ବୁଲ୍‌ବୁଲ୍‌ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ

ସିଂହପୁର,୯।୧୧(ଡି.ଏନ୍‌.ଏ.): ବୁଲ୍‌ବୁଲ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ୨୪ ଘଣ୍ଟା ଧରି ଅଞ୍ଚଳ ଅନ୍ଧାରରେ ରହିଛି। ଲୋକେ ୬ ମାସ ତଳେ ବାତ୍ୟା ଫନିର ମୁକାବିଲା କରିଥିବା ବେଳେ ଏବେ ପୁଣି ବୁଲ୍‌ବୁଲ୍‌ ପ୍ରଭାବରେ ଭୟଭୀତ ହୋଇପଡ଼ିଛନ୍ତି। ବର୍ଷା ପବନ ଯୋଗୁ ବାଙ୍ଗରା ପଞ୍ଚାୟତର ୧୦ନମ୍ବର ୱାର୍ଡର ଯୁଧିଷ୍ଠିର ପାଗଳ ଓ ୯ ନମ୍ବର ୱାର୍ଡର ନିରଞ୍ଜନ ଜେନାଙ୍କ ମାଟିଘର କାନ୍ଥ ଭୁଶୁଡ଼ି ପଡିଛି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସମିତିସଭ୍ୟ ଜ୍ଞାନରଞ୍ଜନ ଦାବି କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଚାଳଛପର ଉଡ଼ିଯିବା ସହ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ପାଚିଲା ଧାନ ଓ ବିରି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ କହିଛନ୍ତିି। ଚଳିତବର୍ଷ କ୍ରମାଗତ ଦୁର୍ବିପାକ ଯୋଗୁ ଚାଷୀ ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବରେ ସିଂହପୁର ବଜାର, ବାଛୋଳ ଛକ, ବାଳମକୁଳି ସମେତ ବିଭିନ୍ନ ଛକବଜାର ଜନଶୂନ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ଟାଟା ମ୍ୟାଜିକ୍‌କୁ ୧୭,୫୦୦ ଜରିମାନା

ଭଦ୍ରକ ଅଫିସ,୧୫।୨-ଭଦ୍ରକ ଆର୍‌ଟିଓ ପକ୍ଷରୁ ଶନିବାର ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ଏକ ଟାଟା ମ୍ୟାଜିକ୍‌କୁ ଜରିମାନା କରାଯାଇଛି। ସୂଚନା ଅନୁଯାୟୀ, ଟାଟା ମ୍ୟାଜିକ୍‌...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର...

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ତେଲକୋଇ,୨୨ା୯(ରଞ୍ଜିତ ବିଶ୍ୱାଳ): ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚତ୍ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି...

ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଛାତ୍ରୀଛାତ୍ର

କୋରୁକୋଣ୍ଡା,୧୫ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ସରକାରୀ ସାମୀ ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ପିଲାଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର...

ବୁଥ୍‌ ମୁହାଁ ପୋଲିଂ ଅଫିସର: ମତଦାନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ

ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ଅଫିସର ବୁଥ୍‌ ଅଭିମୁଖେ ବାହାରି ଯାଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି...

ବିଦେଶ ଫେରନ୍ତାଙ୍କ ପାଇଁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭଞ୍ଜନଗର,୯।୧୨(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ଚ୍ଛେଦାଭୂମି ରୋଡ଼ ଗାୟତ୍ରୀ ନଗର ଛକରୁ ବାରିକ ସିମେଣ୍ଟ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ଗୁରୁବାର କଣ୍ଟେନମେଣ୍ଟ ଜୋନ ଘୋଷଣା...

ବଜ୍ରପାତରେ ଜଳିଗଲା ଗୁହାଳ, ନଡ଼ିଆ ଗଛ

ବନ୍ତ,୭।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗୁହାଳ ଜଳିଯିବା ସହ ଏକ ବାଛୁରୀର ମୃତ୍ୟୁ ଘଟିଛି।...

Advertisement
Archives

Model This Week