ବୃନ୍ଦାବନଙ୍କ ଘରେ ପଡ଼ିଛି ତାଲା, ରାସ୍ତାରେ ବୃଦ୍ଧା ମା’

ଛତ୍ରପୁର,୨୯ା୨(ଡି.ଏନ.ଏ) – ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁରସ୍ଥିତ ଘରୁ ବୃନ୍ଦାବନ ବେହେରା ଏବଂ ତାଙ୍କ ସ୍ତ୍ରୀ ଉର୍ମିଳା ଓ ଝିଅ ସୁନିତାଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର ହୋଇଥିଲା। ପାରିବାରିକ ଅଶାନ୍ତିରୁ ବୃନ୍ଦାବନ ପ୍ରଥମେ କାତିରେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆମତ୍ହତ୍ୟା କରିଥିତ୍ବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି। ଅନ୍ୟପକ୍ଷରେ ବୃନ୍ଦାବନଙ୍କ ଘରେ ଗୁରୁବାର ଅପରାହ୍ନରୁ ତାଲା ପଡିଛି। ଫଳରେ ତାଙ୍କ ୭୦ ବଷର୍ର୍ୀୟା ମା’ ଚମ୍ପା ବେହେରା ଏବେ ଅସହାୟ ହୋଇପଡିଛନ୍ତି। ବୃନ୍ଦାବନଙ୍କ ପୁଅ ସାଗର ଘରେ ତାଲା ପକାଇ ଚାଲି ଯାଇଥିବାରୁ ମା’ ଚମ୍ପା ଗାଁରେ କେତେବେଳେ କେମିତି କାହା ଘରେ ମୁଠାଏ ଖାଇବା ସହ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର କୋହଭରା କଣ୍ଠରେ ସେ ରାଜରାସ୍ତାକୁ ଚାଲିଆସିଥିବା କହିଥିଲେ। ସେ ଆହୁରି କହିଛନ୍ତି ଯେ, ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ମୋତେ ବୋହୂ ଉର୍ମିଳା ସବୁବେଳେ ମାରପିଟ୍‌ କରୁଥିଲେ। ଏହାକୁ ସହ୍ୟ କରି ନ ପାରି ଗତ ୫ ବର୍ଷ ହେଲା ମୁଁ କେତେବେଳେ ମୋ ଝିଅ ଓ ଅନ୍ୟ କେତେବେଳେ ସାନ ପୁଅ ଘରେ ରହୁଛି। ପୁଅ, ବୋହୂ ଓ ନାତୁଣି ମୃତ୍ୟୁ ଖବର ଶୁଣି ସାନପୁଅ ସହ କଟକରୁ ଗାଁକୁ ଆସିଲି। ମାତ୍ର ବଡ଼ ପୁଅ ବୃନ୍ଦାବନ, ବୋହୂ ଓ ନାତୁଣିଙ୍କ ମୃତ୍ୟୁ ପରେ ଘରେ ତାଲା ପଡିଥିବାରୁ ଏବେ କେଉଁଠି ରହିବି ବୋଲି ଚିନ୍ତାରେ ପଡ଼ିଥିବା କହିିଛନ୍ତି। ବୋହୂ ଓ ତାଙ୍କ ମା’ ଘରର ସର୍ମ୍ପର୍କିୟଙ୍କ ଯୋଗୁ ଏପରି ଅଘଟଣ ଘଟିଥିବା ଚମ୍ପା କହିଛନ୍ତି। ଆଗାମୀ ଦିନରେ ଆଇନ୍‌୍‌ର ଆଶ୍ରୟ ନେବେ ବୋଲି ମଧ୍ୟ ସେ କହିଥିଲେ। ତାଙ୍କର କହିବାନୁଯାୟୀ ବୁଧବାର ରାତିରେ ମୃତଦେହ ଦାହ ପରେ ଘରେ ତାଲା ପଡିଥିଲା। ଶୁକ୍ରବାର ସକାଳୁ ଆସି ତାଲା ଖୋଲାଯାଇଥିଲା। ପରେ ଅପରାହ୍ନରେ ପୁଣି ଘରେ ତାଲା ପକାଇ ସମସ୍ତେ ଚାଲିଯାଇଥିବା ଚମ୍ପା କହିଛନ୍ତି। ବୃନ୍ଦାବନ ଗାଁର ଆଉ ଏକ ସାହିରେ ଦୋକାନ କରି ପରିବାର ଚଳାଉଥିଲେ। ସ୍ବାମୀ ଓ ସ୍ତ୍ରୀ ପାଳି କରି ଦୋକାନ ଚଳାଉଥିଲେ। ପରେ ସେମାନଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ତେଣୁ କିଛିମାସ ହେଲା କେବଳ ବୃନ୍ଦାବନ ଦୋକାନରେ ବସୁଥିଲେ। ଏପରିକି ବୃନ୍ଦାବନ ଛତ୍ରପୁର ଆସି ଦିନବେଳା ଆହାର କେନ୍ଦ୍ରରେ ୫ ଟଙ୍କା ଦେଇ ଭାତ ଡାଲମା ଖାଉଥିଲେ ବୋଲି ଗାଁର କେତେକ ଲୋକଙ୍କ ସହ ଆଲୋଚନା ବେଳେ ଜଣାପଡିଛି। ଅପରପକ୍ଷରେ ବୃନ୍ଦାବନଙ୍କ ପୁଅ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିବାବେଳେ ବଡ ଝିଅ ସୁଜ୍ଞାନୀ ତାଙ୍କ ବାପାଙ୍କ ବିରୋଧରେ କହିବା ସହ ବାପା ହିଁ ସର୍ବଦା ଘରେ ଅଶାନ୍ତି ସୃଷ୍ଟି କରୁଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri