ପୁରୀ ଅଫିସ, ୧୩।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ବୀରବଳଭଦ୍ରପୁର ଗ୍ରାମର ଗୋପୀନାଥ ଦେବଙ୍କ ମନ୍ଦିରରୁ ଶନିବାର ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଏବଂ ଦାନ ବାକ୍ସରୁ ଟଙ୍କା, ସୁନା ଅଲଙ୍କାର ଚୋରି ହୋଇଛି। ଏନେଇ ବୀରବଳଭଦ୍ରପୁର ଗ୍ରାମ ୩ୟଖଣ୍ଡି ମହାଜନ କୋଠ ସମ୍ପାଦକ ପ୍ରମୋଦ କୁମାର ମିଶ୍ର ଶନିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ଥାନାରେ ନଂ. ୧୪୪/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ବାମଦେବ ନନ୍ଦ କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଥିଲେ। ସକାଳୁ ମନ୍ଦିର ପୂଜକ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ଦ୍ୱାର ଖୋଲାଥିବା ଦେଖିଥିଲେ। ପରେ ମନ୍ଦିରର ଦାନବାକ୍ସ ଭଙ୍ଗାଯାଇଥିବା ଏବଂ ଅଷ୍ଟଧାତୁ ମୂର୍ତ୍ତି ନ ଥିବା ଦେଖି ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ମନ୍ଦିର ପରିସରରେ ଏକ କନା ଦେହରେ ଗୁଡାଇ ହୋଇ ରହିଥିବା ଅଷ୍ଟଧାତୁ ମୂର୍ତ୍ତି ପାଇଥିଲେ। ସମ୍ପାଦକ ମିଶ୍ର କୁହନ୍ତି, ଶୁକ୍ରବାର ଠାକୁର ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଥିବାବେଳେ ଆଉ ଏକ ଅଳଙ୍କାର ସେଟ୍ ଆଲମିରା ଭିତରେ ରହିଥିଲା। ଦୁର୍ବୃତ୍ତମାନେ ଆଲମିରା ତାଲା ଭାଙ୍ଗି ଅଳଙ୍କାର ନେଇଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି। ଚୋରି ହୋଇଥିବା ସୁନାଅଳଙ୍କାରର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଗ୍ରାମ କମିଟି ଆକଳନ କରିଛି।
Posted inଆମ ଜିଲା ଖବର, ପୁରୀ View All

ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ
କଟକ ଅଫିସ,୧୮।୪(ବ୍ୟୁରୋ): କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି...

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା
ଭଦ୍ରକ ଅଫିସ, ୧୨।୪- ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ
ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର...

ନନ୍ଦନକାନନରେ ବହୁତଳ ପାର୍କିଂ ଉଦ୍ଘାଟିତ
ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୨୮ା୫ (ଡି.ଏନ୍.ଏ): ନନ୍ଦନକାନନଠାରେ ତିନି ମହଲା ବିଶିଷ୍ଟ ବହୁତଳ କାର୍ ପାର୍କିଂ ସୁବିଧାର ଶୁକ୍ରବାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫୪୨.୭୯ ଲକ୍ଷ...

ଫିଟିପାରୁନି ରତ୍ନଭଣ୍ଡାର ଚାବି ରହସ୍ୟ
ପୁରୀ ଅଫିସ,୩୦ା୧୧:ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଏକଦା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ। ଦାବି ଜୋରଦାର ହେବାରୁ ସରକାର ତଦନ୍ତ...

ଆଧାର ସାଜିଲା ଅଡ଼ୁଆ, ରାଜ୍ୟ ବୃତ୍ତି ଯୋଜନା ଆବେଦନରୁ ବଞ୍ଚିତ ହେଲେ ୩ ଛାତ୍ରୀ
ବରଗଡ଼ ଅଫିସ୍,୧୫।୨: ବରଗଡ଼ ଜିଲା ବିଜେପୁର ବ୍ଲକ ମୁଣ୍ଡୋମହୁଲ ଗ୍ରାମର ୩ ଜଣ ଛାତ୍ରୀ ଲିଲି ତରିଆ, ପୂଜା ଷାଣ୍ଢ ଏବଂ ପ୍ରୀତି ଭୁଏ ରାଜ୍ୟ...

ଥାନାରେ ବାଘ
କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ...

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲା
ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି...