Posted inଖେଳ

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ ସନ୍ତୋଷ ରାନଗ୍ନେକର ଇସ୍ତାଫା ଦେଇଥିଲେ ମଧ୍ୟ ନିକଟ ଭବିଷ୍ୟତ ଏହି ପଦରେ କାହାକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ତାଙ୍କ ଇସ୍ତଫା ଗ୍ରହଣ କରିବାକୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରୀଙ୍କୁ କୁହାଯାଇଥିଲା। ଜାରି ହୋଇଥିବା ନୂଆ ସମ୍ବିଧାନରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେବେ ସିଏଫ୍‌ଓଙ୍କ ସମ୍ପର୍କରେ କିଛି ବି ଉଲ୍ଲେଖ କରାଯାଇନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜଣେ କୋଷାଧ୍ୟକ୍ଷ ଦାୟିତ୍ୱରେ ରହିଥିବା ବେଳେ ଏଭଳି ପଦର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ସେତେବେଳେ କୋଷାଧ୍ୟକ୍ଷଙ୍କୁ ଜାଣିଶୁଣି ଅଣଦେଖା କରିବା ପାଇଁ ପ୍ରଶାସକ କମିଟି (ସିଓଏ) ରାନ୍‌ଗ୍ନେକରଙ୍କୁ ନିଯୁକ୍ତି ଦେଇଥିଲା। ବୋର୍ଡରେ ଥରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହେଲେ ସିଏଫ୍‌ଓ ପଦ ନିରର୍ଥକ ସାବ୍ୟସ୍ତ ହେବ। ଏବେ ବୋର୍ଡ ଆର୍ଥିକ ସମସ୍ୟା ଦେଇ ଗତିକରୁଥିବା ବେଳେ ଆଉ ଜଣେ ଉଚ୍ଚ ଦରମାପ୍ରାପ୍ତ ଅଧିକାରୀ ନିଯୁକ୍ତି ଦେବ ବୋଲି ଆଶା କରାଯାଉନାହିଁ। ସିଏଫ୍‌ଓଙ୍କ ଦାୟିତ୍ୱ ଅରୁଣ ଧୁମାଲ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ତୁଲାଇପାରିବେ।
ବିସିସିଆଇ ଓ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ ସଂସ୍ଥା ନାଇକ୍‌ ମଧ୍ୟରେ ହୋଇଥିବା ଚୁକ୍ତି ଅବଧି ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫଳରେ ବୋର୍ଡ ଏ ନେଇ ଟେଣ୍ଡର ଡାକିବା ପ୍ରକ୍ରିୟା ଆରମ୍ଭ କରିବ। ୨୦୦୬ ଓ ୨୦୧୬ରେ ନାଇକ୍‌ ବୋର୍ଡ ପାଇଁ ପ୍ରାୟୋଜକ ଥିଲା। ଏହାପରେ ପୁଣି ୫ ବର୍ଷ ପାଇଁ ଏହି ଚୁକ୍ତିର ନବୀକରଣ ହୋଇଥିଲା। ଏହି ଚୁକ୍ତି ଆଗାମୀ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଚୁକ୍ତି ନବୀକରଣ ନ କରି ବିସିସିଆଇ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ଟେଣ୍ଡର ପ୍ରକ୍ରୟା ଆରମ୍ଭ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri