Posted inଜାତୀୟ

ବିହାରରେ ପ୍ରବଳ ବର୍ଷା: ୨୫ ମୃତ

ପାଟନା,୩୦ା୯: ବିହାରରେ କ୍ରମାଗତ ୩ ଦିନ ଲଗାଣ ବର୍ଷା ଫଳରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଭାଗଲପୁର ଓ ଗୟା ଜିଲାରେ ୬ ଜଣ ଲେଖାଏ, ପାଟନାରେ ୫, କୈମୁର, ବେଗୁସରାଇ, ଜାମୁଇ, ସୀତାମଢ଼ି ଓ ସମସ୍ତିପୁର ଜିଲାରେ ୪ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ବର୍ଷା ଯୋଗୁ ରେଳ ଚଳାଚଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି। ୧୨ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ୭ଟିକୁ ଅଧାରୁ ବାତିଲ ଓ ୨୦ଟି ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ମୁଜାଫରପୁର, ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପାରନ, ଦରଭଙ୍ଗା, ଗୟା, ଭୋଜପୁର ଓ ଭାଗଲପୁର ଜିଲାର ଅନେକ ଗ୍ରାମ ଜଳାର୍ଣ୍ଣବ ହୋଇଛି।
ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ କେତେକ ସ୍ଥାନରେ ରାସ୍ତା ଉପରେ ଡଙ୍ଗା ଚାଲୁଥିବା ଦେଖାଯାଇଛି। ତଳିଆ ଅଞ୍ଚଳ ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଟନା ଓ ଅନ୍ୟ ଜିଲାରେ ରେଳଧାରଣା ପାଣିରେ ବୁଡ଼ି ରହିଛି। ଏନ୍‌ଡିଆର୍‌ଏଫ୍‌ର ୧୮ଟି ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପାଟନା ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ମୁତୟନ କରାଯାଇଛି। ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ, ଗାର୍ଡନିବାଗ ହସ୍ପିଟାଲ ସମେତ ଅନେକ ସରକାରୀ ଡାକ୍ତରଖାନାରେ ପାଣି ପଶିଯାଇଛି। ଫଳରେ ଜରୁରୀ ସେବା ବାଧାପ୍ରାପ୍ତ ହୋଇଛି। ବିହାରରେ ଗଙ୍ଗାନଦୀ ଓ ଏହାର ଉପନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ପାଟନାରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସହରର ବନ୍ୟାପ୍ଳାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ପାଇଁ ୩୨ଟି ବୋଟକୁ ନିୟୋଜିତ କରାଯାଇଛି। ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିତ୍ବାରୁ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri