୍ୟା ନଦୀ ପଠାରେ ମଧ୍ୟ ଇଟାଭାଟି କରାଯାଉଛି। ଭାଟି ମାଲିକମାନେ ମନଇଛା ଦରରେ ଇଟା ଲୋକଙ୍କୁ ବିକ୍ରି କରି ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଛତ୍ରପୁର, ଗଞ୍ଜାମ ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ଏପରି ବେଆଇନ୍‌ ଭାବେ ଇଟାଭାଟି ଚାଲିଛି। ଏପରିକି ବାହାର ଜିଲାର ଶ୍ରମିକମାନଙ୍କୁ ଦଲାଲମାନଙ୍କ ଜରିଆରେ ଆଣି ଉକ୍ତ ଇଟାଭାଟିରେ ନିୟୋଜିତ କରାଯାଉଛି। ବିଭିନ୍ନ ସମୟରେ କହିବା ମୁତାବକ ମଜୁରି ମଧ୍ୟ ଶ୍ରମିକମାନଙ୍କୁ ମିଳୁ ନ ଥିବା ଘଟଣା ଦୃଷ୍ଟିକୁ ଆସୁଛି। ଗତ ସପ୍ତାହରେ ଗଞ୍ଜାମ ବ୍ଲକ ସୁବଳୟାରେ ଥିବା ଇଟାଭାଟି ଶ୍ରମିକମାନଙ୍କଠାରେ ଘଟିଥିବା ଘଟଣା ଏହାର ଉଦାହରଣ। ଆହୁରି ଜଣାଯାଇଛି ଇଟାଭାଟି ଗୁଡିକରେ ଅନ୍ୟ ଜିଲାର ଶ୍ରମିକମାନେ ନିଜ ପରିବାର ସଦସ୍ୟଙ୍କ ସହ ଆସି ଏଠାରେ କାମ କରୁଛନ୍ତି। ଏପରିକି ପରିବାରର ସଦସ୍ୟଙ୍କ ସହ ଙdଙ୍କଶିଶୁମାନେ ମଧ୍ୟ ଇଟାଭାଟି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଫଳରେ ଶିଶୁମାନଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଉଛି।  ଛତ୍ରପୁର ତହସିଲ ଅଧୀନ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏପରି ବେଆଇନ ଭାବେ ଇଟାଭାଟି ଚାଲୁଥିବା ଜଣାପଡିଛି। ଅପରପକ୍ଷରେ ଗଞ୍ଜାମ ବ୍ଲକ ସୁବଳୟା ନିକଟରେ ଥିବା ଇଟାଭାଟିରେ ନିୟୋଜିତ ବରଗଡ ଜିଲାର ଶ୍ରମିକମାନଙ୍କ ଘଟଣା ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ୍‌ ଇଟାଭାଟି ଚାଲୁଥିବା ଓ ଶିଶୁମାନଙ୍କୁ ଏଥିରେ ନିୟୋଜିତ କରୁଥିବା ନେଇ ଅଭିଯୋଗ ସମ୍ପର୍କରେ ଜିଲାପାଳ ଅବଗତ ହୋଇଛନ୍ତି। ଏହାପରେ ସବୁ ଇଟାଭାଟି ଗୁଡିକ ଯାଞ୍ଚ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯେ,  ଗତ ସପ୍ତାହରେ କମ୍‌ ମଜୁରି ଏବଂ ବାତ୍ୟା ଫନୀ ବେଳେ ଭାଟି ମାଲିକ କୌଣସି ବ୍ୟବସ୍ଥା କରି ନ ଥିବାରୁ ବରଗଡ ଜିଲାରୁ ଆସିଥିବା ୮୦ ଶ୍ରମିକ ସୁବଳୟା ନିକଟ ଇଟାଭାଟିରୁ ଲୁଚି ପଳାଇ ଆସିଥିଲେ। ଏଥିରେ କେତେକ ହୁମ୍ମା ଷ୍ଟେଶନରେ  ଥିବା ବେଳେ ଅନ୍ୟ ଶ୍ରମିକମାନେ ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଉକ୍ତ ୮୦ ଶ୍ରମିକଙ୍କ ଖାଇବା ବ୍ୟବସ୍ଥା ସହ ସେମାନଙ୍କ ଘରକୁ ଜିଲାପାଳ ପଠାଇଥିଲେ।  ଇଟା ଭାଟି ସିଲ୍‌ କରାଯିବା ସହ ମାଲିକଙ୍କୁ ୪୦ ହଜାର ଟଙ୍କା ଜରିମାନା ଏବଂ କାରଣଦର୍ଶାଅ ନୋଟିସ୍‌ ଗଞ୍ଜାମ ତହସିଲଦାରଙ୍କ ପକ୍ଷରୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri