ବିଷାକ୍ତ ହେଲାଣି ରେଙ୍ଗାଳି ଦକ୍ଷିଣ କେନାଲ ପାଣି

ତାଳଚେର,୧୮ା୩(ନି.ପ୍ର.) – ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ଏବେ ଡ୍ରେନ୍‌ରେ ପରିଣତ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୋଳ ଜିଲାପାଳ, ତାଳଚେର ଉପଜିଲାପାଳ ଏବଂ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ମଙ୍ଗଳବାର ଲିଖିତ ଭାବେ ଅବଗତ କରାଇଛନ୍ତି। ତୁରନ୍ତ ଏ ନେଇ ପଦକ୍ଷେପ ନିଆ ନ ଗଲେ ଚାଷ ଜମିକୁ ଯାଉଥିବା ବିଷାକ୍ତ ଜଳ ଫସଲ ନଷ୍ଟ କରିବା ସହ ଏହା ଉପରେ ନିର୍ଭରଶୀଳ ଲୋକଙ୍କଠାରେ ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଛନ୍ତି।
ଅଭିଯୋଗରେ ବ୍ଲକ ଅଧ୍ୟକ୍ଷ ଦର୍ଶାଇଛନ୍ତି ଯେ, ଢେଙ୍କାନାଳ, କଟକ, ଯାଜପୁର ଜିଲାରେ ବ୍ୟାପକ ଜଳସେଚନ ଉଦ୍ଦେଶ୍ୟରେ ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲର ପରିକଳ୍ପନା କରାଯାଇଥିଲା। କିନ୍ତୁ ସଫେଇ ଓ ସଚେତନତା ଅଭାବରୁ ଉକ୍ତ କେନାଲ ଏବେ ଅଳିଆ, ଆବର୍ଜନାରେ ପୋତି ହୋଇପଡିଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଜଳକୁ ତାଳଚେର ବ୍ଲକର ଧରମପୁର, କଙ୍କିଳି, ବନ୍ତୋଲ, ଜଗନ୍ନାଥପୁର ଆଦି ପଞ୍ଚାୟତବାସୀଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ବ୍ୟବହାର କରି ଆସୁଛନ୍ତି। ମାତ୍ର ଦୀର୍ଘଦିନ ହେଲା ତାଳଚେର ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ମାତ୍ରାରେ ଅଳିଆ ଆବର୍ଜନା, ହୋଟେଲର ପାଉଁଶ, ଘରର ଅବ୍ୟବହୃତ ପଦାର୍ଥକୁ ଲୋକମାନେ କେନାଲରେ ପକାଇବାରେ ଲାଗିଛନ୍ତି। ଯେଉଁ ମହତ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ପୋତି ହୋଇଗଲାଣି। ଫଳରେ ଏହାର ପାଣି ଏବେ ବିଷାକ୍ତ ହୋଇଯାଇଛି। ବର୍ତ୍ତମାନ କେନାଲରେ ଥିବା ସ୍ବଳ୍ପ ପାଣି ଲୋକଙ୍କୁ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଉକ୍ତ କେନାଲରେ ଜମା ହୋଇଥିବା ଅଳିଆ, ଆବର୍ଜନାକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରିବା ସହ କେନାଲରେ ଆବଶ୍ୟକ ପରିମାଣରେ ପାଣି ଛାଡ଼ିବା ଏବଂ ପୌରାଞ୍ଚଳର ବର୍ଜ୍ୟବସ୍ତୁକୁ କେନାଲରେ ପକାଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଲକ ଅଧ୍ୟକ୍ଷ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri