ବୁନା ପନିର୍‌

ହୋଟେଲ ହେଉ ଅବା ରେସ୍ତୋରାଁ ଯେଉଁଠି ସୁସ୍ବାଦୁ ଖାଦ୍ୟ ମିଳେ ସେଇଠି ପର୍ଯ୍ୟଟକଙ୍କ ଗହଳି ଲାଗେ। ତେଣୁ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପୁରୀ ସିଟିରୋଡ ବାଙ୍କୀ ମୁହାଣ ନିକଟ ଦି କିଚେନ ରେସ୍ତୋରାଁରେ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷି ଦିଆଯାଏ। ଏଠାରେ ପ୍ରସ୍ତୁତ ନିରାମିଷ ଖାଦ୍ୟ ମଧ୍ୟରେ ବୁନା ପନିର୍‌ ଡିଶ୍‌ର ଚାହିଦା କାହଁିରେ କ’ଣ। ଏହି ଇଣ୍ଡିଆନ ଡିଶ୍‌ର ପ୍ଲେଟ୍‌ ଦାମ୍‌ ୨୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ରେସ୍ତୋରାଁର ଶେଫ୍‌ ରତିକାନ୍ତ ବେହେରା ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌: ୨୦୦ଗ୍ରାମ୍‌
ରିଫାଇନ୍‌ ତେଲ: ୧୦୦ ଗ୍ରାମ୍‌
ଭଲ ଘିଅ: ୧୦ ଗ୍ରାମ୍‌
କଟା ପିଆଜ: ୫୦ ଗ୍ରାମ୍‌
ଅଦା/ରସୁଣ ପେଷ୍ଟ: ୫୦ ଗ୍ରାମ୍‌
ଦହି: ୧୦ ଗ୍ରାମ୍‌
ଲଙ୍କାଗୁଣ୍ଡ: ୫ ଗ୍ରାମ୍‌
ହଳଦୀଗୁଣ୍ଡ: ୫ ଗ୍ରାମ୍‌
ଜିରାଗୁଣ୍ଡ: ୫ ଗ୍ରାମ୍‌
ଧନିଆଗୁଣ୍ଡ: ୫ ଗ୍ରାମ୍‌
ଟମାଟୋ ସସ୍‌: ୧୦ ଗ୍ରାମ୍‌
ଚିନି: ୧୦ ଗ୍ରାମ୍‌
ଧନିଆପତ୍ର: ୫ ଗ୍ରାମ୍‌
ପୋଦିନାପତ୍ର: ୫ ଗ୍ରାମ୍‌
କ୍ୟାପ୍‌ସିକମ: ୫୦ ଗ୍ରାମ୍‌
ଟମାଟୋ: ୫୦ ଗ୍ରାମ୍‌
ଗୁଜୁରାତି: ୨ଟି
ତେଜପତ୍ର: ୨ଟି
ଡାଳଚିନି: ୨ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପନିର୍‌କୁ କିମା କରି ସେଥିରେ ଲୁଣ ଏବଂ କର୍ନ୍‌ଫ୍ଲୋର ପକାଇ ଭଲ ଭାବେ ଗୋଳାନ୍ତୁ। ଚୁଲାରେ ଫ୍ରାଏପେନ୍‌ ବସାଇ ରିଫାଇନ ତେଲ ପକାଇବେ ଓ ତେଲ ଗରମ ହେଲା ପରେ ପନିର୍‌କୁ ଛାଣନ୍ତୁ। ବ୍ରାଉନ୍‌ କଲର୍‌ ହୋଇଗଲା ପରେ ଏହାକୁ ଏକ ପାତ୍ରକୁ କାଢିଦେବେ। ଅନ୍ୟ ଏକ ଫ୍ରାଏପେନକୁ ଚୁଲାରେ ବସାଇ ଦୁଇ ଚାମଚ ରିଫାଇନ ତେଲ ପକାଇବେ। ତେଲ ଗରମ ହେବା ପରେ ଗୁଜୁରାତି, ତେଜପତ୍ର, ଡାଳଚିନି ପକାଇ ୨ ମିନିଟ୍‌ ଭାଜିବେ। ପରେ କଟା ପିଆଜ ପକାଇ ଭାଜନ୍ତୁ। ବ୍ରାଉନ କଲର୍‌ ହେବା ପରେ ଅଦା ରସୁଣ ପେଷ୍ଟ୍‌ ପକାଇ ଦେବେ। ମସଲା ହୋଇଗଲା ପରେ ସେଥିରେ ଛୋଟ ଛୋଟ କଟାଯାଇଥିବା କ୍ୟାପ୍‌ସିକମ, ଟମାଟୋ, ଧନିଆପତ୍ର, ପୋଦିନାପତ୍ର ପକାଇ ଭଲ ଭାବେ କଷନ୍ତୁ। ପ୍ରାୟ ୨ ମିନିଟ୍‌ କଷିବା ପରେ ସେଥିରେ ଦହି, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆଗୁଣ୍ଡ ଏବଂ ସ୍ବାଦ ଅନୁସାରେ ଲୁଣ ଓ ଚିନି ପକାନ୍ତୁ। ୩/୪ ମିନିଟ୍‌ କଷିବା ପରେ ପୂର୍ବରୁ ଛଣାଯାଇଥିବା ପନିର୍‌କୁ ପକାନ୍ତୁ। ୨ କପ୍‌ ପାଣି ଦେଇ ଏହାକୁ ଭଲ ଭାବେ ଗୋଳାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବୁନା ପନିର୍‌। ଏହାକୁ ଏକ ପାତ୍ରରେ କାଢ଼ି ତା’ ଉପରେ ଘିଅ ପକାଇ ରୁଟି କିମ୍ବା ନାନ୍‌ ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri