‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଦିନତମାମ୍‌ ଆର୍‌ଆଇ ଅଫିସ୍‌ ଖୋଲା ଯାଇ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା ପାଇଁ ପହଞ୍ଚତ୍ ନ ଥିଲେ। ଫଳରେ ଆଗାମୀ ଦିନରେ ୬୦ନଂ. ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ରୂପ୍‌ସା ମଣ୍ଡଳ ସଭାପତି ତପନ କୁମାର ଗିରି ଓ ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରାଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।

ବର୍ଷା, ବାତ୍ୟା ଯୋଗୁ ଏହି ୩ଟି ପଞ୍ଚାୟତ ଚାଷ ଜମିରେ ଧାନଗଛ ପାଣିରେ ଭାସୁଛି। ଶତକଡ଼ା ୮୦ଭାଗ ଖରିଫ୍‌ ଧାନଚାଷ କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା ଅଧିକାରୀ ମାତ୍ର ୩୦ପ୍ରତିଶତ କ୍ଷତି ହୋଇଥିବା ନେଇ ରିପୋର୍ଟ ଦାଖଲ କରିଥିବାରୁ ଚାଷୀଙ୍କୁ ସହାୟତା ମିଳିବାର ସମ୍ଭାବନା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଠିକ୍‌ ରିପୋର୍ଟ ପ୍ରଦାନ ପୂର୍ବକ କ୍ଷୟକ୍ଷତି ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ବିଭାଗୀୟ ପଦକ୍ଷେପ ନେବା ଦାବିରେ ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଆନ୍ଦୋଳନ ହେବ ବୋଲି ସୋମବାର ଲିଖିତ ଭାବେ ତହସିଲଦାରଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଆର୍‌ଆଇ ଅଫିସ୍‌ ନ ଖୋଲିବାରୁ ଉତ୍ତେଜନା ଦେଖାଦେଇଥିଲା। ମଣ୍ଡଳ ସଭାପତି ତପନ କୁମାର ଗିରି, ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା, ପଞ୍ଚାୟତ ସଭାପତି ଚତୁର୍ଭୂଜ ବେହେରାଙ୍କ ନେତୃତ୍ୱରେ ଚାଷୀ ରବୀନ୍ଦ୍ର ବେହେରା, ନିରଞ୍ଜନ ପରିଡ଼ା, ସୃଷ୍ଟିଧର ସେନାପତି, ଗୋପାଳ ବିଶି, ଚିନ୍ତାମଣି ପଣ୍ଡା ଏବଂ ଶ୍ରୀଧର ବେହେରାଙ୍କ ସମେତ ବହୁ ଚାଷୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶାସକ ଦଳକୁ ତୀବ୍ର ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri