ବିସ୍ଥାପିତ ତାଲିକାରେ ସାମିଲ ନ କଲେ ଆନ୍ଦୋଳନ

କଳିଙ୍ଗନଗର,୪ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା କାରଖାନା ପାଇଁ ଚାନ୍ଦିଆ, ବାଲିଗୋଠ, ଗୋବର ଘାଟି, କଳାମାଟିଆ, ବାଇଡୁବୁରୀ, ଗାଢପୁର, ଚମ୍ପାକୋଇଲି, ବାନ୍ଦରଗାଡିଆ, ବାମିୟାଗୋଠ, ମାନିଆପାତଳ, ଅମ୍ବଗଡିଆ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ମାତ୍ର ଏଯାବତ୍‌ ସେମାନଙ୍କ ନାମ ବିସ୍ଥାପିତ ତାଲିକାରେ ଅର୍ନ୍ତଭୁକ୍ତ ହୋଇନାହିଁ। ଏନେଇ ପୂର୍ବରୁ ଏହି ଗ୍ରାମବାସୀ ଆନ୍ଦୋଳନ, ଧାରଣା ଆଦି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବାବେଳେ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ୧୫ରୁ ଊର୍ଦ୍ଧ୍ୱ ଜମିହରା ଆଦିବାସୀ ପହଞ୍ଚି ୭ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ କରିବାକୁ ଦାବିପତ୍ର ଦେଇଛନ୍ତି। ନଚେତ୍‌ ସେମାନେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨୦୧୦ ମସିହାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିବା ପରେ ଜିଲାପାଳ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧୦ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଏହାପରେ ୨୨।୨।୨୦୧୯ରୁ ୪।୩।୨୦୧୯ ପର୍ଯ୍ୟନ୍ତ ଟାଟା କାରଖାନା ଦ୍ୱାରା କ୍ଷତିଗ୍ରସ୍ତ ପରିବାର ଜମିହରା ଉନ୍ନୟନ କମିଟି ଗଠନ କରି ଯାଜପୁର ଜିଲାପାଳଙ୍କ ନିକଟରେ ଧାରଣାରେ ବସିଥିଲେ। ସେତେବେଳେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ସେମାନେ ଅନ୍ଦୋଳନରୁ ଓହରି ଥିଲେ। ପୁନଶ୍ଚ ସେମାନଙ୍କ ସମସ୍ୟାର ସମାଧାନ ନ ହେବାରୁ ସୋମବାର ସମ୍ଭୁନାଥ ମହନ୍ତ, ଶିବ ସଏ, ମାଣିକ ଦରା, ଲାଣ୍ଡୁ ବାର୍ଲା, ରଞ୍ଜିତ ବାର୍ଲା, ରଞ୍ଜିତ କୁମାର ଜାମୁଦା ପ୍ରମୁଖଙ୍କ ନେତୃତ୍ୱରେ ୧୫ରୁ ଊର୍ଦ୍ଧ ଜମିହରା ପହଞ୍ଚତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ଅଭିଯୋଗ : ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଦିଗପହଣ୍ଡି,୨ା୬(ଡି.ଏନ୍‌.ଏ.)-ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନେଇ ଓଡ଼ିଶାର ଚାଷୀ ବହୁତ ଖୁସି ଓ ଉତ୍ସାହ ଥିବା ବେଳେ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ ପଞ୍ଚାୟତ ଯୁଗୁଡି ବଳଭଦ୍ରପୁର...

ବିଦ୍ୟୁତ୍‌ ବିଭାଗର ଚଢ଼ାଉକୁ ବିରୋଧ: ଥାନାରେ ମାମଲା

ରୂପ୍‌ସା, ୧୧।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ବିଦ୍ୟୁତ୍‌ ବିଭାଗର ଚଢ଼ାଉ ଆଶଙ୍କା କରି ଗ୍ରାମବାସୀଙ୍କ ବିରୋଧ ଘଟଣା ଥାନାରେ...

ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ

ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ...

ବଢ଼ୁଛି ଜଙ୍ଗଲ ନିଆଁ, ନଷ୍ଟ ହେଉଛି ପରିବେଶ

ନବରଙ୍ଗପୁର,୧୫।୨(ବି.ପ୍ର.): ଜଙ୍ଗଲରେ ଲାଗୁଛି ନିଆଁ। ପରିବେଶ ପ୍ରଦୂଷଣ ସହ ମୂଲ୍ୟବାନ୍‌ ଔଷଧୀୟ ଗଛ ସବୁ ନଷ୍ଟ ହୋଇ ଜଙ୍ଗଲ କ୍ଷୟ ହେଉଛି। ବିଭିନ୍ନ କାରଣରୁ ଲୋକେ...

ପାଣିଓହଳା ପାହାଡ଼ ପାଦଦେଶରେ ନିଆଁ

ଢେଙ୍କାନାଳ ଅଫିସ,୭ା୩: ଢେଙ୍କାନାଳ ସହରସ୍ଥିତ ରାଜବାଟି ପଛ ପାଖରେ ଥିବା ପାଣିଓହଳା ପାହାଡ଼ ପାଦଦେଶ ଜଙ୍ଗଲରେ ସୋମବାର ଅପରାହ୍ନ ୫ଟାରେ ନିଆଁ ଲାଗି ଜଙ୍ଗଲ ଭିତରକୁ...

ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା...

ପେଟ୍ରୋଲ ଢାଳିଦେଲେ ଡାକ୍ତର, ଆଙ୍ଗୁଠି ହରାଇଲେ ଯୁବକ

ଦେବଗଡ,୨୦।୮(ଡି.ଏନ.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ (୧୮) ଡାହାଣ ପାଦର ବୃଦ୍ଧାଙ୍ଗୁଳି ହରାଇଛନ୍ତି। ଡାକ୍ତର...

ହନୁମାଙ୍କଡ଼ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଣା: ଟ୍ରାଙ୍କୁଲାଇଜ କରି ଧରାଗଲା

ଭୁବନେଶ୍ୱର/ବାରଙ୍ଗ,୯।୫(ବ୍ୟୁରୋ/ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକା ଥାନା ଅର୍ନ୍ତଗତ ଗିରିଙ୍ଗାପୁଟ ଗ୍ରାମରେ ହନୁମାଙ୍କଡ ଆକ୍ରମଣରେ ଶୁକ୍ରବାର ଜଣେ ବିଧବା ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ କଅଁଳ...

Advertisement
Archives

Model This Week