ବିଷାକ୍ତ ଷ୍ଟାଇରିନ୍‌ ଗ୍ୟାସ୍‌

ଚଳିତମାସ ୭ ତାରିଖ ରାତିରେ ବିଶାଖାପାଟଣାର ଏକ ରାସାୟନିକ କାରଖାନାରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ପ୍ରାୟ ଏକ ହଜାରରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହା କାରଖାନାଠାରୁ ପ୍ରାୟ ତିନି କିମି ବ୍ୟାପି ପରିସରରେ ଥିବା ଗ୍ରାମଗୁଡିକର ଲୋକଙ୍କୁ ପ୍ରଭାବିତ କରିଛି।
ଏହି ଷ୍ଟାଇରିନ୍‌ କ’ଣ ଏବଂ ଏହାର ପ୍ରୟୋଗ ସମ୍ବନ୍ଧରେ ଏଠାରେ ଉଲ୍ଲେଖ କରାଯାଉଛି। ଏହା ହେଉଛି ଏକ ବର୍ଣ୍ଣହୀନ, ମଧୁରସ୍ବାଦ ବିଶିଷ୍ଟ ଗୋଟିଏ ସାଂଶ୍ଳେଷିକ ତରଳ ପଦାର୍ଥ। ବେଞ୍ଜିନ୍‌ରୁ ଏହାକୁ ସଂଶ୍ଳେଷଣ କରାଯାଇଥାଏ। ଏହା ଅତି ସହଜରେ ବାଷ୍ପୀଭୂତ ହୋଇଯାଇଥାଏ। ଏହି ଗ୍ୟାସ ହେଉଛି ଅତି ମାତ୍ରାରେ ଦହନୀୟ ଏବଂ ଜଳିବା ପରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏହା ମଧ୍ୟ ଉତନିଲବେଞ୍ଜିନ, ଭାଇନଲବେଞ୍ଜିନ ଏବଂ ଫିନାଇଲ୍‌ଇଥେନ ନାମରେ ଜଣା। ଏହା କେତେକ ତରଳ ପଦାର୍ଥରେ ଦ୍ରବୀଭୂତ ହେଉଥିଲେ ସୁଦ୍ଧା ଜଳରେ ସହଜରେ ଦ୍ରବୀଭୂତ ହୁଏନାହିଁ। ଷ୍ଟାଇରିନ୍‌ ପ୍ରାକୃତିକ ଅବସ୍ଥାରେ ଅଳ୍ପ ପରିମାଣରେ କେତେକ ଉଦ୍ଭିଦ ଓ ଖାଦ୍ୟ ଯଥା : ଡାଲଚିନି, କଫି ଓ ବାଦାମରେ ଥାଏ। ଜର୍ମାନୀ ରସାୟନବିଜ୍ଞାନୀ ଏଡୁଆର୍ଡ ସାଇମନ ୧୮୯୩ରେ ଆମେରିକୀୟ ସୁଇଟ୍‌ଗମ୍‌ ଗଛର ରେଜିନ୍‌ (ରସ)ରୁ ଗୋଟିଏ ଉଦବାୟୀ ତରଳ ପଦାର୍ଥ ଆବିଷ୍କାର କରିଥିଲେ। ସେ ଏହାର ନାମ ‘ଷ୍ଟାଇରଲ୍‌’ ରଖିଥିଲେ, ଯାହା ପରେ ‘ଷ୍ଟାଇରିନ୍‌’ ନାମରେ ଜଣାଗଲା। ସେ ଲକ୍ଷ୍ୟ କରିଥିଲେ ଯେ, ଏହା ବାୟୁ, ଆଲୋକ, ତାପ ସଂସ୍ପର୍ଶରେ ଆସି ରବର ଭଳି ଏକ କଠିନ ପଦାର୍ଥରେ ପରିଣତ ହେଉଛି। ସେ ଏହି ପଦାର୍ଥର ନାମ ଷ୍ଟାଇରଲ୍‌ ଅକ୍‌ସାଇଡ୍‌ ରଖିଥିଲେ। ଷ୍ଟାଇରିନ୍‌ ମୁଖ୍ୟତଃ ପଲିଷ୍ଟାଇନ୍‌ ପ୍ଲାଷ୍ଟିକ୍‌ ଓ ରେଜିନ୍‌ ଉତ୍ପାଦନରେ ବ୍ୟବହୃତ ହୁଏ। ଏହା ବ୍ୟତୀତ ସାଂଶ୍ଳେଷିକ ରବର, ପଲିଷ୍ଟର ଓ ରଙ୍ଗ ପ୍ରସ୍ତୁତି ପାଇଁ ଏହାକୁ ବ୍ୟବହାର କରାଯାଏ। ଏଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ ମୁଖ୍ୟତଃ ପ୍ୟାକେଜିଂ ଶିଳ୍ପରେ ବ୍ୟବହୃତ ହୁଏ। ଖାଦ୍ୟପଦାର୍ଥ ସମେତ ବିଭିନ୍ନ ପଦାର୍ଥକୁ ଦୂର ଜାଗାକୁ ନିରାପଦରେ ପଠାଇବା ପାଇଁ ବ୍ୟବହୃତ ଫୋମ୍‌ (ଫେଣ)ରବର ହେଉଛି ଏହି ପ୍ଲାଷ୍ଟିକ୍‌। ଏହା ମଧ୍ୟ ପାଇପ୍‌ ଓ ଫିଟିଙ୍ଗ୍‌, ଟ୍ୟାଙ୍କ୍‌, ଆଲୋକ ଫିଟିଙ୍ଗ୍‌ ଓ କଳଙ୍କି ବିରୋଧୀ ଉତ୍ପାଦରେ ବ୍ୟବହୃତ ହେଉଛି। ଫାଇଭର କାଚ ଓ କୃତ୍ରିମ ମାର୍ବଲରେ ଏହା ମଧ୍ୟ ଅଛି। ଏହା ପଲିଷ୍ଟାଇରିନ୍‌ ଫିଲ୍‌ପ ନିର୍ମାଣରେ ବ୍ୟବହୃତ ହୁଏ।
୨୦୧୮ ମସିହାରେ ସମଗ୍ର ପୃଥିବୀରେ ୩୫ ନିୟୁତ ଟନ୍‌ ଷ୍ଟାଇରିନ୍‌ ଉତ୍ପାଦନ କରାଯାଇଥିଲା। ସାଂଶ୍ଲେଷିକ ଉପାୟରେ ଇଥାଇଲ୍‌ବେଞ୍ଜିନ୍‌ର ଅଧିକାଂଶ ଷ୍ଟାଇରିନ୍‌ ଉତ୍ପାଦିତ ହେଉଛି। ପୃଥିବୀରେ ଉତ୍ପାଦିତ ପ୍ରାୟ ସମସ୍ତ ଇଥାଇଲ୍‌ବେଞ୍ଜିନ୍‌ ଏହି କାର୍ଯ୍ୟରେ ପ୍ରୟୋଗ କରାଯାଉଛି।
ଷ୍ଟାଇରିନ୍‌ ହେଉଛି ଗୋଟିଏ ବିଷାକ୍ତ ରାସାୟନିକ ପଦାର୍ଥ। ଅଳ୍ପ ସମୟ ପାଇଁ ମଧ୍ୟ ଏହା ସଂସ୍ପର୍ଶରେ ଆସିଲେ ଚର୍ମ ଓ ଆଖିରେ ଜଳାପୋଡ଼ା ହୋଇଥାଏ। ପେଟ ଭିତରକୁ ଗଲେ ଏହା ପେଟରୋଗ ସୃଷ୍ଟି କରିଥାଏ। ଶ୍ୱାସପ୍ରଶ୍ୱାସରେ ଏହାର ପରିମାଣ ବଢ଼ିଗଲେ ମୁଣ୍ଡ ବୁଲାଇବା ସଙ୍ଗେ ସଙ୍ଗେ ମନୁଷ୍ୟ ଚେତା ହରାଇ ବସେ। ଏହା ସ୍ନାୟବିକ ବ୍ୟବସ୍ଥାକୁ ଆକ୍ରାନ୍ତ କରିବା ସଙ୍ଗେ ସଙ୍ଗେ ଆକ୍ରାନ୍ତକୁ ଦୁର୍ବଳ କରିଦିଏ। ଏହାଦ୍ୱାରା ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ। ଅନ୍ୟପକ୍ଷରେ ଏହା ସଂସ୍ପର୍ଶରେ ଆସିଲେ ରକ୍ତ କର୍କଟ ରୋଗ ହୁଏ ବୋଲି କେତେକ କଥାରୁ ପ୍ରମାଣ ପାଇଲେ ସୁଦ୍ଧା ଏହା ପ୍ରମାଣିତ ହୋଇନାହିଁ। ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା ଏହା ମନୁଷ୍ୟ ପ୍ରତି ସମ୍ଭାବ୍ୟ କ୍ୟାନ୍‌ସର ସୃଷ୍ଟିକାରୀ ବୋଲି ପ୍ରକାଶ କରିଛି।
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri