ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ ଅବସ୍ଥିତି ଅନୁଯାୟୀ ସହରର ଜଳସ୍ତର ୫୦ ଫୁଟ ତଳେ ରହୁଛି। ଖରା ଦିନେ ଏହା ୨୦ ଫୁଟ ତଳକୁ ଖସି ଯାଉଛି। ଜନସଂଖ୍ୟା ତୁଳନାରେ ପାନୀୟଜଳ ମିଳୁ ନ ଥିବାରୁ ସହରବାସୀ ଜଳକଷ୍ଟ ଭୋଗୁଛନ୍ତି। ଅନ୍ୟପକ୍ଷେ ବିସ୍ଥାପିତଙ୍କ ବିରୋଧ ଯୋଗୁ ଜମ୍ଭିରା ଜଳ ପ୍ରକଳ୍ପ କାମ ମଧ୍ୟ ଅଟକି ରହିଛି।
ବାରିପଦା ସହର ଜନସଂଖ୍ୟା ୧ ଲକ୍ଷ ୨୦ ହଜାର। ଏହି ଲୋକଙ୍କ ପାଇଁ ପୌର ପରିଷଦ ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଜଳ ଯୋଗାଣ କରିଥାନ୍ତି। ସହରବାସୀଙ୍କ ପାଇଁ ପ୍ରତ୍ୟହ ୧୮.୬୦ ମିଲିୟନ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ମିଳୁଛି ୧୬.୩୦ ମିଳିୟନ ଲିଟର। ସହରରେ ୩୩୦ ଫୁଟ ବିଶିଷ୍ଟ ୬୨ଟି ଗଭୀର ନଳକୂଅ, ୩୬୭ଟି ନଳକୂଅ ଓ ୪୫୬ଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ଏଥିରୁ ଲୋକେ ପାନୀୟଜଳ ସଂଗ୍ରହ କରିଥାନ୍ତି। ଦିନକୁ ୩ ଘଣ୍ଟା ପାଣି ଯୋଗାଇ ଦିଆଯାଇଥାଏ। ସହରରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରେ ପାଣି ପାଇପ ସଂଯୋଗ କରିଛନ୍ତି। ସହରର ପାନୀୟଜଳ ବ୍ୟବସ୍ଥା ପାଇଁ ୧୦୪ କିମି ପାଇପ ଲାଇନ ବିଛାଯାଇଛି। ଅନ୍ୟପକ୍ଷେ ୨୦୨୦ ନଭେମ୍ବର ସୁଦ୍ଧା ସହରରେ ଜମ୍ଭିରା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ଓ ଏହା କାର୍ଯ୍ୟକାରୀ ହେଲେ ଆଉ ଜଳ ସମସ୍ୟା ଦେଖା ଦେବ ନାହିଁ ବୋଲି ବିଭାଗ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ସରିଛି। ତେବେ ଜମ୍ଭିରା ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହୋଇଥିବା ୧୧ଟି ଗ୍ରାମର ୧୩୦୪ ପରିବାର ପୁନଃ କ୍ଷତିପୂରଣ ଦାବି କରୁଥିବାରୁ ଡ୍ୟାମ ନିକଟରେ ହେବାକୁ ଥିବା କାର୍ଯ୍ୟ ଆଗେଇପାରୁନାହିଁ ବୋଲି ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ବିିଘ୍ନେଶ୍ୱର ପାଣି ସୂଚନା ଦେଇଛନ୍ତି।
୮୪.୨୨ କୋଟି ଟଙ୍କୀ ବ୍ୟୟ ଅଟଳଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଏଥିରେ ୧୨୨ କିମି ପାଇପ ଲାଇନ ସଂଯୋଗ ହେବ। ଏହି ପ୍ରକଳ୍ପ ଜରିଆରେ ବାରିପଦା ସହରକୁ ୨୫ ମିଲିୟନ ଲିଟର ଜଳ ଯୋଗାଇ ଦିଆଯିବ। ଫଳରେ ସହରରେ ଅଉ ପାଣି ସମସ୍ୟା ରହିବ ନାହିଁ। ଜମ୍ଭିରା ପ୍ରକଳ୍ପରୁ ୧୫ କିମି ଦୂର ପର୍ଯ୍ୟନ୍ତ ପାଇପ ଲାଇନ ଆସି ପିସିପୁରଠାରେ ୧୬ ମିଲିୟନ ଲିଟରର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ କାର୍ଯ୍ୟାରମ୍ଭ ହୋଇସାରିଛି। ୬ଟି ନୂଆ ଓଭରହେଡ ଟ୍ୟାଙ୍କି ନିର୍ମାଣ ହେବ। ଏହା ସହିତ ଆଗାମୀ ଦିନରେ ମ୍ୟୁନିସିପାଲିଟି ସହଯୋଗରେ ପ୍ରତି ୱାର୍ଡରେ ଜଳ ପରିମଳ କମିଟି ଗଠନ ହେବ। ଏଥିରେ ୧୨ ଜଣ ଲେଖାଏଁ ସଭ୍ୟାସଭ୍ୟ ରହିବେ। ସେମାନେ ଜଳର ବ୍ୟବହାର, ଅପବ୍ୟବହାର ସମ୍ପର୍କରେ ସଭା ସମିତି ମାଧ୍ୟମରେ ଲୋକଙ୍କୁ ବୁଝାଇ ନିଜ ଘରେ ପାନୀୟଜଳ ପାଇପ ସଂଯୋଗ ପାଇଁ ପରାମର୍ଶ ଦେବେ। ସେହିପରି ଭୂତଳ ଜଳ କମୁଥିବା କାରଣ ସମ୍ପର୍କରେ ପରିବେଶବିତ ମାନସ ବେହେରାଙ୍କ ସହିତ ଆଲୋଚନା କରିବାରୁ ପ୍ରତି ବର୍ଷ ଜିଲାରେ ବର୍ଷାର ପରିମାଣ କମି କମି ଯାଉଛି। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୂତଳ ଜଳ ମାପିବା ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବଡିର ଦାୟିତ୍ୱ। ସେମାନେ ପ୍ରତି ଅଞ୍ଚଳର ଭୂତଳ ଜଳ ମାପି ରିପୋର୍ଟ ଦେଇଥାନ୍ତି। ତେବେ ବାରିପଦା ସହରରେ ଭୂତଳ ଜଳ ତଳକୁ ଖସୁଥିବା ଆଦୌ ଠିକ୍‌ ନୁହେଁ। କାରଣ ସହର ଦେଇ ନଦୀ ପ୍ରଭାବିତ ହେଉଥିବା ବେଳେ ଏହାକୁ ଲାଗି ଶିମିଳିପାଳ ଜଙ୍ଗଲ ରହିଛି। ଏପରିସ୍ଥଳେ ଭୂତଳ ଜଳ କିପରି କମୁଛି ତାହା ପ୍ରଶ୍ନବାଚୀ। ଏହା ସହିତ ଲୋକେ ମଧ୍ୟ ପାଣିକୁ ଅପବ୍ୟବହାର ନ କରି ସଞ୍ଚୟକୁ ଗୁରୁତ୍ୱ ଦେବା କଥା। ଫଳରେ ଜଳ ଅଭାବ ଦେଖାଦେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri